ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@5PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Mar 19, 2022, 5:06 PM IST

1-Kharasrota River Tragedy: ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଖରସ୍ରୋତା ନଦୀରେ 6 ଜଣ ନାବାଳକ ଭାସିଯିବା ଘଟଣା । ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର ।

2-ରାଜଧାନୀବାସୀଙ୍କ ହୋଲି: ପିଇଲେ ପଣା, ବୋଳିଲେ ରଙ୍ଗ

ଆଜି(ଶନିବାର) ହେଉଛି ରଙ୍ଗର ପର୍ବ ହୋଲି । ଏହି ରଙ୍ଗୀନ ପର୍ବରେ ଗାଁଠୁ ସହର ସବୁଠି ଉତ୍ସବମୁଖର। ଆଜି ସବୁ ରାଗ ଦ୍ବେଷ ଭୁଲି ପରସ୍ପରକୁ ରଙ୍ଗ ଲଗାଇ ପିଲାଠୁ ବୟସ୍କ ସମସ୍ତେ ସତରଙ୍ଗର ରଙ୍ଗରେ ରଙ୍ଗୀନ ହୋଇ ପାଳୁଛନ୍ତି ହୋଲି ପର୍ବ ।

3-HOLI 2022: ରଙ୍ଗିନ ହେଲା ବାହାରିନ, ଓଡ଼ିଆ ସମାଜ ପାଳିଲା ହୋଲି

ପଶ୍ଚିମ ଏସିୟ ଦେଶ ବାହାରିନରେ ଓଡ଼ିଆ ସମାଜ ପକ୍ଷରୁ ରଙ୍ଗର ପର୍ବ ହୋଲି ଧୁମଧାମରେ ପାଳନ ହୋଇଛି ।

4-Holi Celebration: ମଧୁରମୟୀ ଆଶ୍ରମରେ ଅନ୍ତେବାସୀ ଖେଳିଲେ ହୋଲି

ଆଜି ରଙ୍ଗର ପର୍ବ ହୋଲି । ଭୁବନେଶ୍ବରରେ ଥିବା ମଧୁରମୟୀ ଆଶ୍ରମରେ ଅନ୍ତେବାସୀ ମଧ୍ୟ ଧୁମଧାମରେ ଏ ପର୍ବକୁ ପାଳନ କରିଛନ୍ତି । ହୋଲି ଖେଳରେ ଝୁମିଛନ୍ତି ସଭିଏଁ ।

5-Holi 2022: ରାଜଧାନୀରେ ହୋଲି ଖେଳିଲେ ଯୁବପିଢି

ଆଜି ଭାଇଚାରା ଓ ରଙ୍ଗର ପର୍ବ ହୋଲି । ଏନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ । ଆଉ ଏଥିରୁ ବାଦ ପଡିନି ରାଜଧାନୀ ଭୁବନେଶ୍ବର । କୋଭିଡ କାରଣରୁ ଦୀର୍ଘ ଦୁଇ ବର୍ଷ ହେବ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲାଗିଥିଲା । ଏଥର କଟକଣା କୋହଳ ହୋଇଥିବାରୁ ରାଜଧାନୀର ରାଜରାସ୍ତାରେ ହୋଲି ଖେଳିଛନ୍ତି ଯୁବପିଢି ।

6-Japan PM In India: ଦିଲ୍ଲୀରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ପହଞ୍ଚିଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ବିମାନ ବନ୍ଦରରେ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 14ତମ ଭାରତ-ଜାପାନ ବାର୍ଷିକ ସମ୍ମିଳନୀରେ କରିବେ ଅଂଶଗ୍ରହଣ ।

7-ଇତିହାସ ରଚିଲା The Kashmir Files, 8 ଦିନରେ ଭାଙ୍ଗିଲା ବାହୁବଳୀ-୨ର ରେକର୍ଡ

ଅନୁପମ ଖେରଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର 'କାଶ୍ମୀର ଫାଇଲ୍ସ'ର ରୋଜଗାର ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି । ସପ୍ତାହକ ମଧ୍ୟରେ ଆଶା କରାଯାଉଥିବା ଫିଲ୍ମଟି 100 କୋଟି ପାର୍‌ କରିସାରିଛି ଏବଂ ବର୍ତ୍ତମାନ ଫିଲ୍ମ ଅଷ୍ଟମ ଦିନର ରୋଜଗାର ସହିତ ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

8-ଟ୍ୟାକ୍ସ ଫ୍ରି ହେଲା କାଶ୍ମୀର ଫାଇଲ୍ସ, ପ୍ରଶ୍ନ ଉଠାଇଲେ ଝୁଣ୍ଡ ନିର୍ମାତା

ଫିଲ୍ମ ଝୁଣ୍ଡର ନିର୍ମାତା ସବିତା ରାଜ ହିରେମଠ କାଶ୍ମୀର ଫାଇଲ୍ସକୁ ଟିକସ ମୁକ୍ତ କରିବା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । କାଶ୍ମୀର ଫାଇଲ୍ସ ଟିକସ ମୁକ୍ତ କି ନାହିଁ ସେ ପ୍ରଶ୍ନ କରିଛନ୍ତି ଏବଂ ତାଙ୍କ ଚଳଚ୍ଚିତ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

9-Penny Song Promo: ମ୍ୟୁଜିକ ଭିଡିଓରେ ମହେଶ ବାବୁଙ୍କ ଝିଅର ଜବରଦସ୍ତ ଡ୍ୟାନ୍ସ

ସାଉଥ ସୁପରଷ୍ଟାର ମହେଶ ବାବୁଙ୍କ ଝିଅ ସିତାରା ଘଟ୍ଟାମନେନୀ ସରକାରୁ ବାରୀ ପାତା ଗୀତରେ ଜବରଦସ୍ତ ଅଭିନୟ କରିଛନ୍ତି । ନିର୍ମାତାମାନେ ସିତାରାଙ୍କ ଅଭିନୀତ, ଭିଡିଓର ପ୍ରୋମୋକୁ ପେନି ଗୀତ ଶୀର୍ଷକ ସହିତ ମୁକ୍ତିଲାଭ କରିଛନ୍ତି ।

10-ICC Women's World Cup: ଭାରତକୁ ହରାଇ ସେମିଫାଇନାଲରେ ଅଷ୍ଟ୍ରେଲିଆ

ମହିଳା ODI ବିଶ୍ବକପ ୨୦୨୨ରେ(ICC Women's World Cup 2022) ଭାରତକୁ ୬ ୱିକେଟରେ ହରାଇ ପ୍ରଥମ ଟିମ ଭାବେ ସେମିଫାଇନାଲରେ ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ୨୭୭ ରନ୍‌ କରିଥିଲା ଭାରତ । ୨୭୮ ରନ୍‌ର ବିଜୟ ଲକ୍ଷ୍ୟକୁ ୪୯.୩ ଓଭରରେ ହାସଲ କରି ବିଜୟୀ ହୋଇଛି ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.