ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ @3PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 26, 2022, 3:03 PM IST

1. ୬ରୁ ୧୨ ବର୍ଷ ପିଲା ନେଇପାରିବେ କୋଭାକ୍ସିନ ଟୀକା

୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI ।

2. ଆସନ୍ତାକାଲିଠୁ ମେ 2 ଯାଏଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ

ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ପ୍ରଭାବ । ଆସନ୍ତାକାଲିଠୁ ମେ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର କଲେଜ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ ।

3. ରାଜ୍ୟରେ 15ଟି ଜିଲ୍ଲାରେ ନାହିଁ କୋଭିଡ ସଂକ୍ରମଣ, ପ୍ରିକସନ ଡୋଜ୍‌ ନେବାକୁ ପରାମର୍ଶ

ରାଜ୍ୟରେ ୧୫ଟି ଜିଲ୍ଲାରେ କୋଭିଡ ସଂକ୍ରମଣ ନାହିଁ । ଟୀକାକରଣ ଆମ ରାଜ୍ୟରେ ଯଥେଷ୍ଟ ହୋଇଥିବାରୁ କୋଭିଡ ରୋଗୀ ସଂଖ୍ୟା ନାହଁ ।

4. ରାଜ୍ୟରେ ନାହିଁ ଅଂଶୁଘାତଜନିତ ମୃତ୍ୟୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ତତଲା ତାୱାରେ ଭାଜି ହେଉଛି ରାଜ୍ୟ । ଉପକୂଳରୁ ଉପାନ୍ତ ସବୁଠି ବହୁଛି ପ୍ରଚଣ୍ଡ ତାତି । ସୂର୍ଯ୍ୟଙ୍କ କୋପରେ କଲବଲ ହେଉଛନ୍ତି ରାଜ୍ୟବାସୀ । ବିପଦଜ୍ଜନକ ସ୍ତର ଛୁଇଁ ଡେଇଁଲାଣି ତାତି । ଜଳୁଛି ଓଡିଶା ।

5. ଗ୍ରୀଷ୍ମ ପ୍ରବାହ, ଆଜିଠୁ ୫ଦିନ ଅଙ୍ଗନବାଡି ଛୁଟି

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଜି ଠାରୁ 30 ତାରିଖ ପର୍ଯ୍ୟନ୍ତ 5 ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡ଼ି । ଏନେଇ ମହିଳା ଓ ଶିଶୁ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

6. ଓଡିଶାରେ ନିଶା କାରବାର, ଉତ୍ତରପ୍ରଦେଶରୁ ବେପାରୀ ଗିରଫ

ଉତ୍ତରପ୍ରଦେଶରୁ ମୋଷ୍ଟ ଓ୍ବାଣ୍ଟେଡ ନିଶା ବେପାରୀ ଗିରଫ । ମାଛକୁଣ୍ଡ ଗଞ୍ଜେଇ ଜବତ ମାମଲାର ମାଷ୍ଟର ମାଇଣ୍ଡ ଥିଲା ଏହି ଅଭିଯୁକ୍ତ ।

7. KVରେ ମାଗଣାରେ ପଢିବେ କୋଭିଡରେ ମୃତ ବାପାମାଆଙ୍କ ପିଲା, ବର୍ଷକୁ 10ଜଣଙ୍କୁ ମିଳିବ ଆଡମିଶନ

କୋଭିଡ଼ରେ ମୃତ ବାପା, ମାଙ୍କ ପିଲାଙ୍କୁ କେଭିରେ ପାଠ ପଢ଼ିବା ସୁଯୋଗ । କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢିବେ କୋରୋନାରେ ମୃତ ବାପାମାଆଙ୍କ ପିଲା ।

8. ଆକ୍ସନ ମୁଡ଼ରେ ବିଜେଡି: ଦଳରୁ ବିଦା ହେଲେ ଦୁଇ ବରିଷ୍ଠ ନେତା

ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବରିଷ୍ଠ ବିଜେଡି ନେତା ନିଲମ୍ବିତ । ଦଳରୁ ବିଦା ହେଲେ ପାରଳାଖେମୁଣ୍ଡିର ସହର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ଗଜପତି ଜିଲ୍ଲାର ଉପ ସଭାପତି କେ ଆପ୍ପାରାଓ ।

9. Brazil Para-Badminton International: ଦୁଇଟି କାଂସ୍ୟ ପଦକ ଜିତିଲେ ପ୍ରମୋଦ ଭଗତ

ବ୍ରାଜିଲ ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଦୁଇଟି କାଂସ୍ୟ ପଦକ ହାସଲ କରିଛନ୍ତି ଓଡ଼ିଆ ପାରାଲମ୍ପିଆନ ପ୍ରମୋଦ ଭଗତ । ଏହି ପଦକକୁ ମିଶାଇ ସୋମବାର ସୁଦ୍ଧା ଭାରତ ମୋଟ ୨୮ଟି ପଦକ ହାସଲ କରିଛି ।

10. ଓଡିଆ ଚଳଚ୍ଚିତ୍ର ରବେରୀର ଶୁଭ ମହୁରତ

ପରଦାକୁ ଆସୁଛି "ରବେରୀ"। ଦର୍ଶକଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ଫିଲ୍ମ ନିର୍ମାତା ପୁଣି ଏକ ଭେଟି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.