ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jun 24, 2022, 5:00 PM IST

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1. ଆଉ ଶୁଭିବନି ଏଇ ଅନାନି, ଦମଦାର ସଂଳାପକୁ ଝୁରିବେ ସିନେପ୍ରେମୀ

ଲୋକପ୍ରିୟ ଓଡିଆ ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା । ଭୁବନେଶ୍ବର ସ୍ଥିତ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଛି । ସେ ୫୮ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପାରିବାରିକ ଅସନ୍ତୋଷରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

2. ଅଫେରା ରାଇଜରେ ରାଇମୋହନ, ଶୋକରେ ବୁଡିଲା ସିନେଜଗତ

ରାଇମୋହନ ପରିଡା ଆତ୍ମହତ୍ୟାକୁ ନେଇ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ଏପରି ଜଣେ ବିଶିଷ୍ଟ କଳାକାରଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହ ବିଭିନ୍ନ ମହଲରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

3. ହଟିଲେ ଏକନାଥ, ଅଜୟ ଚୌଧୁରୀ ହେଲେ ଶିବସେନା ବିଧାୟକ ଦଳ ନେତା

ବିଧାୟକ ଅଜୟ ଚୌଧୁରୀଙ୍କୁ ଶିବସେନାର ବିଧାୟକ ଦଳ ନେତା ନିଯୁକ୍ତି ପ୍ରସ୍ତାବ ଦେଇଥିଲା ଦଳ । ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମହାରାଷ୍ଟ୍ର ଉପବାଚସ୍ପତି ।

4. ନାମାଙ୍କନ ଭରିଲେ ଦ୍ରୌପଦୀ ମୁର୍ମୁ, ବାସଭବନରେ ଜୋରଦାର ସେଲିବ୍ରେସନ

ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଆଜି ରହିଛି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦ୍ରୈପଦୀ ମୁର୍ମୁ ।

5. Monsoon session of Odisha Assembly: ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନ(Monsoon session of Odisha Assembly )କୁ ସୁପରିଚାଳନା ଲାଗି ନବ ନିର୍ବାଚିତ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା 29 ତାରିଖରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ (Bikram Keshari Arukha)ଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ ।

6. ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଦୁଆର ବେଢ଼ା

ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବଡ ଠାକୁରଙ୍କ ବଡ ଯାତ ରଥଯାତ୍ରା । ଏଥିପାଇଁ ସଜେଇ ହେଉଛି ରଥ ଆଉ ପଥ । ରଥଖଳାରେ ରଥ କାର୍ଯ୍ୟ ଜୋର ସୋରରେ ଚାଲି ଥିବାବେଳେ ତିନି ରଥର ଦୁଆର ବେଢ଼ା କାର୍ଯ୍ୟ ସରିବା ପରେ ଭୋଇ ସେବକମାନେ ତିନି ରଥରେ ଦୁଆର ବେଢ଼ା ଲଗାଇଛନ୍ତି ।

7. ଶ୍ରୀଜିଉଙ୍କ ଜ୍ବର ଉପଚାର, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଖଳି

ଆଜି ଅନବସର ଏକାଦଶ ଦିବସ । ଶ୍ରୀମନ୍ଦିର ଅଣସର ଗୃହରେ ଶ୍ରୀଜିଉଙ୍କ ଖଳି ନୀତି ଅନୁଷ୍ଠିତ ହେବ । ଶ୍ରୀଅଙ୍ଗରେ ଲାଗିହେବ ଖଳି ।

8. ଗଣତନ୍ତ୍ରରେ ଜନତା ମାଲିକ, କଂଗ୍ରେସର ବିଚାର କରିବେ: ସମୀର ମହାନ୍ତି

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ରୋକଠୋକ ମନା କରିଦେଇଛି । ଏନେଇ ରାଜ୍ୟ କଂଗ୍ରେସ ମଙ୍ଗୁଆଳଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଓଡ଼ିଆ ଝିଅ ରାଷ୍ଟ୍ରପତି ହେବାକୁ କଂଗ୍ରେସ ସହ୍ୟ କରିପାରୁନାହିଁ ବୋଲି ସମୀର ଅଭିଯୋଗ କରିଛନ୍ତି ।

9. ଥଣ୍ଡା ଜ୍ବର ଥିଲେ ରଥଯାତ୍ରାକୁ ନଯିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିରେ ଅନେକ ଭକ୍ତ ସାମିଲ ହେବାକୁ ଥିବାରୁ ଥଣ୍ଡା ଜ୍ବର ଥିଲେ ପୁରୀ ନ ଯିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

10. ଷ୍ଟେସନରୁ ନିଖୋଜ ଛାତ୍ରୀଙ୍କ ଲୋକେସନ ଟ୍ରାକ୍, ସାମ୍ନାକୁ ଆସିଲା CCTV ଫୁଟେଜ

ରାଜଧାନୀର ଷ୍ଟେସନରୁ ବେଙ୍ଗଲୀ ଝିଅ ସ୍ବିଟି ରଏ ନିଖୋଜ ମାମଲା । ସାମ୍ନାକୁ ଆସିଲା ନିଖୋଜ ପୂର୍ବରୁ ଷ୍ଟେସନର ସିସିଟିଭି ଫୁଟେଜ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.