ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 29, 2021, 6:58 PM IST

1. ହ୍ରାସ ପାଇଲା କୋଭାକ୍ସିନ ଦର, ଏଣିକି 6 ସହ ପରିବର୍ତ୍ତେ 4 ଶହରେ କିଣିବେ ରାଜ୍ୟ

ସେରମ ପରେ ଟିକାର ମୂଲ୍ୟ ହ୍ରାସ କଲା ଅନ୍ୟତମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ।

2. ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥାକୁ ପରଚେଜ୍ ଅର୍ଡର

ଆସନ୍ତା ମେ 1ରୁ 18ରୁ 44 ବର୍ଷ ବ୍ୟକ୍ତିଙ୍କୁ ମାଗଣା ଟିକା ଦେବା ନେଇ ସରକାର ଘୋଷଣା କରିଛନ୍ତି । ଏନେଇ ଦେଶର ଦୁଇ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ୍ ଓ ସେରମ୍ ଇନଷ୍ଟିଚ୍ୟୁଟ ଠାରୁ ଟିକା କିଣିବାକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

3. ଗର୍ଭବତୀଙ୍କ ପାଇଁ ହ୍ବାଟ୍ସଆପ ହେଲ୍ପଲାଇନ ନମ୍ବର ଜାରି କଲା ଜାତୀୟ ମହିଳା କମିଶନ

କୋରୋନା ସମୟରେ ଗର୍ଭବତୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଗୁରୁତ୍ବ ଦେବା ଅଧିକ ଜରୁରୀ ହୋଇପଡିଛି । ଏଥିପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛି ଜାତୀୟ ମହିଳା କମିଶନ ।

4. କୋରୋନାରେ 3 ସାମ୍ବାଦିକଙ୍କ ମୃତ୍ୟୁ

କୋରୋନାରେ ତିନି ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି । ବରିଷ୍ଠ ସାମ୍ବାଦିକ ମାନସ ଜୟପୁରୀଆ, ସାମ୍ବାଦିକ ଭାନୁପ୍ରକାଶ ରଥ, ସାମ୍ବାଦିକ ରମେଶସେନ୍ ମୁଣ୍ଡାଙ୍କର କୋରୋନାରେ ମୃତ୍ୟୁ ଘଟିଛି ।

5. ପାରଳାଖେମୁଣ୍ଡିର ନିଆରା ପରମ୍ପରା ‘ଗଜମୁହାଁ’

ଭିନ୍ନ ଏକ ପରମ୍ପରା ପାରଳାଖେମୁଣ୍ଡିର ଗଜମୁହାଁ । ପ୍ରତିବର୍ଷ ଚୈତ୍ରମାସର ପ୍ରତ୍ୟେକ ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ଶେଷ ମଙ୍ଗଳବାର ଖୁବ୍ ଆକର୍ଷଣୀୟ ହୋଇଥାଏ । ବିଶେଷ କରି କଟିକିଆ ସାହିର ଗଜମୁହାଁର ରହିଛି ସ୍ବତନ୍ତ୍ରତା ।

6. ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ; ସୋସିଆଲ ମିଡିଆ ନୁହେଁ, ବିଶେଷଜ୍ଞଙ୍କ ପରାମର୍ଶ ମାନନ୍ତୁ

କୋଭିଡ ସଂକ୍ରମଣ ଶୀର୍ଷରେ ପହଞ୍ଚିଥିବାବେଳେ ରାଜ୍ୟବାସୀଙ୍କୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପରାମର୍ଶ ।

7. 18 ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କୁ ଟୀକାକରଣ, ପ୍ରଥମ ଦିନରେ 1.70 କୋଟି ପଞ୍ଜିକରଣ

28 ଏପ୍ରିଲରୁ 18 ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ଗୋଟିଏ ଦିନରେ ପ୍ରାୟ 1.70 କୋଟିରୁ ଅଧିକ ଲୋକ ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି ।

8. ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 4561 କୋଟି ଟଙ୍କା ଛାଡ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ।

9. ଆଇପିଏଲ ମହାସମର: ରାଜସ୍ଥାନକୁ 171ରନ୍‌ରେ ରୋକିଲା ରୋହିତ ସେନା

ନିର୍ଦ୍ଧାରିତ 20 ଓଭରରେ ସଞ୍ଜୁ ସାମସନଙ୍କ ଟିମ 4 ୱିକେଟ ହରାଇ 171 ରନ ସଂଗ୍ରହ କରିଛି । ଫଳରେ ମୁମ୍ବାଇ ସାମ୍ନାରେ 172 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

10. ନ୍ୟାସନାଲ ଆଓ୍ବାର୍ଡ ବିଜେତା କୌଶିକ ଗାଙ୍ଗୁଲିଙ୍କୁ କୋରୋନା

ନ୍ୟାସନାଲ ଆଓ୍ବାର୍ଡ ବିଜେତା ତଥା ଫିଲ୍ମ ନିର୍ଦ୍ଦେଶକ କୌଶିକ ଗାଙ୍ଗୁଲି କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.