ETV Bharat / bharat

ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ କୋରୋନା

କୋରୋନାରେ ଆକ୍ରାନ୍ତ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା । ସଂକ୍ରମିତ ହେବାପରେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 21, 2022, 9:25 AM IST

ତ୍ରିପୁରା ମୁଖ୍ୟମନ୍ତ୍ରୀ କୋରୋନା ସଂକ୍ରମିତ
ତ୍ରିପୁରା ମୁଖ୍ୟମନ୍ତ୍ରୀ କୋରୋନା ସଂକ୍ରମିତ

ଅଗରତାଲା: କୋରୋନାରେ ଆକ୍ରାନ୍ତ ହେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା । ବର୍ତ୍ତମାନ ସେ ଆଇସୋଲେନରେ ଥିବା ସୂଚନା ମିଳିଛି । ସଂକ୍ରମିତ ହେବାପରେ ଟ୍ବିଟ ଯୋଗେ ସେ ସୂଚନା ଦେଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ''ମୁଁ କୋରୋନା ପଜିଟିଭ ଚିହ୍ନଟ ହୋଇଛି । କିନ୍ତୁ ବର୍ତ୍ତମାନ ମୁଁ ସୁସ୍ଥ ଅଛି, କୋରୋନାର କୌଣସି ବି ଲକ୍ଷଣ ମଧ୍ୟ ମୋର ନାହିଁ । ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି ସମସ୍ତେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ''।

କୋରୋନାରେ ସଂକ୍ରମିତ ହେବା ପୂର୍ବରୁ ତ୍ରିପୁରାରେ ଅନେକ ପାର୍ଟୀ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ହେତୁ ଏହାକୁ ଦୃଷ୍ଟିରେ ରଖି ତ୍ରିପୁରା ସରକାର ଜୁଲାଇ 12ରୁ ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ସହିତ ଅନେକ ପଦକ୍ଷେପ ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.