ETV Bharat / bharat

Earthquake: ଭୂକମ୍ପରେ ଥରିଲା ଉତ୍ତର ଭାରତ - ଜମ୍ମୁ କାଶ୍ମୀରରେ ଭୂକମ୍ପ

ଆଫଗାନିସ୍ତାନ ଓ ତାଜିକସ୍ତାନ ସୀମାରେ ୫.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଝଟ୍‌କା । ଥରିଲା ଜମ୍ମୁ, ନୋଏଡା ଓ ଉତ୍ତରପ୍ରଦେଶ । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ଉତ୍ତର ଭାରତ
ଭୂକମ୍ପରେ ଥରିଲା ଉତ୍ତର ଭାରତ
author img

By

Published : Feb 5, 2022, 11:07 AM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା । ଜମ୍ମୁ କଶ୍ମୀର, ନୋଏଡା ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଆଜି ସକାଳ ୯ଟା ୪୫ ମିନିଟରେ ଆଫଗାନିସ୍ତାନ ଓ ତାଜିକସ୍ତାନ ସୀମାରେ ୫.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଛି । ଯାହାର ଦ୍ରାଘିମା ୩୬.୩୪୦ ଥିବା ବେଳେ ଅକ୍ଷାଂଶ ୭୧.୦୫ ରହିଛି ଯାହାର ପ୍ରଭାବରେ ଜମ୍ମୁକାଶ୍ମୀର, ନୋଏଡା ଓ ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା ।

ସେହିପରି ଉତ୍ତରାଖଣ୍ଡରେ ୩.୬ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର ଦ୍ରାଘିମା ୩୧.୧୪ ଥିବା ବେଳେ ଅକ୍ଷାଂଶ ୭୮.୦୬ ରହିଛି । ଏହାର କେନ୍ଦ୍ରସ୍ଥଳ ଉତ୍ତରକାଶୀଠାରୁ ୫୮ କିଲୋମିଟର ଦୂରରେ ରହିଛି । ଏନେଇ ଜାତୀୟ ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.