ETV Bharat / bharat

Trishul Peak Avalanche UPDATE: ତ୍ରିଶୁଳ ପର୍ବତରୁ ମିଳିଲା ୪ ଯବାନଙ୍କ ମୃତଦେହ - ଗୟା ପୋର୍ଟର

ଉତ୍ତରାଖଣ୍ଡର ତ୍ରିଶୁଳ ପର୍ବତରେ ହିମସ୍ଖଳନ ଘଟଣାରେ ୪ ଯବାନଙ୍କ ମୃତଦେହ ଆଜି ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

Trishul Peak Avalanche UPDATE: ମିଳିଲା ୪ ଯବାନଙ୍କ ମୃତଦେହ

author img

By

Published : Oct 2, 2021, 6:46 PM IST

ଡେରାଡୁନ: ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ତ୍ରିଶୁଳ ପର୍ବତକୁ ପେଟ୍ରୋଲିଂ ପାଇଁ ଯାଇଥିବା ଗୟା ପୋର୍ଟରଙ୍କ ସମେତ 10 ଜଣିଆ ନୌସେନା ଦଳ ହିମସ୍ଖଳନର ଶିକାର ହୋଇଥିଲେ । ଗତକାଲି(ଶୁକ୍ରବାର) ୫ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା । ଆଜି ୪ ଜଣ ପର୍ବତାରୋହୀଙ୍କ ମୃତଦେହ ମିଳିଛି । ଅନ୍ୟ ନିଖୋଜ ୨ ଜଣଙ୍କୁ ଏବେ ମଧ୍ୟ ଖୋଜାଖୋଜି ଜାରି ରହିଛି ବୋଲି ନେହେରୁ ପର୍ବତାରୋହଣ ସଂସ୍ଥାନ ଉତ୍ତରକାଶୀର କର୍ଣ୍ଣେଲ ଅମିତ ବିଷ୍ଟ ସୂଚନା ଦେଇଛନ୍ତି ।

Trishul Peak Avalanche UPDATE: ମିଳିଲା ୪ ଯବାନଙ୍କ ମୃତଦେହ

ଆଜି(ଶନିବାର) ସକାଳ ୭ଟାରୁ ହେଲିକପ୍ଟର ଜରିଆରେ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଥିଲା । ଏହି ଉଦ୍ଧାର କାର୍ଯ୍ୟରେ ଉତ୍ତରକାଶି ଉଦ୍ଧାରକାରୀ ଦଳ, ଗଢୱାଲ ସ୍କାଉଟ ଆଦି ଟିମରେ ସାମିଲ ହୋଇଥିଲେ । ହେଲିକପ୍ଟରରୁ ଦେଖିବା ସମୟରେ ବରଫ ମଧ୍ୟରେ ୪ ଜଣ ପଡି ରହିଥିବା ଦେଖିବାକୁ ମିଳିଥିଲା । କିନ୍ତୁ ସେମାନେ ସ୍ଥିରି ହୋଇ ପଡ଼ିରହିଛନ୍ତି । ତେବେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହା ବି ପଢନ୍ତୁ: ମାଉଣ୍ଟ ତ୍ରିଶୂଳରେ ହିମସ୍ଖଳନ, ବାୟୁସେନାର 10 ପର୍ବତାରୋହୀ ନିଖୋଜ

ତେବେ ସୂଚନା ଥାଉ କି ଶୁକ୍ରବାର ମାଉଣ୍ଟ ତ୍ରିଶୁଳ ପର୍ବତକୁ ପେଟ୍ରୋଲିଂ ପାଇଁ ଯାଇଥିବା ସମୟରେ ଘଟିଥିଲା ଏହି ଅଘଟଣ । ଏଥିରେ ନୌସେନାର ୧୦ ଜଣ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ । ସେହି ଦିନ ହିଁ ୫ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟମାନଙ୍କୁ ଖୋଜିବା ପାଇଁ ଆଜି ସକାଳୁ ଉଦ୍ଧାର କାର୍ଯ୍ୟକୁ ପୁଣି ଆରମ୍ଭ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.