ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 20, 2022, 7:04 PM IST

୧. Mamata Murder Case: ନରସିଂହଙ୍କ ପୁଅ PP ହେବା ସହଜରେ ଗ୍ରହଣୀୟ ନୁହେଁ କହିଲେ ସାଲୁଜା

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପୁଅ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ହେବା ଘଟଣାକୁ ସହଜରେ ଗ୍ରହଣ କରିପାରି ନାହିଁ କଂଗ୍ରେସ । ଏନେଇ ଆଜି ପୁଣି ଥରେ ଏହି ପ୍ରସଙ୍ଗ ଉଠାଇ ନରସିଂହଙ୍କୁ ନିଶାନା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା ।

୨. କାଲି ଛୁଟି କଟାଇ ଫେରିଥିଲେ, ଆଜି ଡେପୁଟି ରେଞ୍ଜରଙ୍କ ମୃତଦେହ ଉଦ୍ଧାର

ରାୟଗଡ଼ାରେ ସରକାରୀ ବାସଭବନରୁ କଲ୍ୟାଣସିଂହପୁର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ।
୩. Delhi Demolition Drive: ବିରୋଧୀ କହିଲେ ସମ୍ବିଧାନ ଉପରେ ଚଢୁଛି ବୁଲଡୋଜର, ଜବାବ ରଖିଲା ବିଜେପି

ଦିଲ୍ଲୀର ଜାହାଙ୍ଗୀରପୁରୀରେ ଚାଲିଥିବା ଉଚ୍ଛେଦ ନେଇ ସରକାରଙ୍କୁ ଘେରିଲେ ରାହୁଲ । କହିଲେ ବିଜେପି ସମ୍ବିଧାନ ଉପରେ ବୁଲାଉଛି ବୁଲଡୋଜର । ଓଓ୍ବେସୀ କହିଲେ ଉଦ୍ଦେଶ୍ୟମୂଳକ ଟାର୍ଗେଟ ହେଉଛନ୍ତି ସଂଖ୍ୟାଲଘୁ ଗରିବ । ପ୍ରତିକ୍ରିୟା ରଖିଲା ବିଜେପି ।

୪. ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ଯୋଜନା, ମାଟିରେ ମିଶିଲା ମାଷ୍ଟରକ୍ୟାଣ୍ଟିନ ତାରିଣୀ ମନ୍ଦିର

ପୁଣି ବହୁଦିନ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କଲା ଭୁବନେଶ୍ବର ମହାନଗର ନିଗମ । ଆଜି(ବୁଧବାର) ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଥିବା ତାରିଣୀ ମନ୍ଦିରକୁ ଭାଙ୍ଗିଛି ବିଏମସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ ।

୫. ବଢିଲା ନୌସେନା ଶକ୍ତି, ଜଳାବତରଣ କଲା INS Vagsheer

ନୌସେନାରେ ସାମିଲ ହେଲା ସ୍ବଦେଶୀ ନିର୍ମିତ ବୁଡାଜାହାଜ INS Vagsheer । ପ୍ରୋଜେକ୍ଟ-75 ଅଧିନରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ମୁମ୍ବାଇର ମାଜାଗନ୍ ଡକ୍ ସିପବିଲଡର୍ସ ଦ୍ବାରା ହୋଇଛି ନିର୍ମିତ ।

୬.UK PM Visiting To India: କାଲିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବିଟ୍ରେନ ପ୍ରଧାନମନ୍ତ୍ରୀ

21ରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଅହମ୍ମଦାବାଦରେ ଅବତରଣ ପରେ ଦିଲ୍ଲୀ ଆସିବେ । ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କ ସହ କରିବେ ଆଲୋଚନା ।

୭. ମଡେଲ ସୌମ୍ୟ ଆତ୍ମହତ୍ୟା ଘଟଣା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୋନାଲିଙ୍କ ନାଁରେ ମାମଲା

ବହୁ ଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀ ମୃତ୍ୟୁ ମାମଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜୁ କଲା କମିଶନରେଟ ପୋଲିସ ।
୮. ରାଜଧାନୀରେ ଡ୍ରାଇଭର ସଙ୍ଘର ହଙ୍ଗାମା, ସରକାରଙ୍କୁ ଟାର୍ଗେଟ କଲା ବିଜେପି

ରାଜଧାନୀରେ ଡ୍ରାଇଭରଙ୍କ ଆନ୍ଦୋଳନ ଆଉ ଆତଙ୍କରାଜ ସରକାରଙ୍କ ପ୍ରାୟୋଜିତ ବୋଲି ବିଜେପିର ଅଭିଯୋଗ । ସରକାର ଡାହାଣୀ ହୋଇ ଲାଗୁଛନ୍ତି ଆଉ ଗୁଣିଆ ହୋଇ ଛଡାଉଛନ୍ତି ବୋଲି ରାଜ୍ୟ ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛି ।

୯. IPL 2022: ପିଛା ଛାଡ଼ୁନି କୋରୋନା, ଦିଲ୍ଲୀ କ୍ୟାପିଟାଲ୍ସର ଆଉ ଜଣେ ସଂକ୍ରମିତ

IPL 2022ରେ ଦିଲ୍ଲୀ କ୍ୟାପିଟାଲ୍ସର କୋରୋନା ଟେନ୍‌ସନ୍‌ କମିବାର ନାଁ ଧରୁନାହିଁ । ବୁଧବାର ପୁଃନର୍ବାର ଜଣେ ବିଦେଶୀ ଖେଳାଳି କୋରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।

୧୦. ରୋହିତ ସେଟ୍ଟୀଙ୍କ OTT ଡେବ୍ୟୁରେ ଧମାଲ ମଚାଇବେ ସିଦ୍ଧାର୍ଥ, ଦେଖନ୍ତୁ ଭିଡିଓ

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କର ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି । ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ ସହ କାମ କରିବେ ଏବଂ ଏହି ପ୍ରୋଜେକ୍ଟରୁ ସେ ତାଙ୍କର ପ୍ରଥମ ସିନ୍ ମଧ୍ୟ ସେୟାର କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.