1. ପ୍ରଦୀପ୍ତ ନାୟକ ଓ ରଘୁନାଥ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ର ପ୍ରଧାନ
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଅସୁସ୍ଥତା ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି କୋରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଚିକିତ୍ସିତ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ଚିକିତ୍ସା ସମୀକ୍ଷା କରିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
2. କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ, କୋଭିଡ ଟିକାରୁ ଛାଡ ହେଉ ଜିଏସଟି
ସିଏମ୍ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ଲେଖିଛନ୍ତି ଚିଠି । ଏଥିରେ କୋଭିଡ -19 ଟିକା କ୍ରୟ ଉପରେ ଜିଏସଟି ଛାଡ ଏବଂ କେନ୍ଦ୍ର ଦ୍ୱାରା ସଂଗୃହିତ ସେସ ଏବଂ ସରଚାର୍ଜରୁ ରାଜ୍ୟମାନଙ୍କୁ ଆର୍ଥିକ ସହାୟତା ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ।
3. ଓଡିଶାକୁ ପ୍ରେସ କାଉନସିଲ ଅଫ ଇଣ୍ଡିଆର ପ୍ରଶଂସା, ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା ଦାବି
ସାମ୍ବାଦିକଙ୍କୁ କୋରୋନା ଯୋଦ୍ଧା ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର । ଆଉ ରାଜ୍ୟର ସମସ୍ତ ସାମ୍ବାଦିକଙ୍କୁ ପ୍ରାଥମିକତା ଭିତ୍ତିରେ ଦିଆଯାଉଛି ଟିକା । ଓଡିଶାର ଏଭିଳ ପ୍ରୟାସ ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ଭାରତୀୟ ପ୍ରେସ ପରିଷଦ (ପ୍ରେସ କାଉନସିଲ ଅଫ ଇଣ୍ଡିଆ) ।
4. କୋରୋନା ଯୁଦ୍ଧରେ 3 ସେନାର ଯୋଗଦାନ, ପ୍ରଧାନମନ୍ତ୍ରୀ କଲେ ପ୍ରଶଂସା
ଭାରତୀୟ ସ୍ଥଳସେନା ସେନା, ବାୟୁସେନା, ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନ୍ୟାନ୍ୟ ସଂଗଠନ କୋରୋନା ସଙ୍କଟରୁ ଦେଶକୁ ଉଦ୍ଧାର କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ।
5. ଫେରିଲା ଲକଡାଉନ୍, ହାଣ୍ଡିଶାଳରେ ଚଡକ; ବଢିଲା ଆଳୁ-ପିଆଜ ଦର
ଲକଡାଉନ ଆଳରେ ଆଳୁ ପିଆଜ ଉପରେ ମହଙ୍ଗା ମାଡ । ଅସାଧୁ ଉପାୟ ଅବଲମ୍ବନ କରି ବିକ୍ରୟ ହେଉଛି ଆଳୁ ପିଆଜ । ଦୁଇ ଦିନରେ ଆଳୁ ପିଆଜ ଦର ୩ କିଲୋପ୍ରତି ୩୦ ଟଙ୍କା ବୃଦ୍ଧି । ଯାହାକୁ ନେଇ ଚିନ୍ତାରେ ଖାଉଟି ।
6. ଆଦର୍ଶ ବିଦ୍ୟାଳୟ ବିଲଡିଂ ନିର୍ମାଣରେ ଅହେତୁକ ବିଳମ୍ବ, ଅସନ୍ତୋଷ ପ୍ରକାଶ କଲେ ଗଣଶିକ୍ଷା ବିଭାଗ ସଚିବ
କେନ୍ଦୁଝର ଓ ସୁନ୍ଦରଗଡ଼ରେ ଓମ୍ବାଡ଼ସି ଅଧୀନରେ ନିର୍ମାଣ ହେଉଥିବା ବିଦ୍ୟାଳୟ କାମ ଅଗ୍ରଗତିରେ ବିଳମ୍ବ। ସମୀକ୍ଷା ବୈଠକରେ ଅସନ୍ତୋଷ ପ୍ରକାଶ କଲେ ଗଣଶିକ୍ଷା ବିଭାଗ ସଚିବ।
7. ସ୍ମାର୍ଟ ମିରର: ଭରପୁର ଫିଚର, ବଞ୍ଚାଇବ ମୂଲ୍ୟବାନ ସମୟ
ସ୍ମାର୍ଟ ଯୁଗର ସ୍ମାର୍ଟ ଆଇନା ବା ମିରର । ଆଇନାରେ ମୁହଁ ଦେଖିବା ସହିତ ୟୁଟ୍ୟୁବରୁ ବିଭିନ୍ନ ଭିଡିଓ, ନ୍ୟୁଜ, ଲାଇଟ ଫ୍ୟାନକୁ ଅପରେଟ କରିବା ସହିତ ସ୍ମାର୍ଟ ଫୋନ ଭଳି ବ୍ୟବହାର କରିପାରିବେ ।
8. ରୋଜଗାର ଗିଳୁଛି କୋରୋନା, ରାଜ୍ୟରେ ଗରମ ନିଯୁକ୍ତି ରାଜନୀତି
ରାକ୍ଷସ ରୂପି କୋରୋନା ଜୀବନକୁ ବିପଦକୁ ଠେଲିବା ସହ ଜୀବିକାକୁ କରିଦେଇଛି ବିଧ୍ବସ୍ତ । କୋଭିଡ ଦ୍ବିତୀୟ ଲହରରେ ବ୍ରେକ ଲଗାଇବାକୁ ଜାରି ଲକଡାଉନ -କଟକଣା ଗିଳିଦେଲାଣି ଲକ୍ଷାଧିକ ରୋଜଗାର । ସମାନ ସଙ୍କଟରେ ଓଡିଶା ଜୁଝୁଥିବାବେଳେ ଊର୍ଦ୍ଧ୍ବମୁହାଁ ରାଜ୍ୟ ରାଜନୀତି ପାରଦ ।
9. ଦିଦିଙ୍କ ଘୋଷଣା, ବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ ମିଳିବ 2 ଲକ୍ଷ
ପଶ୍ଚିମବଙ୍ଗ ହିଂସାରେ ପ୍ରାଣ ହରାଇଥିବା କର୍ମୀଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
10. କୋରୋନା କବଳରେ ଫୈଜଲ ସୟଦ
ଏବେ ଟିଭି ସିରିଏଲ ‘ଇମଲି’ରେ ଧ୍ରୁବ ଭୂମିକାରେ ଅଭିନୟ କରୁଥିବା ଫୈଜଲ ସୟଦ କୋରୋନା ପଜିଟିଭ ବୋଲି ଜଣାପଡିଛି । ଏହି ସୂଚନା ଅଭିନେତା ନିଜେ ଏକ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରେ ଦେଇଛନ୍ତି ।