ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 2, 2021, 9:10 PM IST

1. କୋରୋନାରେ ଆଖି ବୁଜିଲେ ଝାରସୁଗୁଡା ଜିଲ୍ଲା ଶିକ୍ଷା ଅଧିକାରୀ

କୋରୋନାରେ ଝାରସୁଗୁଡା ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦେହାନ୍ତ । କୋଭିଡ ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ହେଉଥିଲେ ଚିକିତ୍ସିତ ।

2. ପଲଟିଲା ବାଜି, ମମତାଙ୍କୁ ହରାଇ ନନ୍ଦିଗ୍ରାମ ଦଖଲ କଲେ ଶୁଭେନ୍ଦୁ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମତଗଣନାରେ ବଡ ଅଦଳବଦଳ । ପଲଟିଲା ବାଜି । ହାଇଭୋଲଟେଜ ନନ୍ଦିଗ୍ରାମ ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ ଦେଇ ବାଜି ମାରିଛନ୍ତି ଶୁଭେନ୍ଦୁ ଅଧିକାରୀ ।

3. ପୁଡୁଚେରୀରେ ଏନଡିଏ ସରକାର, ଦକ୍ଷିଣ ଦଖଲ ପାଇଁ ବିଜେପିର ହେବ ପ୍ରବେଶ ଦ୍ବାର !

ସଂଧ୍ୟା 6 ଟା ସୁ୍ଦ୍ଧା ଆସିଥିବା ରିପୋର୍ଟ ଅନୁସାରେ ଏନଡିଏ ମେଣ୍ଟ 12 ଟି ଆସନରେ ବିଜୟୀ ହୋଇଥିବା ବେଳେ 2 ଟି ଆସନରେ ଆଗୁଆ ରହିଛି ।

4. ବେଙ୍ଗଲ ଦଙ୍ଗଲରେ ମମତାଙ୍କ ହ୍ୟାଟ୍ରିକ, ହାରି ବି ଜିତିଲେ ‘ଦିଦି’

ଶୁଭେନ୍ଦୁଙ୍କ ବିଜୟ ପରେ 2 ଥର ମୁଖ୍ୟମନ୍ତ୍ରୀ ଥିବା ମମତାଙ୍କ ପରାଜୟ ବିଜେପିକୁ ଦେବ ବୁଷ୍ଟର । ଏପଟେ ନନ୍ଦିଗ୍ରାମ ଆସନରେ ହାରି ବି ପଶ୍ଚିମଗଡ ଜିତିବାରେ ସକ୍ଷମ ହେଲେ ଦିଦି ।

5. ବିଜୟ ଅଭିମୁଖେ TMC; ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ପଶ୍ଚିମବଙ୍ଗରେ ମମତାଙ୍କ ଦଳ ବିପୁଳ ବିଜୟ ଅଭିମୁଖେ । ଏପଟେ ମମତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

6. କେରଳ-ତାମିଲନାଡୁ ଫଳାଫଳ: କେରଳରେ 99 ଆସନ ଜିତିଲା LDF, ତାମିଲନାଡୁରେ ଜିତିଲେ ପଲାନିସ୍ବାମୀ

ସେପଟେ ପୁଡୁଚେରୀରେ ଏନଡିଏ ସରକାର ବିଜୟ ହାସଲ କରିଛି । 13 ଆସନରେ ଏନଡିଏ ସହଯୋଗୀ AINRC ବିଜୟ ହାସଲ କରିଛି । ଏହାପରେ ମୁଖ୍ୟ ପ୍ରତିଦ୍ବନ୍ଦୀ ଭାବେ କଂଗ୍ରେସ ଦ୍ବିତୀୟରେ ରହିଛି ।

7. ବିଜୟୀ ହେଲେ ବିଜୟାନ, ଶୁଭେଚ୍ଛା ଜଣାଇଲେ ନବୀନ

ପୁଣି କେରଳ କବଜା କରିବ ଏଲଡିଏଫ । ସେପଟେ ଧର୍ମାଦମ ଆସନରୁ ବିଜୟୀ ହେଲେ ପିନାରାଇ ବିଜୟାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

8. ଫୋକସରେ ଅକ୍ସିଜେନ, ଶିଳ୍ପାଞ୍ଚଳରେ ହେବ 10 ହଜାର ଅକ୍ସିଜେନ୍ ବେଡ ହସ୍ପିଟାଲ

ମହାମାରୀ ସ୍ଥିତିରେ ଅକ୍ସିଜେନ ଅଭାବ ଏବଂ ଔଷଧ ଗଚ୍ଛିତ ଉପରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷଜ୍ଞଙ୍କ ସହ ବୈଠକ କରିବା ସହ ସାମ୍ପ୍ରତିକ ସ୍ଥିତି ଉପରେ ଆଲୋଚନା କରି ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ମୋଦି ।

9. ଭୋଟ ଗଣତିରେ ନିୟୋଜିତ ୯ କର୍ମଚାରୀ କୋରୋନା ପଜିଟିଭ୍

ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନୀ ଫଳାଫଳ ପାଇଁ ମତ ଗଣନା ଜାରି ରହିଛି। ରାମପୁରରେ ମତଗଣନା ଡ୍ୟୁଟିରେ ଥିବା ୯ ଜଣ କର୍ମଚାରୀ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କ ସ୍ଥାନରେ ଅନ୍ୟ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

10. ପିଏମ୍‌ କିଷାନ ହିତାଧିକାରୀଙ୍କୁ ମିଳିବ ୩୬୦୦୦ ଟଙ୍କା

ପିଏମ୍‌ କିଷାନର ୮ମ କିସ୍ତିକୁ ଅପେକ୍ଷା କରିଥିବା ୧୧ କୋଟିରୁ ଅଧିକ କୃଷକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ପ୍ରଧାନମନ୍ତ୍ରୀ କୃଷକଙ୍କ ହିତାଧିକାରୀ, ତେବେ ମୋଦୀ ସରକାର ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.