ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 13, 2021, 7:12 PM IST

1. ଇତିହାସ ରଚିବ NASA; ଲଞ୍ଚ ହେବ ଲୁସି, ଖୋଜିବ ସୌର ମଣ୍ଡଳର ରହସ୍ୟ

ବଡ ମିଶନ ଲଞ୍ଚ୍‌ କରିବାକୁ ଯାଉଛି ଆମେରିକା ମହାକାଶ ଗବେଷଣା ସଂସ୍ଥା(NASA) । ଏହି ମିଶନର ନାଁ ରହିଛି ଲୁସି ଆଷ୍ଟେରୋଏଡ ସ୍ପେସକ୍ରାଫ୍ଟ(Lucy Asteroid Spacecraft) । ମହାକାଶକୁ ଯାଇ ପ୍ରାଚୀନ ଉପଗ୍ରହର ଅଧ୍ୟୟନ କରିବ ଲୁସି ।

2. ନବୀନଙ୍କୁ ମିଳିଲା ଷ୍ଟାଲିନଙ୍କ ସମର୍ଥନ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କାନିମୋଝି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ଡିଏମକେ ନେତ୍ରୀ କାନିମୋଝି କରୁଣାନିଧି । ପ୍ରାୟ ଅଧ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି ।

3. ଜେଲରେ ବିତିବ ଆର୍ୟନଙ୍କ ରାତି, ଘୁଞ୍ଚିଲା ଜାମିନ ଆବେଦନ ଶୁଣାଣି

ବୁଧବାର ସେସନ କୋର୍ଟରେ ହୋଇଥିବା ଶୁଣାଣିରେ ଆର୍ୟନଙ୍କୁ ମିଳିପାରିନି ଜାମିନ । ଆର୍ୟନଙ୍କ ଆଇନଜୀବୀ ଓ ଏନସିବି ମଧ୍ୟରେ ଦୀର୍ଘ ଘଣ୍ଟାର ତର୍କବିତର୍କ ପରେ କୋର୍ଟ ନିଜ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ।

4. ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ

ଶହୀଦ ସିପାହୀ ଗଜ୍ଜନ ସିଂହଙ୍କୁ ଦିଆଯାଉଛି ଶେଷ ଶ୍ରଦ୍ଧାଞ୍ଜଳୀ । ଆଉ ଏହି ଅବସରରେ ଉପସ୍ଥିତ ରହି ଶହୀଦଙ୍କୁ କାନ୍ଧ ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।

5. ଆସୁଛି ଲଘୁଚାପ, ବର୍ଷା ନେଇ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ

ସମୁଦ୍ର ପତନଠାରୁ ୪.୫ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି ଘୁର୍ଣ୍ଣିବଳୟ । ଏହା ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଥାବା ଅନୁମାନ କରିଛି ପାଣିପାଗ ବିଭାଗ ।

6. ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ଟ୍ରାଲ ଏନକାଉଣ୍ଟରରେ ଟପ୍‌ ଜୈଶ କମାଣ୍ଡର ସଫା

ଜମ୍ମୁ କାଶ୍ମୀର ଟ୍ରାଲରେ ବଡ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଟପ୍‌ କମାଣ୍ଡର ଶାମ ସୋଫିର ଗଡିଛି ମୁଣ୍ଡ ।

7. ଲାଞ୍ଚ ନିଅନ୍ତି କଂଗ୍ରେସ ସଙ୍କଟମୋଚକ ଶିବକୁମାର ! ନିଜ ଦଳର ନେତାଙ୍କ ମହାଭିଯୋଗ

କଂଗ୍ରେସ ନେତା ଶିବକୁମାରଙ୍କ ଏକ ଭିଡିଓ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି । କଂଗ୍ରେସର ହିଁ 2 ନେତା ଶିବକୁମାରଙ୍କ ବିରୋଧରେ ଆଣିଛନ୍ତି ଗମ୍ଭୀର ଅଭିଯୋଗ ।

8. ମଧୁସୂଦନ LAW କଲେଜକୁ UGC ମାନ୍ୟତା, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

କଟକ ମଧୁସୂଦନ ଆଇନ ମହାବିଦ୍ୟାଳାୟକୁ ବିଶ୍ବ ବିଦ୍ୟାଳୟ ତାଲିକାରେ ସ୍ଥାନ ଦେଲା UGC । ଏଣିକି ମିଳିବ କେନ୍ଦ୍ରୀୟ ଅନୁଦାନ । ଟ୍ବିଟ କରି ଖୁସି ବ୍ୟକ୍ତ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

9. T-20 World Cup: ବିଶ୍ବକପ ଦଳରେ ଅକ୍ଷରଙ୍କ ବଦଳରେ ସାମିଲ ହେଲେ ଶାର୍ଦ୍ଦୁଲ

ଟି-୨୦ ବିଶ୍ବକପ୍‌ ଦଳରେ ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କ ବଦଳରେ ସାମିଲ ହେଲେ ଶାର୍ଦ୍ଦୁଲ ଠାକୁର । ଟିମ୍‌ ମ୍ୟାନେଜମେଣ୍ଟ ସହ ବିସିସିଆଇର ଚୟନ କମିଟିର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

10. ପୁରୁଷ ଜୁନିଅର ଏକାଡେମୀ ଜାତୀୟ ହକି ଚମ୍ପିଆନସିପରେ ଓଡ଼ିଶାକୁ ରୌପ୍ୟ

ଭୋପାଳରେ ଆୟୋଜିତ ପ୍ରଥମ ହକି ଇଣ୍ଡିଆ ପୁରୁଷ ଜୁନିଅର ଏକାଡେମୀ ଜାତୀୟ ଚମ୍ପିଆନ୍‌ସିପ୍‌ ୨୦୨୧ରେ କମାଲ କଲା ଓଡ଼ିଶା ଦଳ । ଏହି ଚମ୍ପିଆନ୍‌ସିପ୍‌ରେ ଓଡ଼ିଶା ନାଭାଲ ଟାଟା ହକି ଦଳ ରୌପ୍ୟ ପଦକ ହାସଲ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.