ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : May 20, 2021, 9:10 AM IST

1.ଲକଡାଉନ୍ ସତ୍ତ୍ବେ କମୁନି ସଂକ୍ରମଣ, 24 ଘଣ୍ଟାରେ 11 ହଜାରରୁ ଉର୍ଦ୍ଧ୍ବ ଚିହ୍ନଟ

କୋରୋନା ସଂକ୍ରମଣକୁ କମ୍ କରିବା ପାଇଁ ଲକଡାଉନ୍, ସଟଡାଉନରେ ରାଜ୍ୟ ମାତ୍ର ଏତେ ପରେ ବି କମିବାର ନାଁ ନେଉନି ସଂକ୍ରମଣ । ପୁଣି 24 ଘଣ୍ଟାରେ 11 ହଜାର 498ଟି ମାମଲା ସାମ୍ନାକୁ ଆସିଛି ।

2.ସାମ୍ବାଦିକଙ୍କୁ ପୁରୀ ପୋଲିସର ମାଡ ଘଟଣା, ତଦନ୍ତ କରିବେ ଏସପି କନୱର ବିଶାଳ ସିଂ

ପୁରୀ ବଡଶଙ୍ଖ ପରିବା ବଜାରରେ କୋରୋନା ଚେକିଂ ଆଳରେ ପରିବା ବିକ୍ରେତା ଓ ସାମ୍ବାଦିକଙ୍କୁ ପୋଲିସର ମାଡ ଘଟଣା । ବ୍ୟକ୍ତିଗତ ଭାବେ ତଦନ୍ତ କରିବେ ପୁରୀ ଏସପି ।

3.ରାଉରକେଲାରେ ICU ସମେତ 100 ଭେଣ୍ଟିଲେଟରର ଲୋକାର୍ପଣ କରିବେ ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ ନଗରବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଆଜି(ଗୁରୁବାର) ଲୋକାର୍ପଣ ହେବ ସେଲ୍ ରାଉରକେଲା ଇସ୍ପାତ କାରଖାନାର ‘ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି’ ହସ୍ପିଟାଲରେ 100ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡ ।

4.ଆସୁଛି ସାମୁଦ୍ରିକ ଝଡ ‘ୟସ୍’: ମେ 26 ସୁଦ୍ଧା ଛୁଇଁବ ଓଡିଶା ଉପକୂଳ

ଆସୁଛି ଆଉ ଏକ ବାତ୍ୟା । ମେ 22ରୁ 26 ପର୍ଯ୍ୟନ୍ତ ଅନ୍ୟ ଏକ ଘୂର୍ଣ୍ଣିବଳୟ ପୂର୍ବ ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି ।

5.ଆଜି କେରଳ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପିନାରାୟୀ ବିଜୟନ, ଆରମ୍ଭ କରିବେ ଦ୍ବିତୀୟ ଇଂନିସ୍

ଆଜି(ଗୁରୁବାର) ଦ୍ବିତୀୟ ଥର ପାଇଁ କେରଳ ମୁଖ୍ୟମନ୍ତୀ ଭାବେ ପିନାରାୟୀ ବିଜୟନ ଶପଥ ପାଠ କରିବେ ।

6.ଇସ୍ରାଏଲ-ଗାଜା ବିବାଦ: 69 ଶିଶୁଙ୍କ ସମେତ 256 ମୃତ, ରିପୋର୍ଟ ଦେଲା ଜାତିସଂଘ

ଇସ୍ରାଏଲ ଓ ଗାଜା ମଧ୍ୟରେ ଚାଲିଥିବା ବିବାଦରେ 256 ଜଣଙ୍କ ଏଯାବତ ମୃତ୍ୟୁ ଘଟିଥିବା ଜାତିସଂଘ ରିପୋର୍ଟରେ ଦର୍ଶାଇଛି ।

7.ଆଉ ଲାଗିବନି ଲମ୍ବା ଲାଇନ, ଘରେ ବସି କରିପାରିବେ କୋରୋନା ଟେଷ୍ଟିଂ

କୋରୋନା ମହାମାରୀର ସଙ୍କଟ ମଧ୍ୟରେ ବର୍ତ୍ତମାନ ଆପଣ ନିଜେ ଘରେ ବସି କୋଭିଡ-19 ପରୀକ୍ଷା କରିପାରିବେ । କୋଭିଡ ପାଇଁ ICMR ଏକ ଘରୋଇ ଆଧାରିତ ପରୀକ୍ଷଣ କିଟ୍ ଅନୁମୋଦନ କରିଛି ।

8.ଲଣ୍ଡନରେ ଜଗନ୍ନାଥ ମନ୍ଦିର, 2024 ସୁଦ୍ଧା ସରିବ ନିର୍ମାଣ କାର୍ଯ୍ୟ

ସାରା ବିଶ୍ଵର ଠାକୁର ପ୍ରଭୁ ଜଗନ୍ନାଥ । ପ୍ରଭୁଙ୍କ ସଂସ୍କୃତିକୁ ବ୍ରିଟେନ ଓ ୟୁରୋପୀୟ ଦେଶରେ ପ୍ରଚାର ଏବଂ ପ୍ରସାର ଲାଗି ଆରମ୍ଭ ହୋଇଛି ପ୍ରୟାସ । ଆଉ ଏହି ପ୍ରୟାସ ଆରମ୍ଭ କରିଛନ୍ତି ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ସମାଜ ।

9.ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ

ପରଲୋକରେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆ । କୋରୋନାରେ ଆକ୍ରାନ୍ତ ହୋଇ ବୁଧବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି

10.ଓଡିଶା ଫୁଟବଲ କ୍ରୀଡାକୁ ପୁଣି ଝଟକା, ଆରପାରିରେ ଆସିତ

ଆରପାରିରେ ପୂର୍ବତନ ଜାତୀୟ ସ୍ତରୀୟ ଫୁଟବଲ ଖେଳାଳି ଆସିତ ପାତ୍ର । ବିଭିନ୍ନ ରୋଗ ଯୋଗୁଁ ସେ 64 ବର୍ଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.