ETV Bharat / bharat

Tree fell on the train track: ବୃଦ୍ଧାଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ ଟଳିଲା ଟ୍ରେନ ଦୁର୍ଘଟଣା - କୁଡୁପୁ ଆୟାରା ମନେର ଚନ୍ଦ୍ରବତୀ

70 ବର୍ଷୀୟ ବୃଦ୍ଧାଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ ଟଳିଲା ଟ୍ରେନ ଦୁର୍ଘଟଣା । ଅଧିକ ପଢନ୍ତୁ

Tree fell on the train track
Tree fell on the train track
author img

By

Published : Apr 5, 2023, 2:34 PM IST

ବେଙ୍ଗାଲୁରୁ: 70 ବର୍ଷୀୟ ବୃଦ୍ଧାଙ୍କ ଉପଯୁକ୍ତ ବୁଦ୍ଧି ଯୋଗୁଁ ଟଳିଲା ଟ୍ରେନ ଦୁର୍ଘଟଣା । ରେଳ ଟ୍ରାକ୍ ଉପରେ ଏକ ବଡ ଗଛ ପଡିଥିବାର ଦେଖି ବୃଦ୍ଧା ଜଣକ ନାଲି କପଡା ଦେଖାଇ ଟ୍ରେନ ରୋକିଥିଲେ । ଯେଉଁ କାରଣରୁ ଏକ ବଡ ଦୁର୍ଘଟଣା ଟଳି ଯାଇଛି । ଏହି ଘଟଣା ମାର୍ଚ୍ଚ 21ତାରିଖରେ ସହରର ପାଦିଲ ଜୋକାଟେରେ ଥିବା ପାଚ୍ଚନାଡି ନିକଟ ମାଣ୍ଡାରାଠାରେ ଘଟିଥିବା ବେଳେ ଏହା ବର୍ତ୍ତମାନ ସାମ୍ନାକୁ ଆସିଛି । ମାଙ୍ଗାଲୋର ସହରର କୁଡୁପୁ ଆୟାରା ମନେର ଚନ୍ଦ୍ରବତୀ ନାମକ ବୃଦ୍ଧା ଏହି ଟ୍ରେନ ଦୁର୍ଘଟଣାକୁ ରୋକିଥିବା ଜଣାପଡିଛି ।

ମାର୍ଚ୍ଚ 21ରେ ଅପରାହ୍ନ ପ୍ରାୟ 2.10 ରେ ରେଲୱେ ଟ୍ରାକରେ ଏକ ଗଛ ପଡିଯାଇଥିଲା । ଏହି ସମୟରେ ମାଙ୍ଗାଲୋରରୁ ମୁମ୍ବାଇ ଅଭିମୁଖେ ଏକ ଟ୍ରେନ୍ ଆସୁଥିଲା । ଏହାଦେଖି ଚନ୍ଦ୍ରବତୀ ଘରୁ ଏକ ନାଲି କପଡା ଆଣି ଟ୍ରେନ୍ ଆସିବା ସମୟରେ ଏହାକୁ ଦେଖାଇଥିଲେ । ତେବେ ବିପଦକୁ ଜାଣିପାରି ଲୋକୋ ପାଇଲଟ ଟ୍ରେନର ଗତି ହ୍ରାସ କରି ଟ୍ରେନକୁ ଅଟକାଇଥିବା ବେଳେ ଏହିପରି ଏକ ସମ୍ଭାବ୍ୟ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ଏହାପରେ ସ୍ଥାନୀୟ ଲୋକ ଓ ରେଳ ବିଭାଗର କର୍ମଚାରୀମାନେ ରେଲୱେ ଟ୍ରାକରେ ପଡ଼ିଥିବା ଗଛକୁ ସଫା କରିଥିଲେ ।

ଏହା ମଧ୍ୟ ପଢନ୍ତୁ -India Corona: ଦେଶରେ ୪ ହଜାର ଡେଇଁଲା ଦୈନିକ ସଂକ୍ରମଣ, ୧୬୩ ଦିନରେ ସର୍ବାଧିକ

ଏନେଇ ଚନ୍ଦ୍ରବତୀ କହିଛନ୍ତି, ମଧ୍ୟାହ୍ନ ଭୋଜନ ପରେ ମୁଁ ଘରର ପ୍ରାଙ୍ଗଣରେ ବସିଥିଲି । ମୋ ବଡ ଭଉଣୀ ଘରେ ଶୋଇ ପଡିଥିଲା । ସେହି ସମୟରେ ମୁଁ ଦେଖିଲି କି ଏକ ବିରାଟ ଗଛ ଘର ସାମ୍ନାର ରେଳ ଟ୍ରାକ୍ ଉପରେ ପଡ଼ିଛି । ଏନେଇ ସେହି ସମୟରେ ମାଙ୍ଗାଲୋରରୁ ମୁମ୍ବାଇ ଆସୁଥିବା ଟ୍ରେନ୍ ବିଷୟରେ ସୂଚନା ରହିଥିବା ବେଳେ ହଠାତ କଣ କରିବି ଜାଣି ପାରି ନଥିଲି । ଯେତେବବେଳେ ମୁଁ ଟ୍ରେନ ଆସିବାର ଶବ୍ଦ ଶୁଣିଲି ଏନେଇ କାହାକୁ ଫୋନ କରି ସୂଚନା ଦେବା ପାଇଁ ଘରକୁ ଆସିଥିଲି । ସେହି ସମୟର ମୁଁ ଘରେ ଏକ ନାଲି କପଡା ପଡିଥିବାର ଦେଖିଲି । ଏହି ନାଲି କପଡା ଧରି ଦୌଡି ଯାଇ ଟ୍ରେନ ଲାଇନରେ ଛିଡା ହୋଇ ଦେଖାଇଥିଲି ଯାହାଫଳରେ ଟ୍ରେନ ଅଟକିଥିଲା । ଟ୍ରେନ୍ ପ୍ରାୟ ଅଧ ଘଣ୍ଟା ଧରି ଟ୍ରାକରେ ଠିଆ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ ପରେ ଏହି ଗଛ ସଫା କରାଯାଇଥିଲା ବୋଲି ସେ କହିଛନ୍ତି । ଚନ୍ଦ୍ରବତୀଙ୍କ କାର୍ଯ୍ୟ ପାଇଁ ଜନସାଧାରଣରେ ତାଙ୍କୁ ଖୁବ୍ ପ୍ରଶଂସା କରାଯାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.