ETV Bharat / bharat

18 କୋଟି ଦେଶବାସୀ ନେଇଛନ୍ତି ଟିକା, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା - 18.44 crores people vaccinated

ସୋମବାର ଦେଶରେ ମୋଟ 14 ଲକ୍ଷ 79 ହଜାର 592 ଜଣ ଟିକା ନେଇଛନ୍ତି । ଯାହାକୁ ମିଶାଇ ଏଯାବତ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା 18 କୋଟି 44 ଲକ୍ଷରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଦେଶରେ ମୋଟ 18.44 ଲୋକଙ୍କୁ ଟୀକାକରଣ
ଦେଶରେ ମୋଟ 18.44 ଲୋକଙ୍କୁ ଟୀକାକରଣ
author img

By

Published : May 18, 2021, 2:48 PM IST

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ମୃତ୍ୟୁସଂଖ୍ୟା ମଧ୍ୟ ଏହା ସହ ତାଳ ଦେଇ ବୃଦ୍ଧି ପାଉଛି । ସେପଟେ ମହାମାରୀ ପ୍ରସାର ରୋକିବାକୁ ଦେଶରେ ଟୀକାକରଣକୁ ଗୁରୁତ୍ବ ଦିଆଯାଉଛି । ସୋମବାର ଦେଶରେ ମୋଟ 14 ଲକ୍ଷ 79 ହଜାର 592 ଜଣ ଟିକା ନେଇଛନ୍ତି । ଯାହାକୁ ମିଶାଇ ଏଯାବତ୍ ଟିକା ନେଇଥିବା ଲୋକଙ୍କ ସଂଖ୍ୟା 18 କୋଟି 44 ଲକ୍ଷରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମେ 17 ତାରିଖ ଅର୍ଥାତ୍ ସୋମବାର ରାତି 8ଟା ସୁଦ୍ଧା ରେକର୍ଡ ରିପୋର୍ଟ ମୁତାବକ ଦେଶରେ ଏ ପର୍ଯ୍ୟନ୍ତ କୋଭିଡ ଟିକାର 18 କୋଟି 44 ଲକ୍ଷ 22 ହଜାର 218 ଡୋଜ ଲୋକଙ୍କୁ ଦିଆଯାଇଛି । ସେଥିମଧ୍ୟରେ 96 ଲକ୍ଷ 58 କୋଟି 913 ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ଯେଉଁମାନେ ଟିକାର ପ୍ରଥମ ଡୋଜ ନେଇଛନ୍ତି । ସେହିପରି 66 ଲକ୍ଷ 52 ହଜାର 200 ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି ।

ଏଥିସହ 1 କୋଟି 44 ଲକ୍ଷ 97 ହଜାର 411 ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଏବଂ 82 ଲକ୍ଷ 16 ହଜାର 750 ଜଣଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି । ଭାରତର ଏହି ମେଗା ଟୀକାକରଣ ଡ୍ରାଇଭରେ 45ରୁ 60 ବର୍ଷ ବୟସ ମଧ୍ୟରେ 5 କୋଟି 76 ଲକ୍ଷ 53 ହଜାର 924 ଜଣ ପ୍ରଥମ ଡୋଜ ଟିକା ଏବଂ 92 ଲକ୍ଷ 39 ହଜାର 392 ଜଣ ବ୍ୟକ୍ତି ଦ୍ବିତୀୟ ଡୋଜ ଟିକା ନେଇଛନ୍ତି ।

ଏହାବ୍ୟତୀତ 5 କୋଟି 46 ଲକ୍ଷ 60 ହଜାର 900 ଜଣ ବ୍ୟକ୍ତି, ଯେଉଁମାନଙ୍କ ବୟସ 60 ବର୍ଷରୁ ଅଧିକ ସେମାନେ ପ୍ରଥମ ଡୋଜ ନେଇଥିବାବେଳେ 1 କୋଟି 79 ଲକ୍ଷ 10 ହଜାର 24 ଜଣ ଦ୍ବିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.