ETV Bharat / bharat

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ସନ୍ଧ୍ୟା 7ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@7PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 21, 2021, 7:06 PM IST

1. ରାଜ୍ୟରେ ଟୀକାକରଣ 1 କୋଟି ପାର

ରାଜ୍ୟରେ 1 କୋଟି ପାର କରିଛି ଟୀକାକରଣ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

2. କୋଭିଡ ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା

ରାଜ୍ୟରେ କୋଭିଡ ପରିଚାଳନା ଅବ୍ୟବସ୍ଥାକୁ ନେଇ ହାଇକୋର୍ଟରେ ମାମଲା ଦାଏର ହୋଇଛି ।

3. ସବୁ କ୍ଲାସରେ କରାଯିବ ମାସିକିଆ ପରୀକ୍ଷା: ଗଣଶିକ୍ଷା ମନ୍ତ୍ରୀ

ଏଣିକି ସବୁ କ୍ଲାସରେ ମାସିକିଆ ପରୀକ୍ଷା କରି ଶିକ୍ଷକ ବିଦ୍ୟାର୍ଥୀଙ୍କ ଦକ୍ଷତା ମାପିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି ।

4. ଦେବାଶିଷ ପାଣିଗ୍ରାହୀଙ୍କ ପ୍ରତି ଅସମ୍ମାନ ଉଚିତ ନୁହେଁ: କଂଗ୍ରେସ

ଓଡିଶାର ସହ ପୋଲିସ ମହାନିର୍ଦ୍ଦେଶକ ଓ ରାଜ୍ୟ ଭିଜିଲାନ୍ସର ନିର୍ଦ୍ଦେଶକ ତଥା ଜଣେ ବିଶିଷ୍ଟ ସାହିତ୍ୟକାର ଡ଼. ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ରାଜ୍ୟ ସରକାର ତାଙ୍କୁ ଯେଉଁଭଳି ସମ୍ମାନ ମିଳିବା କଥା ମିଳିଲାନି ।

5. ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ ରଖିଲେ ସାଂସଦ ଅପରାଜିତା

ଜନସାଧାରଣଙ୍କ ଉଦେଶ୍ୟରେ ଆଜି ନିଜ ରିପୋର୍ଟ କାର୍ଡ ସମର୍ପିତ କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ନିଜ ଦ୍ବିତୀୟ ପାଳିରେ କରିଥିବା ବିଭିନ୍ନ କାର୍ଯ୍ୟକ୍ରମର ଦେଲେ ହିସାବ ।

6. ମହିଳାଙ୍କ ବିରୋଧରେ ଇମ୍ରାନଙ୍କ ବୟାନ, ଦୁଷ୍କର୍ମ ପାଇଁ ଛୋଟ ଡ୍ରେସକୁ କଲେ ଦାୟୀ

ପୁଣିଥରେ ସମାଲୋଚନାରେ ଘେରି ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପାକିସ୍ତାନରେ ବଢୁଥିବା ଦୁଷ୍କର୍ମ ମାମଲା ପାଇଁ ମହିଳାଙ୍କ ଡ୍ରେସକୁ ଦାୟୀ କରିଛନ୍ତି ଇମ୍ରାନ ।

7. ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବ କଂଗ୍ରେସ, 24ରେ ସୋନିଆଙ୍କ ବୈଠକ

ଆସନ୍ତା ଜୁନ 24ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଦଳର ମହାସଚିବଙ୍କ ବୈଠକ ବସିବ । ଏଥିରେ ଦେଶରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡିଛି ।

8. ଅମରନାଥ ଯାତ୍ରାରେ ବାଧା ସାଜିଲା କୋରୋନା, ଅନଲାଇନରେ ହେବ ହିମଲିଙ୍ଗ ଦର୍ଶନ

ମହାମାରୀ କୋରୋନା ସଂକ୍ରମଣର ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ଅମରନାଥ ଯାତ୍ରାକୁ ବାତିଲ କରାଯାଇଛି । ଅନଲାଇନରେ ହିମଲିଙ୍ଗ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

9. ଓଡିଆ ଝିଅ ଦୀପଗ୍ରେସ ଏକ୍କା ଅଲମ୍ପିକ୍ସରେ ହକି ଟିମ ଇଣ୍ଡିଆର ଉପ-ଅଧିନାୟିକା

ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଟିମର ନେତୃତ୍ବ ନେବେ ରାନୀ ରାମପାଲ । ଓଡିଆ ଝିଅ ଦୀପଗ୍ରେସ ଏକ୍କା ଉପ-ଅଧିନାୟିକା ।

10. WTC ଫାଇନାଲ: ବର୍ଷାରେ ଧୋଇନେଲା ଚତୁର୍ଥ ଦିନର ପ୍ରଥମ ସେସନ

ବର୍ଷା ଧୋଇନେଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ର ଚତୁର୍ଥ ଦିନର ପ୍ରଥମ ସେସନ ଖେଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.