ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Sep 1, 2021, 1:00 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1.ବିଧାନସଭା ମୌସୁମୀ ଅଧିବେଶନ: ଆରମ୍ଭରୁ ହଙ୍ଗାମା, ଗୃହ ମୁଲତବୀ

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ। କୋଭିଡ କଟକଣା ମଧ୍ୟରେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । ଆଜି ପ୍ରଥମେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଗୃହ ସଦସ୍ୟଙ୍କ ଅଂଶ ଗ୍ରହଣ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ ବାଚସ୍ପତି ।

2. ସାବଧାନ ଶତୃ ! ଡେଣା ମେଲାଇ ଉଡୁଛି ଚଢେଇ ଡ୍ରୋନ

ଶତୃମାନେ ସାବଧାନ । ପ୍ରତ୍ୟେକ ଗତିବିଧିରେ ନଜର ରଖିବ ନକଲି ପକ୍ଷୀ । ଏପରି ଏକ ନିଆରା ଡ୍ରୋନ ନିର୍ମାଣ କରିଛନ୍ତି କିଛି ଇଞ୍ଜିନିଅରିଂ ଛାତ୍ର ।

3. Poster politics: ଯୋଗୀଙ୍କୁ ସୁରକ୍ଷା ଯୋଗାଉଛି ବାସୁକି, କଂସ ସାଜିଛନ୍ତି ଶିବରାଜ

ଏବେ ଚର୍ଚ୍ଚାରେ UP ଓ MP ପୋଷ୍ଟର ରାଜନୀତି । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ନେଇ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ କଟାକ୍ଷପୂର୍ଣ୍ଣ ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

4. ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ମାରିଦେଲେ ମାଓବାଦୀ

ମାଓବାଦୀଙ୍କ ଉନ୍ମତକାଣ୍ଡ । ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା ।

5. INDIA CORONA: ଦିନକରେ 41,965 ପଜିଟିଭ ଚିହ୍ନଟ, 460 ମୃତ

ଗତକାଲିର ହ୍ରାସ ପରେ ପୁଣି ବଢିଲା ଦେଶରେ ଦୈନିକ ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 41 ହଜାର 965 ନୂତନ କୋଭିଡ ମାମଲା ରେକର୍ଡ ହେବା ସହ 460 ଜଣଙ୍କ ମୃତ୍ୟୁ ହୋଇଛି ।

6. ପ୍ରଚାର ବେଳେ ଭୁଲିଗଲେ କଟକଣା, ଓୱେସୀଙ୍କ ସମେତ 300 ସମର୍ଥକଙ୍କ ନାଁରେ ଏତଲା

ବେଲଗାଭିରେ କୋଭିଡ କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଓୱେସୀଙ୍କ ସମେତ ତାଙ୍କର 300 ସମର୍ଥକଙ୍କ ନାଁରେ ଏତଲା ରୁଜୁ ହୋଇଛି ।

7. ଆରପାରିରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା AIADMKର ସଂଯୋଜକ ପନିରସେଲଭମଙ୍କ ପତ୍ନୀ ବିଜୟଲକ୍ଷ୍ମୀଙ୍କ ଦେହାନ୍ତ ହୋଇଛି ।

8. ବିହାରରେ ଏନକାଉଣ୍ଟର, ଟଳିଲେ ଏକାଧିକ ନକ୍ସଲ

ସୁରକ୍ଷାକର୍ମୀଙ୍କ ନକ୍ସଲ ଦମନ ଅଭିଯାନ । ବିହାରର ଲକିସରାଇ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଣ୍ଟରରେ ଏକାଧିକ ନକ୍ସଲ ଟଳି ପଡିଥିବା ସୂଚନା ମିଳିଛି ।

9. କୁଳପତିଙ୍କ ପ୍ରକୋଷ୍ଠରେ ଅତିଥି ଅଧ୍ୟାପକଙ୍କ ଆତ୍ମହୁତି ଉଦ୍ୟମ

କୁଳପତିଙ୍କ ପ୍ରକୋଷ୍ଠରେ ଆତ୍ମହୁତି ଉଦ୍ଯମ କଲେ ଅତିଥି ଅଧ୍ୟାପକ । ଥାନାରେ ପହଞ୍ଚିଲା ମାମଲା ।
10. Tokyo Paralympics: ମିଶ୍ରିତ ଏୟାର ରାଇଫଲ୍ ଫାଇନାଲରୁ ବାଦ୍‌ ଅବନୀ

ଆର-୩ ମିଶ୍ରିତ 10 ମିଟର ଏୟାର ରାଇଫଲ୍ ପ୍ରୋନ୍ ଏସଏଚ 1 ଯୋଗ୍ୟତାରେ 27 ତମ ସ୍ଥାନ ହାସଲ କରିଛନ୍ତି ଅବନୀ । ଅଧାରେ ରହିଲା ଆଉ ଏକ ପଦକ ସ୍ବପ୍ନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.