କୋଲକାତା: ପଶ୍ଚିମବଙ୍ଗର ଦ୍ବିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ରାଜ୍ୟରେ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିବା ସହିତ 200ରୁ ଉର୍ଦ୍ଧ୍ବ ଆସନ ଜିତି ବିଜେପି ସରକାର ଗଠନ କରିବ ବୋଲି ଦମ୍ଭ ଭରିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ ଜୟନଗରରେ ଏକ ରାଲି କହିଛନ୍ତି, ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ଲୋକମାନେ ବହୁ ସଂଖ୍ୟାରେ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ଚାରିଆଡେ କେବଳ ବିଜେପି ଅଛି । ବଙ୍ଗରେ ବିଜେପିର ଲହରୀ ଥିବା କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି, କିଛି ସପ୍ତାହ ପୂର୍ବରୁ ପଶ୍ଚିମବଙ୍ଗର ଲୋକମାନେ ହିଁ କହୁଥିଲେ ଯେ ବିଜେପି 200 ରୁ ଅଧିକ ଆସନ ପାଇବ। ତେବେ ପ୍ରଥମ ପର୍ଯ୍ୟାୟରେ ବିଜେପିର ଜବରଦସ୍ତ ପ୍ରଦର୍ଶନ ଏହା ସ୍ପଷ୍ଟ କରିଛି ଯେ ଜନତାଙ୍କ ସ୍ୱର ଇଶ୍ବରଙ୍କ ଆଶୀର୍ବାଦ ପାଇଛି । ବଙ୍ଗରେ ବିଜେପି 200ରୁ ଅଧିକ ଆସନ ପାଇବ ବୋଲି ଜୋର ଦେଇ କହିଥନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ଦିଦିଙ୍କ ଥାଣ୍ଡା ଥଣ୍ଡା କୁଲ କୁଲର ଜବାବ ମଧ୍ୟ ଦେଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଶୁଣିବାକୁ ପାଉଛି ଯେ ଦିଦି କହୁଛନ୍ତି, ଥଣ୍ଡା ଥଣ୍ଡା କୁଲ କୁଲ । ଦିଦି... ତୃଣମୂଳ କୁଲ୍ ନୁହେଁ, ଏହା ଏକ କଣ୍ଟା । ତୃଣମୂଳ ଏପରି ଏକ କଣ୍ଟା ଯାହା ବଙ୍ଗର ଲୋକଙ୍କୁ ଅସହ୍ୟ ଯନ୍ତ୍ରଣା ଦେଇଛି ବୋଲି କହିଛନ୍ତି ମୋଦି ।