1. ବିଜେପିରେ ମିଶିଲେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଅଞ୍ଜଳି ବେହେରା
ରାଜଧାନୀରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଯୋଗ ଦେଇ ଦଳରେ ସାମିଲ ହୋଇଛନ୍ତି ଢେଙ୍କାନାଳ ହିନ୍ଦୋଳର ପୂର୍ବତନ ବିଧାୟିକା ଅଞ୍ଜଳି ବେହେରା ।
2. ବର୍ତ୍ତମାନ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ: ବିଜୟ ପାଣିଗ୍ରାହୀ
ଆରଏମଆରସି ଅନୁଧ୍ୟାନ ଅନୁସାରେ ଉଭୟ ଡୋଜ ଟିକା ନେବା ପରେ ଆଣ୍ଟିବଡି ଥିବା ଜଣାପଡିଛି । ଦ୍ବିତୀୟ ଡୋଜ ଟିକା ନେବା ପରେ ଲୋକଙ୍କୁ ମହାମାରୀରୁ ସୁରକ୍ଷା ମିଳୁଛି । ରାଜ୍ୟରେ ଟୀକାକରଣ ଓ ସଂକ୍ରମଣ ନେଇ ସୂଚନା ଏହି ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
3. ଅସୁସ୍ଥତା ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଚିଲିକା ବିଧାୟକ: ବିଜେପି
ଜାମିନ ନାମଞ୍ଜୁର ହେବା ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଅସୁସ୍ଥତା କାରଣ ଦର୍ଶାଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ କରିଛି ବିଜେପି ।
4.ଲଖୀମପୁର ହିଂସା: ଟ୍ରାକରେ ବସି ଚାଷୀଙ୍କ ବିରୋଧ ପ୍ରଦର୍ଶନ, ରେଳ ଚଳାଚଳ ଠପ୍
ଲଖୀମପୁର ହିଂସା ମାମଲାରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗିରଫ ଦାବିରେ ଚାଷୀଙ୍କ ରେଳରୋକ ଆନ୍ଦୋଳନ । ଦେଶର ବିଭିନ୍ନ ରାଜ୍ୟର ରେଲୱେ ଟ୍ରାକରେ ବସି ଚାଷୀଙ୍କ ଧାରଣା ।
5. ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
ଲଘୁଚାପ ପ୍ରଭାହରେ ଆଜି ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ତେବେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
6. ଶିକ୍ଷୟିତ୍ରୀ ନିଖୋଜ ଘଟଣା: ଅଭିଯୁକ୍ତ ଚମ୍ପଟ, ୩ ପୋଲିସ କର୍ମଚାରୀ ସସପେଣ୍ଡ
ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ଘଟଣାରେ ଟିଟିଲାଗଡ ପୋଲିସ ହେପାଜତରେ ଥିବା ଅଭିଯୁକ୍ତ ଗୋବିନ୍ଦ ସାହୁ ଚମ୍ପଟ ମାରିଥିଲା । କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗୀର ଏସପି ।
7. ବ୍ୟବସାୟୀ କ୍ଷୀରୋଦଙ୍କୁ ଗୁଳିମାଡ଼ ଓ ଲୁଟ ଘଟଣା, ୪ ଅଭିଯୁକ୍ତ ଗିରଫ
କଟକରେ ବ୍ୟବସାୟୀ କ୍ଷୀରୋଦ ସାହୁଙ୍କୁ ଗୁଳିମାଡ଼ ଘଟଣା । ଆଜି(ସୋମବାର) ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କନ୍ଦରପୁର ପୋଲିସ ।
।
8. OBCଙ୍କୁ ଅଣଦେଖା ପ୍ରତିବାଦ, ୧୨ ଘଣ୍ଟିଆ ନୂଆପଡା ବନ୍ଦ
OBC ମଞ୍ଚ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ବ୍ୟାପୀ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ପ୍ରଭାବରେ ଖଡ଼ିଆଳ, ବୋଡେନ, ସିନାପାଲି, କୋମନା, ନୂଆପଡା ଆଦି ଅଞ୍ଚଳରେ ଗାଡ଼ି ମୋଟର ଯାନବାହାନ ଚଳାଚଳ ଠପ ଥିବାବେଳେ, ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି ।
9. Corona Death Report; ଆଖି ବୁଜିଲେ ଆଉ ୫ ଆକ୍ରାନ୍ତ
କିଛି ଦିନ ହେବ ଦୈନିକ ମୃତ୍ୟୁସଂଖ୍ୟା ୫ ତଳେ ରହୁଛି । ରାଜ୍ୟରେ ଆଜି ଆଉ ୫ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା ।
10. T20 WORLD CUP: ବାଂଲାଦେଶକୁ ୬ ରନରେ ହରାଇଲା ସ୍କଟଲାଣ୍ଡ
ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଶକ୍ତିଶାଳୀ ବାଂଲାଦେଶକୁ ୬ ରନରେ ପରାସ୍ତ କରିଛି। ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଥିଲା । ଜବାବରେ ବାଂଲାଦେଶ ୭ ୱିକେଟ ହରାଉ ୧୩୪ ରନ କରିବାକୁ ସକ୍ଷମ ହୋଇଥିଲା । ସ୍କଟଲାଣ୍ଡକୁ ବିଜୟୀ କରିବାରେ ହିରୋ ସାଜିଥିଲେ କ୍ରିସ ଗ୍ରୋଭସ ।