ETV Bharat / bharat

Earthquake: ଦିଲ୍ଲୀ,ଏନସିଆର ଓ ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଝଟକା - ଦିଲ୍ଲୀରେ ଭୂମିକମ୍ପ

ଦିଲ୍ଲୀ, ଏନସିଆର ଓ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ । ଅଧିକ ପଢନ୍ତୁ

ଦିଲ୍ଲୀ, ଏନସିଆର ଓ ଜମ୍ମୁ କାଶ୍ମୀରରେ ଭୂମିକମ୍ପ ଝଟକା

author img

By

Published : Aug 6, 2023, 7:24 AM IST

ନୂଆଦିଲ୍ଲୀ: ଭୂମିକମ୍ପ ଝଟକାରେ ଥରିଲା ରାଜଧାନୀ । ଶନିବାର ରାତିରେ ଦିଲ୍ଲୀ, ଏନସିଆର, ଜମ୍ମୁ-କାଶ୍ମୀର, ଆଫଗାନିସ୍ତାନ ଓ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାଥମିକ ଭାବେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୮ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ଜମ୍ମୁ-କାଶ୍ମୀରର ଗୁଲମାର୍ଗ ଠାରୁ ୪୧୮ କିମି ଦୂର ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଥିଲା । ଏହାର ଗଭୀରତା ୧୮୧ କିମି ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

  • दिल्ली में भी भूकंप के झटके महसूस किए गए हैं। आशा करता हूँ कि आप सभी सुरक्षित होंगे। https://t.co/QZI082fiaw

    — Arvind Kejriwal (@ArvindKejriwal) August 5, 2023 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଗତକାଲି(ଶନିବାର) ରାତି ପ୍ରାୟ ୯ଟା ୩୧ ମିନିଟ୍ ସମୟରେ ଆଫଗାନିସ୍ତାନର ପାହାଡି ଅଞ୍ଚଳରେ ଭୂମିକମ୍ପ ସଂଗଠିତ ହୋଇଥିଲା । ଏହାପରେ ଜାତୀୟ ରାଜଧାନୀ ଦିଲ୍ଲୀ, ଉପକଣ୍ଠ ଏନସିଆର ସମେତ ଜମ୍ମୁ-କାଶ୍ମୀରରେ କମ୍ପନ ଅନୁଭୂତ ହୋଇଥିଲା । ରାତି ସମୟ ହୋଇଥିବାରୁ ଲୋକମାନେ ଭୟରେ ଘର ବାହାରକୁ ଦୌଡି ଆସିଥିଲେ । ନୋଏଡାରେ ରହୁଥିବା ପ୍ରୀତି ଶଙ୍କରଙ୍କ କହିଛନ୍ତି ଯେ, ରାତି ସାଢେ ୯ଟାରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ବିଟ୍ କରିଛନ୍ତି,''ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭତ ହୋଇଛି । ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ ।'' ଯେକୌଣସି ଜରୁରୀ ସହାୟତା ପାଇଁ ୧୧୨ ନମ୍ବର ଡାଏଲ କରିବାକୁ ଦିଲ୍ଲୀ ପୋଲିସ୍ ଟ୍ବିଟ୍ କରି କହିଛି ।

ଏହାମଧ୍ୟ ପଢନ୍ତୁ: Earthquake in Jammu and Kashmir: ଗୁଲମର୍ଗରେ 5.2 ତୀବ୍ରତାର ଭୂକମ୍ପ ଝଟକା

ପ୍ରକାଶ ଥାଉକି, ଶନିବାର ସକାଳେ ଜମ୍ମୁ-କାଶ୍ମୀରର ଗୁଲମାର୍ଗରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ଉତ୍ତର-ଉତ୍ତର-ପଶ୍ଚିମର ୧୮୪ କିଲୋମିଟର ଦୂରରେ ରହିଥିଲା । ଗଭୀରତା ଭୂପୃଷ୍ଠ ଠାରୁ ୧୨୯ କିମି ରେକର୍ଡ କରାଯାଇଥିଲା । ଏହାକୁ ୨୪ ଘଣ୍ଟା ନ ପୁରୁଣ ପୁଣିଥରେ ଜମ୍ମୁ-କାଶ୍ମୀର ସମେତ ଦିଲ୍ଲୀ ଓ ଏହାର ଉପକଣ୍ଠ ଏନସିଆରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସେହିପରି ଜୁଲାଇ ୪ରେ କାର୍ଗିଲ ଜିଲ୍ଲାର ଲଦାଖରେ ୪.୭ ତୀବ୍ରତାର ଭୂକମ୍ପ ହୋଇଥିଲା । ଏହି ଭୂମିକମ୍ପର କେଇ ମିନିଟ୍ ମଧ୍ୟରେ ପୁଣି କର୍ତ୍ତାରେ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ।

ଏହାମଧ୍ୟ ପଢନ୍ତୁ: Earthquake Hits Jaipur: ଥରିଲା ଜୟପୁର, ଘଣ୍ଟାଏ ଭିତରେ ୩ ଥର ଭୂକମ୍ପ ଝଟକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.