ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : May 1, 2022, 7:02 PM IST

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଶିକ୍ଷାନୁଷ୍ଠାନରେ ଓଡ଼ିଆ ନାମଫଳକ ପ୍ରସଙ୍ଗ, ଉଲ୍ଲଘଂନକାରୀଙ୍କ ଦଣ୍ଡବିଧାନ ପାଇଁ ଦାବି

ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ପ୍ରସଙ୍ଗ। ଏହି ନିୟମର ଉଲ୍ଲଘଂନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଭାଷା ଆନ୍ଦୋଳନର ସଭାପତି ଦାବି କରିଛନ୍ତି ।

୨. Labour Day 2022: ସଫେଇ କର୍ମଚାରୀଙ୍କୁ ନିଜ ହାତରେ ଖୁଆଇଦେଲେ ମେୟର ସୁଲୋଚନା

ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ । ରାଜଧାନୀର ସଫେଇ କର୍ମଚାରୀଙ୍କ ପାଇଁ ବଡ ଘୋଷଣା କଲେ ମେୟର । ସଫେଇ କର୍ମଚାରୀ ପିନ୍ଧିବେ ୟୁନିଫର୍ମ, ସାପ୍ତାହିକ ମାଗଣା ସ୍ବାସ୍ଥ୍ୟ ଚେକ୍ ଅପ୍ ସାଙ୍ଗକୁ ସ୍ବାସ୍ଥ୍ୟବୀମା ଘୋଷଣା କଲେ BMC ମେୟର ସୁଲୋଚନା ଦାସ ।

୩. International Labour Day 2022: ଅନଲାଇନ୍ ପୋର୍ଟାଲ ଲୋକାର୍ପଣ, ଏଣିକି ଯିବାକୁ ପଡିବନି ଶ୍ରମ କାର୍ଯ୍ୟାଳୟ

ଅନ୍ତର୍ଜାତୀୟ ଶ୍ରମିକ ଦିବସ (International Labour Day 2022) ଉପଲକ୍ଷେ ଭୁବନେଶ୍ବର ଜୟଦେବ ଭବନରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳନ । ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନଲାଇନ୍ ପୋର୍ଟାଲ ଲୋକାର୍ପଣ ।

୪. ବିଜେପିର ଅଭିଯୋଗ ରାଜ୍ୟରେ ଚାଲିଛି ଅଫିସର ରାଜ୍‌

ଦେବଗଡ଼ ବିଧାୟକ ଗିରଫ ହେବା ଘଟଣାକୁ ଅଭାବନୀୟ ଓ ଦୁର୍ଭାଗ୍ୟଜନକ କହିଲା BJP । ରାଜ୍ୟରେ ଅଫିସର ରାଜ୍‌ ଚାଲିଥିବା ବିଜେପିର ଅଭିଯୋଗ ।

୫. BJP MLA Arrest: ବିଧାୟକ କହିଲେ ମିଛରେ ମେଡିକାଲରେ ଶୋଇଛନ୍ତି BDO

ତିଲେଇବଣି ବିଡ଼ିଓଙ୍କୁ ବିଜେପି ବିଧାୟକ ଓ ତାଙ୍କ ସମର୍ଥକ ମାଡ଼ ମାରିବା ଘଟଣା । ଏହା ଉପରେ ପ୍ରତିକ୍ରିୟା ରଖିଲେ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ । ବ୍ଲକରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପାଇଁ ବିଡ଼ିଓ ସମୟ ନଦେବାରୁ ଓ ଲୋକଙ୍କ ସମସ୍ୟା ନଶୁଣିବାରୁ ତାଙ୍କ ସହିତ ଯୁକ୍ତିତର୍କ ହୋଇଛି ବୋଲି ବିଧାୟକ ପାଣିଗ୍ରାହୀ କହିଛନ୍ତି ।

୬. ଅନିଶ୍ଚିତତା ଭିତରେ ଟ୍ବିଟର କର୍ମଚାରୀଙ୍କ ଭବିଷ୍ୟତ, CEOଙ୍କୁ ଉତ୍ତର ମାଗିଲେ କର୍ମଚାରୀ

ନିକଟରେ ଏଲନ ମସ୍କ ଟ୍ବିଟର କିଣିଛନ୍ତି । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର ନୂଆ ମାଲିକ ହୋଇଛନ୍ତି ଟେସଲା ସିଇଓ । ୪୪ ବିଲିୟନ ଡଲାରରେ ଟ୍ବିଟରକୁ କିଣିଛନ୍ତି ଏଲନ ମସ୍କ । ଏହା ପରେ ଟ୍ବିଟର ସିଇଓ ପରାଗ ଅଗ୍ରୱାଲଙ୍କୁ ହଟାଇବା ନେଇ ଚର୍ଚ୍ଚା ହେଉଥିଲା । ଆଉ ଏବେ ଟ୍ବିଟରେ ଥିବା କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତିତତା ଭିତରେ ରହିଛି ।

୭. ଔଷଧ ରପ୍ତାନୀ କ୍ଷେତ୍ରରେ ଭାରତର ସର୍ବକାଳୀନ ରେକର୍ଡ, 2013-14 ପର ଠାରୁ 103 ପ୍ରତିଶତ ବୃଦ୍ଧି

ବର୍ଷ 2013-14 ପର ଠାରୁ ଔଷଧ ରପ୍ତାନୀ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ରପ୍ତାନୀ ପରିମାଣ 103 ପ୍ରତିଶତ ବୃଦ୍ଧି । ସୂଚନା ଦେଲା ବାଣିଜ୍ୟ ମନ୍ତ୍ରଣାଳୟ ।

୮. ହିମାଳୟ-ଭାରତ ମହାସାଗରରେ ରହୁଥିବା ଲୋକେ ହିନ୍ଦୁ: କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ଚୌବେ
ଡିଜିଟାଲ୍ ହିନ୍ଦୁ କନକ୍ଲେଭ('Digital Hindu Conclave' ) ରେ ହିନ୍ଦୁତ୍ବର ସଂଜ୍ଞା ଦେଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ।

୯. IPL 2022: ରାହୁଲଙ୍କ ଆଉ ଏକ କ୍ୟାପ୍ଟେନ୍‌ସି ଇଂନିସ, ଦିଲ୍ଲୀ ଆଗରେ ଟାର୍ଗେଟ ୧୯୬

ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ ସାମ୍ନାରେ ୧୯୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

୧୦. Tanzanian ଇନଷ୍ଟାଗ୍ରାମ ଷ୍ଟାର କିଲି ପଲଙ୍କୁ ଆକ୍ରମଣ

ବଲିଉଡ ଗୀତରେ ରିଲ୍ସ କରି ସୋସିଆଲ ମିଡ଼ିଆ ଷ୍ଟାର ସାଜିଥିବା କିଲି ପଲଙ୍କୁ ଆକ୍ରମଣ । କିଛି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିବା କିଲି ପଲ୍‌ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.