ETV Bharat / bharat

କୋରୋନାରେ ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ ତ୍ରିପୁରା ସରକାର

author img

By

Published : May 30, 2021, 10:13 AM IST

କୋରୋନା କାରଣରୁ ଅନାଥ ପିଲାମାନଙ୍କୁ ମିଳିବ ମାଗଣା ଶିକ୍ଷା ପ୍ରଦାନ କରିବାକୁ ଘୋଷଣା କଲେ ତ୍ରିପୁରା ସରକାର । ଅଧିକ ପଢନ୍ତୁ...

କୋରୋନାରେ ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ ତ୍ରିପୁରା ସରକାର
କୋରୋନାରେ ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇବେ ତ୍ରିପୁରା ସରକାର

ଅଗରତାଲା: ତ୍ରିପୁରାରେ କୋଭିଡ ଯୋଗୁଁ ଅନାଥ ପିଲାମାନଙ୍କୁ ମାଗଣା ଶିକ୍ଷା ଯୋଗାଇବେ ତ୍ରିପୁରା ସରକାର । ଏନେଇ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଶନିବାର ଘୋଷଣା କରିଛନ୍ତି । ଏଥିସହ ଯେଉଁ ପିଲାମାନେ ଅନାଥ ଆଶ୍ରମରେ ରହୁନଥିବେ ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ମାସିକ 3 ହଜାର 500 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋରୋନାରେ ବାପାମାଆ ହରାଇଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ସହାୟତା ଦିଆଯିବାକୁ ଘୋଷଣା କରିଛନ୍ତି । କେନ୍ଦ୍ର ପକ୍ଷରୁ ମଧ୍ୟ ଏହି ଅନାଥ ପିଲାମାନଙ୍କୁ 18 ବର୍ଷ ଯାଏଁ ମାଗଣା ଶିକ୍ଷା ସୁବିଧା ସହ ସ୍ବାସ୍ଥ୍ୟବୀମା ମିଳିବ । ସେହିପରେ ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ଭଳି କେତେକ ରାଜ୍ୟ ମଧ୍ୟ କୋରୋନାରେ ଅନାଥ ପିଲାଙ୍କୁ ଏଭଳି ଯୋଜନା ମାଧ୍ୟମରେ ସହୟତା କରିବାକୁ ଆଗେଇ ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.