ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 20, 2021, 3:13 PM IST

1. ଆତଙ୍କୀଙ୍କ ଟାର୍ଗେଟରେ ସାଧାରଣ ନାଗରିକ, NIAର ଚଢାଉ ଜାରି

ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ଆତଙ୍କବାଦୀ। ଏହାର କାରଣ ଖୋଜିବା ପାଇଁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ତଦନ୍ତଭାର ହସ୍ତାନ୍ତର କରାଯାଇଛି । ଘଟଣାର ତଦନ୍ତ ପାଇଁ ଦକ୍ଷିଣ କାଶ୍ମୀର ବାରମୁଲ୍ଲା ଜିଲ୍ଲା ନରୱା ଅଞ୍ଚଳରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଦେହ ନେଇ ଚଢାଉ କରିଛି NIA ।

2. ମମିତା ମର୍ଡର ମିଷ୍ଟ୍ରି, CBI ତଦନ୍ତ ଦାବି କଲେ ଅପରାଜିତା

ମମିତା ମର୍ଡର ମିଷ୍ଟ୍ରିର ସିବିଆଇ ତଦନ୍ତ ଦାବି କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ମହିଳାଙ୍କ ସୁରକ୍ଷା ଓ ମର୍ଯ୍ୟାଦା ରକ୍ଷା ଉପରେ ଉଠିଲା ପ୍ରଶ୍ନ । ଏହା ଦ୍ବାରା ରାଜ୍ୟର ବିକାଶ ହୋଇ ପାରିବନି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।

3. ଖେରୀରେ ଓଲଟିଲା ଡଙ୍ଗା: 10 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଉତ୍ତରପ୍ରଦେଶ ଲଖିମପୁର ଖେରୀର ମିର୍ଜାପୁର ଗାଁରେ ଅଘଟଣ । ଘାଘରା ନଦୀରେ ଓଲଟିଲା ଡଙ୍ଗା ।

4. ଦୁର୍ଦ୍ଦିନରେ ଜମିହୀନଙ୍କ ଜୀବନ, ପ୍ରଶାସନ ଅପେକ୍ଷାରେ ଧୁବେଲ

ଲଗାଣ ବର୍ଷା ଯୋଗୁଁ ନିକଟରେ ଥିବା ଏକ ବନ୍ଧରେ ଘାଇ ହୋଇ ଚାଳଘର ଭାଙ୍ଗି ଯିବାକୁ ବସିଲାଣି । କାନ୍ଥ ଫାଟି ଆଁ କରିଛି । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ଜମିହୀନ ପ୍ରଜା । ହେଲେ ପ୍ରଶାସନର ଦୃଷ୍ଟି ନାହିଁ ।

5. ମହାଋଷି ବାଲ୍ମିକୀଙ୍କ ଜୟନ୍ତୀରେ ଶ୍ରଦ୍ଧଞ୍ଜଳି ଦେଲେ ମୋଦି

ଆଜି(ବୁଧବାର) ମହାଋଷି ବାଲ୍ମିକୀଙ୍କ ଜୟନ୍ତୀ । ଏହି ଅବସରରେ ବାଲ୍ମିକୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

6. ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ନବୀନ ନିବାସ ଘେରିଲା ଯୁବ କଂଗ୍ରେସ

ମହାଲିଙ୍ଗ ସନସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ନବୀନ ନିବାସ ଘେରିଲା ଯୁବ କଂଗ୍ରେସ ।

7. ପାଇଖାନା ଟାଙ୍କିରେ ୩ ଜଣଙ୍କ ମୃତ୍ୟୁ ଘଟଣା, ୪୮ ଘଣ୍ଟା ପରେ ମୃତଦେହ ଉଦ୍ଧାର

ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳରେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ତିନି ଜଣଙ୍କ ମୃତ୍ୟୁ ଘଟଣା । ୪୮ ଘଣ୍ଟା ପରେ ଟାଙ୍କିରୁ ଉଦ୍ଧାର ହେଲା ମୃତଦେହ ।

8. ତୈଳଦର ତାତି, ୩୫ ପଇସା ଲେଖାଏଁ ବଢିଲା ପେଟ୍ରୋଲ-ଡିଜେଲ

ଦୁଇ ଦିନ ପରେ ଦେଶରେ ପୁଣି ବଢିଲା ତୈଳ ଦାମ୍ । ପେଟ୍ରୋଲ-ଡିଜେଲ ଦରରେ ୩୫ ପଇସା ଲେଖାଏଁ ବଢାଇଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ।

9. ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ, ହାତ ଛାଡି ଶଙ୍ଖ ଫୁଙ୍କିଲେ କୁଲେସିକା

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା । ଶେଷରେ ହାତ ଛାଡି ଶଙ୍ଖ ଧରିଲେ କୈଳାଶ କୁଲେସିକା । ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି କଂଗ୍ରେସର ଏହି ପୂର୍ବତନ ଟାଣୁଆ ନେତା ।

10. T20 WC: ଓମାନକୁ ୨୬ ରନରେ ହରାଇଲା ବାଂଲାଦେଶ

ଚଳିତ ଟି-୨୦ ବିଶ୍ବକପର ଗ୍ରୁପ ବି' ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ବାଂଲାଦେଶ ଓ ଓମାନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଓମାନ ବିପକ୍ଷ ମ୍ୟାଚରେ ବାଂଲାଦେଶ ୨୬ ରନରେ ବିଜୟ ହାସଲ କରିନେଇଛି । ବିଜୟ ସହିତ ସୁପର-୧୨ ଆଶା ଉଜ୍ଜୀବିତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.