ଗୌହାଟୀ: ଆସାମରେ ବନ୍ୟା ସ୍ଥିତିରେ ସମାନ୍ୟ ସୁଧାର ଆସିଥିଲା ସୁଦ୍ଧା ଦୁର୍ଦ୍ଦଶା କିନ୍ତୁ କମ ହୋଇନି । ଆଜି (ରବିବାର) ଗୋଟିଏ ଦିନରେ ଦୁଇ ଶିଶୁଙ୍କ ସମେତ 6 ଜଣଙ୍କର ମୃତ୍ୟୁ ଘଟିବା ମୃତ୍ୟୁ ସଂଖ୍ୟା 24କୁ ବୃଦ୍ଧି ପାଇଛି । ବନ୍ୟା ଜଳରେ ବୁଡି ରାଜ୍ୟରେ ମୋଟ 19 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଭୂସ୍ଖଳନରେ 19 ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସ୍ପଷ୍ଟ କରାଯାଇଛି ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ପ୍ରଦାନ କରାଯାଇଥିବା ଏକ ତଥ୍ୟ ଅନୁଯାୟୀ ଗତ 24 ଘଣ୍ଟା ମଧ୍ୟରେ ବନ୍ୟା ପ୍ରଭାବିତ ଜିଲ୍ଲା ସଂଖ୍ୟା 29 ଟି ଜିଲ୍ଲାରୁ 22 ଟି ଜିଲ୍ଲାକୁ ହ୍ରାସ ପାଇଛି । ପ୍ରଭାବିତ ଲୋକଙ୍କ ସଂଖ୍ୟା କିନ୍ତୁ 7.2 ଲକ୍ଷରେ ରହିଛି । 91,518 ଜଣଙ୍କୁ 269 ରିଲିଫ କ୍ୟାମ୍ପରେ ଥଇଥାନ କାରଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ