ETV Bharat / bharat

ଚଳିତବର୍ଷ 112 ଆତଙ୍କୀଙ୍କୁ ନିପାତ କରିଛି CRPF, ୧୩୫ ଗିରଫ

author img

By

Published : Nov 9, 2021, 9:31 PM IST

ଆତଙ୍କୀ ବିରୋଧୀ ଅଭିଯାନରେ CRPFକୁ ସଫଳତା । ଚଳିତବର୍ଷ 112 ଆତଙ୍କୀ ନିପାତ, ୧୩୫ ହୋଇଛନ୍ତି ଗିରଫ । ଅଧିକ ପଢନ୍ତୁ...

ଚଳିତବର୍ଷ 112 ଆତଙ୍କୀଙ୍କୁ ନିପାତ କରିଛି CRPF, ୧୩୫ ଗିରଫ
ଚଳିତବର୍ଷ 112 ଆତଙ୍କୀଙ୍କୁ ନିପାତ କରିଛି CRPF, ୧୩୫ ଗିରଫ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ବିରୋଧୀ ଅଭିଯାନକୁ ବ୍ୟାପକ କରିଛି ସୁରକ୍ଷା ବଳ । ତେବେ ଏହି ଅପରେସନ ସମ୍ପର୍କରେ ମିଳିଥିବା ସଫଳତା ନେଇ ସୂଚନା ଦେଇଛି CRPF । ସୁରକ୍ଷାବଳର କାର୍ଯ୍ୟାନୁଷ୍ଠାନରେ ଘାଟିରେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମୋଟ 112 ଆତଙ୍କବାଦୀ ନିପାତ ହୋଇଛନ୍ତି । ସହିପରି ୧୩୫ ଜଣ ଆତଙ୍କୀ ଗିରଫ ହେବା ସହ ୨ଜଣ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛି CRPF ।

କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ବଳର ଆତଙ୍କୀ ବିରୋଧୀ ଅଭିଯାନ ଜାରି ରହିଛି । ପୂର୍ବରୁ CRPFର 25 ଟି କମ୍ପାନୀ କାଶ୍ମୀରରେ ନିୟୋଜିତ ଥିବାବେଳେ ଘାଟିରେ ସାଧାରଣ ଲୋକଙ୍କୁ ହତ୍ୟା ପରେ CRPF ୫ଟି ଅତିରିକ୍ତ କମ୍ପାନୀ କାଶ୍ମୀରକୁ ପଠାଇଛି । ତେବେ ବର୍ତ୍ତମାନ ସେଠାରେ ଆତଙ୍କୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ବ୍ୟାପକ ଭାବେ ଜାରି ରହିଛି ।

ସେହିପରି କେବଳ ଆତଙ୍କବାଦ ଦମନ କ୍ଷେତ୍ରରେ ନୁହେଁ ବରଂ,ଚଳିତବର୍ଷ ବାମପନ୍ଥୀ ଉଗ୍ରବାଦ (LWE) କିମ୍ବା ମାଓବାଦୀ ପ୍ରଭାବିତ ରାଜ୍ୟରେ ମଧ୍ୟ ସିଆରପିଏଫକୁ ଆଖି ଦୃଶିଆ ସଫଳତା ମିଳିଛି । ବର୍ତ୍ତମାନ ଓଡିଶା, ଆନ୍ଧ୍ର, ଛତିଶଗଡ, ଝାଡଖଣ୍ଡ ପରି ମାଓ ପ୍ରବଣ ରାଜ୍ୟ ସମେତ କିଛି ଉତ୍ତର ପୂର୍ବ ରାଜ୍ୟରେ ମଧ୍ୟ ସିଆରପିଏଫ ମୂତୟନ ରହିଛନ୍ତି । ତେବେ ମାଓ ବିରୋଧୀ ଅଭିଯାନରେ ମଧ୍ୟ ଗତ ବର୍ଷେ ମଧ୍ୟରେ ଆଖି ଦୃଶିଆ ସଫଳତା ପାଇଛି CRPF । ଚଳିତବର୍ଷ 603 ମାଓବାଦୀ ଗିରଫ ହୋଇଥିବାବେଳେ 486 ଜଣ ଆତ୍ମସମର୍ପଣ କରିଛନ୍ତି ବୋଲି ସୂଚନା ଦେଇଛି CRPF ।

ବ୍ୟୁରୋ ରିପୋର୍ଟ, ଇଟିିଭି ଭରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.