ETV Bharat / bharat

ପୁଣି ପୁନେରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ - ମହାରାଷ୍ଟ୍ରରେ ବିମାନ ଦୁର୍ଘଟଣା

ମହାରାଷ୍ଟ୍ରର ପୁନେରେ ଟ୍ରେନିଂ ସମୟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗସ୍ତ । ପ୍ରଶିକ୍ଷଣ ଚାଲିଥିବା ବେଳେ ଅଘଟଣ ଘଟିଛି । ତଦନ୍ତ ଜାରି । ଅଧିକ ପଢ଼ନ୍ତୁ

ପୁଣି ପୁନେରେ ଟ୍ରେନିଙ୍ଗ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

author img

By ETV Bharat Odisha Team

Published : Oct 22, 2023, 10:03 AM IST

Updated : Oct 22, 2023, 12:31 PM IST

ପୁନେରେ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ପୁନେ: ମହାରାଷ୍ଟ୍ରର ପୁନେ ଜିଲ୍ଲାରୁ ପୁଣି ବିମାନ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଆଜି(ରବିବାର) ସକାଳ ସମୟରେ ଟ୍ରେନିଙ୍ଗ ସମୟରେ ଏୟାରକ୍ରାଫ୍ଟ ଦୁର୍ଘଟଣାଗସ୍ତ ହୋଇଛି । ମହାରାଷ୍ଟ୍ରର ପୁନେ ଜିଲ୍ଲା ସ୍ଥିତ ଗୋଜୁବାଓ୍ବି ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ଏନେଇ ପୁନେ ଗ୍ରାମୀଣ ପୋଲିସ ଅଧିକାରୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ ଏବେସୁଦ୍ଧା କୌଣସି ଆହତ କିମ୍ବା ମୃତାହତ ଖବର ସାମ୍ନାକୁ ଆସିିନାହିଁ ।

ଏହାମଧ୍ୟ ପଢନ୍ତୁ..ବ୍ୟାଗରେ ବୋମା ଥିବା ଦାବିକଲେ ଯାତ୍ରୀ, ମୁମ୍ବାଇରେ ଜରୁରୀ ଅବତରଣ କଲା ଆକାଶ ଏୟାର ବିମାନ

ମହାରାଷ୍ଟ୍ରର ପୁନେ ଜିଲ୍ଲା ସ୍ଥିତ ଗୋଜୁବାଓ୍ବି ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଅଘଟଣ ଘଟିଛି । ପ୍ରଶିକ୍ଷଣ ସମୟରେ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣାର ଶିକାର ହୋଇଛି । କ୍ରାସ୍ ସମୟରେ ବିମାନ ମଧ୍ୟରେ କେତେ ଜଣ ଥିଲେ ସେ ନେଇ ସ୍ପଷ୍ଟ ହୋଇନାହିଁ । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତ କିମ୍ବା ଆହତ ବିଷୟରେ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ । ଆଜି(ରବିବାର) ସକାଳ ସମୟରେ ଦୁର୍ଘଟଣା ନେଇ ପୁନେ ଗ୍ରାମୀଣ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏୟାର କ୍ରାସର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ..ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି, ଜରୁରୀ ଅବତରଣ କଲା ଭୁବନେଶ୍ବର-ଦିଲ୍ଲୀ ବିମାନ

ଅନ୍ୟପଟେ ଗତ ଗୁରୁବାର ଦିନ ଅପରାହ୍ନ 5ଟା ସୁଦ୍ଧା ମହାରାଷ୍ଟ୍ରର ପୁନେ ଜିଲ୍ଲାରେ ଆଉ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଦୁର୍ଘଟଣା ସମୟରେ ବିମାନରେ 2 ଜଣ ଉପସ୍ଥିତ ଥିବା ବେଳେ ସେମାନେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୁନେ ସ୍ଥିତ ବାରାମତି ଏମଆଇଡିସି କ୍ଷେତ୍ର ଅନ୍ତର୍ଗତ କଟଫଲ ଗାଁ ନିକଟରେ ବିମାନ ପ୍ରଶିକ୍ଷଣ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ..Mumbai Airport: ରନ୍‌-ଓ୍ବେରୁ ଖସିଲା ଚାର୍ଟାଡ ଫ୍ଲାଇଟ, ଏୟାରପୋର୍ଟରେ ଅପରେସନ୍ ବନ୍ଦ

ଏହାପୂର୍ବରୁ 14 ସେପ୍ଟେମ୍ବରରେ ଲ୍ୟାଣ୍ଡିଂ ସମୟରେ ମୁମ୍ବାଇ ଏୟାରପୋର୍ଟର ରନ୍‌ଓ୍ବେରେ ଏକ ଘରୋଇ ବିମାନ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ 8 ଜଣ ସାମାନ୍ୟ ଆହତ ହୋଇଥିଲେ । ଏହି ବିମାନ ବିଶାଖାପାଟନମରୁ ମୁମ୍ୱାଇ ଆସିଥିଲା । ବିମାନରେ 6 ଜଣ ଯାତ୍ରୀ ସମେତ 2 ଜଣ କ୍ରୁ ମେମ୍ବର ଉପସ୍ଥିତ ଥିଲେ । ପ୍ରବଳ ବର୍ଷା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 22, 2023, 12:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.