ETV Bharat / bharat

ସାବରିମାଳାରେ ଅନଲାଇନ ପୂଜା, ବିଶ୍ବର ଯେକୌଣସି ସ୍ଥାନରୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

author img

By

Published : Jun 7, 2023, 10:39 PM IST

ବିଶ୍ବର ଯେକୌଣସି ସ୍ଥାନରୁ ସମ୍ଭବ ହେବ ସାବରିମାଳାରେ ସ୍ବାମୀ ଆୟପ୍ପାଙ୍କ ପୂଜାର୍ଚ୍ଚନା । ଆରମ୍ଭ ହେଲା ଅନଲାଇନ ପୂଜାର୍ଚ୍ଚନା ସିଷ୍ଟମ ‘ଇ-କନିକା’ । ଅଧିକ ପଢନ୍ତୁ

ସାବରିମାଳାରେ ଆରମ୍ଭ ହେଲା ଅନଲାଇନ ପୂଜା, ବିଶ୍ବର କୌଣସି ସ୍ଥାନରୁ ଦର୍ଶନ ସୁବିଧା ପାଇପାରିବେ ଶ୍ରଦ୍ଧାଳୁ

ଥିରୁଅନନ୍ତପୁରମ: ଏବେ ବିଶ୍ବର କୌଣସି ସ୍ଥାନରୁ ଶ୍ରଦ୍ଧାଳୁ ପାଇପାରିବେ ଆୟପ୍ପା ସ୍ବାମୀଙ୍କ ଦର୍ଶନ ଓ ପୂଜାର୍ଚ୍ଚନାର ସୁଯୋଗ । ଆଜି(ବୁଧବାର) କେରଳର ପ୍ରସିଦ୍ଧ ସାବରିମାଳାର ଆୟପ୍ପା ସ୍ବାମୀ ମନ୍ଦିରରେ ଅନ୍‌ଲାଇନ୍‌ ପୂଜାଚର୍ଚ୍ଚନା ବ୍ୟବସ୍ଥା ‘ଇ-କନିକା’ (e-offering) ସୁବିଧା ଆରମ୍ଭ କରାଯାଇଛି । ମନ୍ଦିର ପ୍ରଶାସନର ଅଫିସିଆଲ ଓ୍ବେବସାଇଟ୍‌ରେ www.sabarimalaonline.orgରେ ଏହି ଅନ୍‌ଲାଇନ୍‌ ପୂଜାର୍ଚ୍ଚନାର ସୁଯୋଗ ପାଇପାରିବେ ଶ୍ରଦ୍ଧାଳୁ ।

ମନ୍ଦିର ବୋର୍ଡ ସଭାପତି କେ.ଅନନ୍ତ ଗୋପାନ ଆଜି ଏହି ଅନଲାଇନ ପୂଜା ସିଷ୍ଟମକୁ ଲୋକାର୍ପଣ କରିଛନ୍ତି । ଏହି ଅନଲାଇନ ମୋଡ ଲୋକାର୍ପିତ ହେବା ପରେ ପ୍ରଥମେ ଟାଟା କନସଲ୍ଟାନ୍ସିର ବରିଷ୍ଠ ମହାପ୍ରବନ୍ଧକ ପୂଜାର୍ଚ୍ଚନା କରି ଏହାକୁ ଶୁଭରମ୍ଭ କରିଥିଲେ । ଏହି ଅନଲାଇନ ପୂଜାର୍ଚ୍ଚନା ବ୍ୟବସ୍ଥା ଦ୍ବାରା କେବଳ ଶ୍ରଦ୍ଧାଳୁଙ୍କୁ ସୁବିଧା ହେବ ତାହା ନୁହେଁ, ବରଂ ସାରା ବିଶ୍ବରେ ଥିବା ସ୍ବାମୀ ଆୟପ୍ପାଙ୍କ ଭକ୍ତମାନେ କେରଳ ନ ଆସି ମଧ୍ୟ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ପାଇବେ । ଫଳରେ ମନ୍ଦିରରେ ରାଜସ୍ବ ମଧ୍ୟ ବଢିବା ନେଇ ଟ୍ରଷ୍ଟ ଆଶାବ୍ୟକ୍ତ କରିଛି ।

ଜୁନ 15 ତାରିଖ ସଂଧ୍ୟାରେ ଏକ ସ୍ବତନ୍ତ୍ର ପୂଜା ନୀତି ପାଇଁ ଏହି ପ୍ରସିଦ୍ଧ ମନ୍ଦିର ଖୋଲିବାକୁ ଯାଉଛି । ସେହିପରି ମନ୍ଦିରରେ ଥିବା ଶନିଧାମରେ ମଧ୍ୟ 16ରୁ 20 ତାରିଖ ମଧ୍ୟରେ ଏକ ବିଶେଷ ପୂଜା ନୀତି ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଦକ୍ଷିଣ ଭାରତ ସମେତ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିବେ । ଏହି ଅନଲାଇନ ପୂଜାର୍ଚ୍ଚନା ବ୍ୟବସ୍ଥା ଭିଡ ହ୍ରାସ କରିବା ସହ ଶ୍ରଦ୍ଧାଳୁଙ୍କୁ ଅନଲାଇନ ପୂଜାର୍ଚ୍ଚନା କରିପାରିବେ ।

ମକର ସଂକ୍ରାନ୍ତି ଅବସରରେ ହେଉଥିବା ସ୍ବାମୀ ଆୟପ୍ପାଙ୍କ ବିଶେଷ ପୂଜାନୀତି ପାଇଁ ସମଗ୍ର ଦେଶରୁ ଦିକ୍ଷାଧାରୀମାନେ କେରଳର ସାବରିମାଳାରେ ପହଞ୍ଚିଛନ୍ତି । ଏହି ଉତ୍ସବ ପୂର୍ବରୁ ସେମାନେ ଏକ ମାସ ବ୍ୟପୀ ଦିକ୍ଷା ମଧ୍ୟ ଧାରଣ କରିଥାନ୍ତି । ଯେଉଁଥିରେ କଳା ପୋଷାକ ପରିଧାନ ବାଧ୍ୟତାମୂଳକ ହୋଇଥାଏ । ଏଥିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟ ହୋଇଥାଏ । ତେବେ ଦାକ୍ଷିଣାତ୍ୟର ଏହି ପ୍ରସିଦ୍ଧ ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ସର୍ବୋଚ୍ଚ କୋର୍ଟଙ୍କ ରାୟ ଆସିବା ପରେ ବିବାଦ ଦେଖିବାକୁ ମିଳିଥିଲା । କାରଣ ବହୁବର୍ଷରୁ ନିର୍ଦ୍ଦିଷ୍ଟ ବୟସ୍କା ମହିଳାଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ନଥିବା ବେଳେ ସୁପ୍ରିମକୋର୍ଟ ମହିଳାଙ୍କୁ ପ୍ରବେଶ ଅନୁମତି ଦେଇଥିଲେ । ଯାହାକୁ ସ୍ଥାନୀୟ ବାସିନ୍ଦା ପରମ୍ପରା ବିରୋଧୀ ନିୟମ କରି ବିରୋଧ କରିଥିଲେ । ଏବେ ମଧ୍ୟ ଏହି ବିବାଦ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.