ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jul 3, 2021, 1:13 PM IST

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1. ରଥଯାତ୍ରା ସମୟରେ ଲାଗିବ 144 ଧାରା, ଛାତ ଉପରେ ବି ଦେଖି ପାରିବେନି ଘୋଷଯାତ୍ରା

ରଥଯାତ୍ରା ଭକ୍ତ ଶୂନ୍ୟ ରହିବ ବଡଦାଣ୍ଡ, ଲାଗୁ ହେବ 144 ଧାରା , ଛାତ ଉପରେ ବି ରଥଯାତ୍ରା ଦେଖିବାକୁ ବାରଣ ।

2. ଅଲଗା ହେଲେ ଆମିର-କିରଣ, 15 ବର୍ଷ ବୈବାହିକ ସମ୍ପର୍କରେ ପକାଇଲେ ପୂର୍ଣ୍ଣଚ୍ଛେଦ

ବଲିଉଡ ସୁପରଷ୍ଟାର ଆମିର ଖାନ ନିଜ 15 ବର୍ଷ ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

3. କୋରୋନା ଉପରେ କୋଭାକ୍ସିନ ୭୭.୮ % ଓ ଡେଲ୍ଟାରେ ୬୫.୨% ପ୍ରଭାବଶାଳୀ

ଭାରତର ସ୍ବଦେଶୀ ଟିକା ନିର୍ମାତା ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ଏହି ପରୀକ୍ଷଣରେ କୋରୋନା ବିରୋଧୀ ସ୍ବଦେଶୀ ଟିକା 77.8 ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଡେଲଟା ବିରୁଦ୍ଧରେ 65.2% ପ୍ରଭାବଶାଳୀ ବୋଲି ଜଣାପଡିଛି ।

4. ତୀରଥଙ୍କ ପରେ ଆସିବ କି ମମତାଙ୍କ ପାଳି ?

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ପାଳି । ସେପଟେ ଆସନ୍ତା ନଭେମ୍ବର ସୁଦ୍ଧା ମମତାଙ୍କୁ କୌଣସି ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ଜିତିବାକୁ ପଡିବ ।

5. ଉତ୍ତରାଖଣ୍ଡ ଅଭିମୁଖେ ନରେନ୍ଦ୍ର ସିଂ ତୋମାର, ବିଧାୟକ ଦଳ ବୈଠକରେ ଦେବେ ଯୋଗ

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ । ଏନେଇ ଆଜି ବସିବ ବିଧାୟକ ଦଳର ବୈଠକ । ଏହା ପୂର୍ବରୁ ଉତ୍ତରାଖଣ୍ଡ ଅଭିମୁଖେ ବାହାରିଛନ୍ତି ନରେନ୍ଦ୍ର ସିଂ ତୋମାର ।

6. ଶୁଭେନ୍ଦୁ ଅଧିକାରୀଙ୍କୁ ସୁରକ୍ଷା ଦିଅ; କୋଲକାତା ହାଇକୋର୍ଟ

ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ରାଜ୍ୟ ସରକାର ସୁରକ୍ଷା ଯୋଗାଇବା ପ୍ରସଙ୍ଗ । ଶୁଭେନ୍ଦୁଙ୍କୁ ସୁରକ୍ଷା ଯୋଗାଇବାକୁ କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

7. ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଚିଠି: ଉପନିର୍ବାଚନ ପାଇଁ ଅନୁରୋଧ

ପଶ୍ଚିମବଙ୍ଗରେ ବାକିଥିବା 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର ।

8. ପୁଣି ଚର୍ଚ୍ଚାରେ ନୟାଗଡ଼ର ଭାଇରାଲ ଗାର୍ଲ ପ୍ରୀତି ଏବଂ ଶ୍ରୁତି

ପୁଣି ଚର୍ଚ୍ଚାରେ ନୟାଗଡ଼ର 2 ଭାଇରାଲ ଗାର୍ଲ ପ୍ରୀତି ସୁଲଗ୍ନା ଏବଂ ଶ୍ରୁତି ସୁଲଗ୍ନା l 'ତୁମପରି ଛୋଟ ପିଲାଟିଏ' ସଙ୍ଗୀତ ପରିବେଷଣ କରି ଚର୍ଚ୍ଚାରେ 2 ଭଉଣୀ ।

9. ଅସହାୟ ଅବସ୍ଥାରେ ଦୁଇ ଶିଶୁକନ୍ୟା, ଲୋଡ଼ା ସରକାରୀ ସହାୟତା

ଅସହାୟ ଅବସ୍ଥାରେ ଦୁଇଟି ପରିବାର । ଗୋଟିଏ ଶିଶୁକନ୍ୟାର ମଳଦ୍ବାର ନଥିବାରୁ ଶିଶୁଟି ନାହିଁନଥିବା କଷ୍ଟ ପାଉଥିବାବେଳେ କଣ୍ଟାମାଳ ବ୍ଲକ ସୌରୀବେଙ୍ଗସ ଗ୍ରାମର ଏକ ଛୋଟ ଝିଅ ଶ୍ରବଣ ବାଧିତ ହୋଇଥିବାରୁ କଥା କହି ପାରୁନାହିଁ । ଏନେଇ ଦୁଇ ପରିବାର ସରକାର ସହାୟତା କରିବାକୁ ଗୁହାରି କରିଛନ୍ତି ।

10. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ଆଜି ବସିବ ଦଳୀୟ ବୈଠକ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ବିଧାୟକ ସହ ଲୋକସଭା ସାଂସଦ ଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ଦଳୀୟ ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.