ETV Bharat / bharat

Madurai Train Fire: 22 ବର୍ଷ ହେଲା ସିଲିଣ୍ଡର ଧରି ଟ୍ରେନରେ ଯାତ୍ରା କରୁଥିଲେ ଟୁର ଅପରେଟର

author img

By ETV Bharat Odisha Team

Published : Aug 27, 2023, 12:35 PM IST

ମଦୁରାଇରେ ଟ୍ରେନ ଦୁର୍ଘଟଣାକୁ ନେଇ ବଡ ଖୁଲାସା । ଏକ ଟୁର ଏଜେନ୍ସି ମାଲିକ ଗତ 22 ବର୍ଷ ହେଲା ଟ୍ରେନରେ ସିଲିଣ୍ଡର ଏବଂ ଷ୍ଟୋଭ ଧରି ଯାତ୍ରା କରିଥାନ୍ତି । ସିଲିଣ୍ଡରରେ ନିଆଁ ଲାଗି ଏହି ଦୁର୍ଘଟଣା ଘଟିଥିଲା ​​ଯେଉଁଥିରେ ଟୁର ଅପରେଟର ପପୁର ମଧ୍ୟ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

Madurai rail fire
Madurai rail fire

ଲକ୍ଷ୍ନୌ: ତାମିଲନାଡୁର ମଦୁରାଇ ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟଣା । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି 9 ଜଣଙ୍କ ଜୀବନ ଯାଇଛି । ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଲକ୍ଷ୍ନୌରୁ ରାମେଶ୍ବର ଯାଉଥିବା ଟ୍ରେନରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା । ବେଆଇନ ଭାବେ ଯାତ୍ରୀ ମାନେ ସେମାନଙ୍କ ସାଙ୍ଗରେ ସିଲିଣ୍ଡର ନେଇ ଯାତ୍ରା କରୁଥିଲେ । ରୋଷେଇ ଉଦ୍ଦେଶ୍ୟରେ ସିଲିଣ୍ଡରଟି ଟ୍ରେନରେ ନେଇଥିବା ବେଳେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା । ତେବେ ବଗି ବୁକ କରିଥିବା ଏଜେଣ୍ଟଙ୍କ ବିଷୟରେ ବଡ ଖୁଲାସା ହୋଇଛି । ଏହି ଦୁର୍ଘଟଣାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସୀତାପୁରର ଭସିନ୍ ଟୁର୍ ଏବଂ ଟ୍ରାଭେଲ୍ସ ଏଜେନ୍ସି ଦୀର୍ଘ ବର୍ଷ ହେଲା ଲୋକଙ୍କୁ ତୀର୍ଥଯାତ୍ରାରେ ନେଇଥାନ୍ତି । ପ୍ରାୟ 22 ବର୍ଷ ଧରି, ଭସିନ୍ ଟୁର ଏବଂ ଟ୍ରାଭେଲ୍ସର ମାଲିକ ତୀର୍ଥ ଯାତ୍ରାରେ ଲୋକଙ୍କୁ ନେବା ବେଳେ ସାଙ୍ଗରେ ସିଲିଣ୍ଡର ଏବଂ ଡିଜେଲ ଚୁଲା ନେଇ ଟ୍ରେନରେ ଯାଇଥାନ୍ତି । ଶନିବାର ଦିନ ମଧ୍ୟ ତୀର୍ଥଯାତ୍ରୀଙ୍କୁ ନେଇ ଟ୍ରେନରେ ଯାଉଥିବା ବେଳେ ସିଲିଣ୍ଡର ସାଙ୍ଗରେ ନେଇଥିଲେ । କିନ୍ତୁ କୌଣସି କାରଣ ବଶତଃ ସିଲିଣ୍ଡରରେ ନିଆଁ ଲାଗି ଏକ ଦୁର୍ଘଟଣା ଘଟିଥିଲା ​​ଏବଂ ଟୁର୍ ଅପରେଟର ପପୁର ମଧ୍ୟ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-Madurai Train Fire: ଏଲପିଜି ଗ୍ୟାସ ପାଇଁ ଲାଗିଥିଲା ନିଆଁ ! ଟ୍ରେଭେଲ୍ ଏଜେନ୍ସି ନାଁରେ ରୁଜୁ ହେଲା ମାମଲା

ପପୁ ଓରଫ ହରିଶ ଭାସିନ୍ ବ୍ୟବସାୟୀ ଭାବେ ସୀତାପୁର, ଲଖୀମପୁର ଖେରୀ, ହର୍ଡୋଇ, ଶାହାଜାହାନପୁର, ଲକ୍ଷ୍ନୌ ଓ ବହରାଇଚରେ ବେଶ ପରିଚିତ । କଠିନ ପରିଶ୍ରମ କରି ସେ ଏକ ଟୁର୍ ଅପରେଟର ହୋଇଥିଲେ। ଗତ 22 ବର୍ଷ ହେଲା ପପୁ ଚାରିଧାମ ଯାତ୍ରା, ବୈଷ୍ଣୋ ଦେବୀ ଓ କାଠ ମାଣ୍ଡୁ ସମେତ ଅନ୍ୟ ସ୍ଥାନ ଯିବା ପାଇଁ ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ । ଏମିତିକି ସେ ରେଳ କର୍ମଚାରୀ ଏବଂ ସୁରକ୍ଷା ବାହିନୀ ସହ ଭଲ ସମ୍ପର୍କ ସ୍ଥାପନ କରି ସହଜରେ ସିଲିଣ୍ଡର ଏବଂ ଡିଜେଲ ଚୁଲା ଧରି ଟ୍ରେନରେ ଯାତ୍ରା କରୁଥିଲା । ଏଥି ପାଇଁ ତାଙ୍କୁ କେହି ରୋକଠୋକ ମଧ୍ୟ କରୁନଥିଲେ । ସମସ୍ତଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା ।

ଲଖିମପୁରର କାଶିନଗର ଅଞ୍ଚଳର ବାସିନ୍ଦା ରମେଶ ଭର୍ମା କହିଛନ୍ତି ଯେ, ଆମେ ଭସିନ ଟୁର ଏବଂ ଟ୍ରାଭେଲରେ ଯାତ୍ରା କରିଛୁ । ସେମାନେ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ । କୌଣସି ଅସୁବିଧା ମଧ୍ୟ ନଥିଲା। । ଯେତେବେଳେ ଶୌଚାଳୟ ନିକଟରେ ଥିବା ଗ୍ୟାସ୍ ଚୁଲିରେ ଖାଦ୍ୟ ରୋଷେଇ ହେଉଥିଲା ସେତେବେଳେ ମୁଁ ଟିକେ ଭୟଭୀତ ଅନୁଭବ କରୁଥିଲି । ଯଦିଓ ଭ୍ରମଣ ପାଇଁ କମ ଟଙ୍କା ଖର୍ଚ୍ଚ ହେଉଥିଲା ସେଥି ପାଇଁ କେହି କିଛି କହୁନଥିଲେ । ସୀତାପୁର ଜିଲ୍ଲାରେ ଭସିନ୍ ଟୁର୍ ଆଣ୍ଡ ଟ୍ରାଭେଲ୍ସର ଏକ ଛୋଟ ଅଫିସ ଅଛି । ପପୁଙ୍କ ଘର ପ୍ରେମ ନଗର ଅଞ୍ଚଳରେ । କୁହାଯାଇଥିଲା ଯେ ବର୍ଷ ବର୍ଷ ଧରି ଟ୍ରେନରେ ଯାତ୍ରୀଙ୍କୁ ନେବା ସମୟରେ ସାଥିରେ ଷ୍ଟୋଭ ଓ ସିଲିଣ୍ଡର ମଧ୍ୟ ନେଉଥିଲେ । ଏହି ଦୁର୍ଘଟଣାରେ ପପୁଙ୍କର ମଧ୍ୟ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.