ETV Bharat / bharat

Budget 2022: କଣ ରହିଛି ପ୍ରମୁଖ ରାଜନେତାଙ୍କ ପ୍ରତିକ୍ରିୟା

author img

By

Published : Feb 1, 2022, 7:56 PM IST

Updated : Feb 1, 2022, 8:59 PM IST

ବଜେଟ ୨୦୨୨ ଉପସ୍ଥାପିତ ହେବା ପରେ ବିଭିନ୍ନ ମହଲରୁ ପ୍ରକାଶ ପାଇଛି ପ୍ରତିକ୍ରିୟା । ତେବେ କଣ କହୁଛନ୍ତି ଚର୍ଚ୍ଚିତ ରାଜନେତା । ପଢନ୍ତୁ ଅଧିକ

Budget 2022: କଣ ରହିଛି ପ୍ରମୁଖ ରଜନେତାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ ବଜେଟ ଉପସ୍ଥାପନ ହେବା ପରେ ସ୍ବାଭାବିକ ଭାବେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟରେ ସରକାର ଏହାକୁ ଏକ ପ୍ରଭାବୀ ବଜେଟ ବୋଲି କହୁଥିବା ବେଳେ ସରକାରକୁ ଘେରିଛନ୍ତି ବିରୋଧି କଂଗ୍ରେସ ସମେତ ବିଭିନ୍ନ ଦଳ । ତେବେ କଣ ରହିଛି ବିଭିନ୍ନ ରାଜନେତାଙ୍କ ପ୍ରତିକ୍ରିୟା ।

ପ୍ରଧାନମନ୍ତ୍ରୀ ମୋଦି:-

ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ଏକ ପ୍ରଗତିଶୀଳ ବଜେଟ ଭାବେ ଅବିହିତ କରିଛନ୍ତି । ଚଳିତ ବଜେଟ ବିଶେଷ ଭାବେ ସମାଜର ପଛୁଆ ବର୍ଗର ଲୋକଙ୍କୁ ଉପକୃତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହା ଏକ ଲୋକାଭିମୁଖୀ ଏବଂ ପ୍ରଗତିଶୀଳ ବଜେଟ୍‌ । ଏହି ବଜେଟ୍ ଲୋକଙ୍କ ପାଇଁ ନୂତନ ଆଶା ଏବଂ ସୁଯୋଗ ସୃଷ୍ଟି କରିବ । ଅର୍ଥନୀତିକୁ ମଜବୁତ କରିବା ସହ ଏହା ଭିତ୍ତିଭୂମି ସୁଦୃଢୀକରଣ, ଅଧିକ ପୁଞ୍ଜି ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅବସର ସୃଷ୍ଟି କରିବାରେ ବେଶ ସହାୟକ ହେବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକାରୀ:-

କେନ୍ଦ୍ର ବଜେଟକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଏହି ବଜେଟ ଦେଶରେ ଆଧୁନିକ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବ। ଆଜି ଉପସ୍ଥାପିତ ହୋଇଥିବା ବଜେଟ୍ ହେଉଛି ଦେଶର ଆଧୁନିକ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଜେଟ । ଯାହା ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ ଏବଂ 130 କୋଟି ଭାରତୀୟଙ୍କ ଜୀବନରେ ଉନ୍ନତି ଆଣିବା ନେଇ ଟୁଇଟରେ କରିଛନ୍ତି ଗଡକାରୀ

ରାହୁଲ ଗାନ୍ଧୀ:-

ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ଏହା ଏକ ବିଫଳ ବଜେଟ ବୋଲି କହିଛନ୍ତି । ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଜେଟରେ କିଛି ସୁଫଳ ମିଳିବାକୁ ନଥିବା କହିଛନ୍ତି ରାହୁଲ । ରାହୁଲ ନିଜ ଟ୍ବିଟରେ ଲେଖଛନ୍ତି ‘ଜିରୋ ବଜେଟ’ । ଦରମା ପ୍ରାପ୍ତ ଶ୍ରେଣୀ, ମଧ୍ୟବିତ୍ତ ଶ୍ରେଣୀ, ଗରିବ, ଯୁବକ, କୃଷକ ଏବଂ MSME କ୍ଷେତ୍ର ପାଇଁ ବଜେଟରେ କିଛି ନାହିଁ ବୋଲି କହିଛନ୍ତି ରାହୁଲ ।

ହରଦୀପ ସିଂ ପୁରୀ:-

ଗତ ମାସର ଜିଏସଟି ସଂଗ୍ରହ 1.49 ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ଏକ ରେକର୍ଡ । ଏଣୁ ଅର୍ଥନୀତି ବହୁତ ଭଲ କାମ କରୁଛି ଏଥିରେ କିଛି ସନ୍ଦେହ ନାହିଁ । ଆଜି ଅର୍ଥମନ୍ତ୍ରୀ ଉପସ୍ଥାପନା କରିଥିବା ବଜେଟରେ ଅଭିବୃଦ୍ଧି ଉପରେ ଧ୍ୟାନ, ଭିତ୍ତିଭୂମି ସୁଦୃଢୀକରଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ । ଘୋଷଣା ଦ୍ୱାରା ସେ ବହୁତ ଉତ୍ସାହିତ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ :-

ବଜେଟ ଉପସ୍ଥାପନ ହେବା ପରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ । ବଜେଟ କେବଳ ଧନୀ ବ୍ୟକ୍ତିଙ୍କୁ ସହାୟକ ହେବା ପରି ପ୍ରସ୍ତୁତ ହୋଇଥିବା ମନେ ହେଉଥିବାବେଳେ ଏଥିରେ ଗରିବ ଲୋକଙ୍କ ପାଇଁ କିଛି ନାହିଁ । ବଜେଟ୍ ବିଜେପିର ବିତ୍ତଶାଳୀ ବନ୍ଧୁମାନଙ୍କୁ ଲାଭବାନ କରିବ ବୋଲି କହିଛନ୍ତି ମଲ୍ଲିକାର୍ଜୁନ ଖାଡ୍ଗେ ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ:-

ବଜେଟକୁ ସଫଳ ବଜେଟ ବୋଲି ଦର୍ଶାଇଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହା ସାଧାରଣ ଲୋକଙ୍କ ପାଇଁ ଏକ ବଜେଟ । ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ବିଶେଷ ଭାବେ ଉପକୃତ କରିବା ପାଇଁ ବେଶ ସହାୟକ ହେବ । କେନ୍ ବେତୱା ଲିଙ୍କିଂ ପ୍ରକଳ୍ପ ପାଇଁ 1400 କୋଟି ଟଙ୍କାର ମଞ୍ଜୁରୀ ବୁନ୍ଦେଲଖଣ୍ଡର କୃଷି ମାନଚିତ୍ରକୁ ବଦଳାଇବ । ଏହି ବଜେଟରେ କୃଷକଙ୍କ ଆୟ ଦ୍ୱିଗୁଣିତ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ:-

ଏହା ଏକ ପ୍ରଗତିଶୀଳ ବଜେଟ୍ । ସମସ୍ତ ବିଭାଗ ବିଶେଷ କରି କୃଷକ, ମହିଳା, ଯୁବକଙ୍କୁ ଲାଭ ଦେବ ବୋଲି କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏମଏସପି ଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା, କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା, ଯୁବକମାନଙ୍କ ପାଇଁ 60 ଲକ୍ଷ ଚାକିରୀ, ମିଶନ ଶକ୍ତି ପରି ମହିଳା ସଶକ୍ତିକରଣ ପାଇଁ ପଦକ୍ଷେପ ଆମ ଅର୍ଥନୀତିକୁ ବୃଦ୍ଧି କରିବା ଦିଗରେ ଏକ ପ୍ରଭାବଶାଳୀ ବଜେଟ ପ୍ରସ୍ତୁତ ହୋଇଥିବା କହିଛନ୍ତି ଯୋଗୀ

ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର :-

ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂ ରାଠୋର କେନ୍ଦ୍ର ବଜେଟକୁ ପ୍ରଶଂସା କରିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଭିତ୍ତିଭୂମିରେ 35% ବୃଦ୍ଧି ସହ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ପାଇଁ ଏହା ଏକ ଉତ୍ତମ ବଜେଟ୍ ବୋଲି କହିଛନ୍ତି ରାଠୋର ।

କଂଗ୍ରେସ ନେତା ଆନନ୍ଦ ଶର୍ମା -

ବଜେଟ୍ ଆଶାନୁରୂପକ ହୋଇପାରିନାହିଁ । ଗରିବ ଏବଂ ସାଧାରଣ ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିବ ବୋଲି ଆଶା କରାଯାଇଥିବାବେଳେ ସେପରି କିଛି ନଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା । ମୁଦ୍ରାସ୍ଫୀତି ବୃଦ୍ଧି ଦ୍ୱାରା ପ୍ରଭାବିତ କରଦାତାମାନଙ୍କ ପାଇଁ କୌଣସି ପ୍ରାବଧାନ ନାହିଁ । ସେହିପରି ଏହି ବଜେଟରେ କ୍ଷୁଦ୍ର ଶିଳ୍ପ ପାଇଁ ମଧ୍ୟ ବିଶେଷ ବ୍ୟବସ୍ଥା ନଥିବା ସେ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 1, 2022, 8:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.