ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 27, 2021, 11:11 AM IST

1. ଆଜି ୧୬ତମ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ଆଜି(ବୁଧବାର) ୧୬ତମ ପୂର୍ବ ଏସିଆ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ସମ୍ମିଳୀରେ ଭର୍ଚୁଆଲ ଜରିଆରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2. ମାର୍ଚ୍ଚ ସୁଦ୍ଧା ଘରୋଇକରଣ ହେବ ଭୁବନେଶ୍ବର ଓ ଝାରସୁଗୁଡା ବିମାନବନ୍ଦର

ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ଘରୋଇକରଣ । ପ୍ରକ୍ରିୟା ଆରମ୍ଭ କଲା AAI ।

3. ଆସୁଛି ୟୁପି ନିର୍ବାଚନ, ଦୁଇ ଦିନିଆ ଗସ୍ତରେ ଯିବେ ଅମିତ ଶାହ

ଆଗକୁ ଆସୁଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ଦଳର ବିଜୟ ସୁନିଶ୍ଚିତ କରିବାକୁ ଦୁଇ ଦିନିଆ ଉତ୍ତରପ୍ରଦେଶ ଗସ୍ତ କରିବେ ଅମିତ ଶାହ ।

4. ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ 4ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବନକଲାଗି ନୀତି । ଏହା ଏକ ଗୁପ୍ତ ସେବା ଓ ଏକ ସ୍ବତନ୍ତ୍ର ନୀତି । ଏନେଇ ଅପରାହ୍ନ 4ଟାରୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

5. ବାଣ ଦୋକାନରେ ବିସ୍ଫୋରଣ; ୬ ମୃତ, ୧୦ ଆହତ

ବିଳମ୍ବିତ ରାତିଲେ ବାଣ ଦୋକାନରେ ଲାଗିଲା ନିଆଁ । ଅଘଟଣରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦ ଆହତ ।

6. ବାରରେ ରଙ୍ଗୀନ ହେଉଥିଲା ରାତି, ଅଚାନକ ପହଞ୍ଚିଗଲେ ପୋଲିସ...

ରାଜଧାନୀର ବିଭିନ୍ନ ବାରରେ ଅଚାନକ ଚଢାଉ କରିଛି ପୋଲିସ । ଉଚ୍ଚ ବାଦ୍ୟଯନ୍ତ୍ର ସହ ନାଚଗୀତରେ ଆସର ଜମିଥିଲା । ଅଚାନକ ଚଢାଉ କଲା ପୋଲିସ । ଲାଇସେନ୍ସ ନ ଥାଇ ମଧ୍ୟ ବିଳମ୍ବିତ ରାତି ଯାଏ ଚାଲୁଥିଲା ବାର ।

7. ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲା; କାଲି ସରିଲାନି, ଆଜି ଜାମିନ ଆବେଦନର ଶୁଣାଣି

କ୍ରୁଜ ପାର୍ଟି ମାମଲାରେ ଗିରଫ ଥିବା ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଶୁଣାଣି ପୁଣି ଆଜି ହେବ । ଗତକାଲି ଶୁଣାଣି ଶେଷ ହୋଇନପାରିବାରୁ ଆଜିକୁ ଘୁଞ୍ଚାଇଛନ୍ତି ବମ୍ବେ ହାଇକୋର୍ଟ ।

8. ଦିଲ୍ଲୀରୁ ମୁମ୍ବାଇ ଫେରିଲେ ୱାଙ୍ଖଡେ, ଆଜି ଲାଞ୍ଚ ଅଭିଯୋଗର ଜେରା

ଦିଲ୍ଲୀରୁ ମୁମ୍ବାଇ ଫେରିଲେ ୱାଙ୍ଖଡେ । ଆଜି ଲାଞ୍ଚ ଅଭିଯୋଗରେ ୱାଙ୍ଖଡେଙ୍କୁ ଜେରା କରିବ ଭିଜିଲାନ୍ସ ।

9. INDIA CORONA: ଦିନକରେ ୧୩୪୫୧ ନୂଆ ଆକ୍ରାନ୍ତ, ଗଡିଲା ୫୮୫ ମୁଣ୍ଡ

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ 13,451 ନୂଆ ସଂକ୍ରମିତ । ଗୋଟିଏ ଦିନରେ ପ୍ରାଣ ହରାଇଲେ 585 କୋରୋନା ଆକ୍ରାନ୍ତ ।

10. ବାଗଦାଦରେ IS ବନ୍ଧୁକଧାରୀଙ୍କ ହମଲା, ୧୧ ମୃତ

ବାଗଦାଦର ଏକ ଗ୍ରାମରେ ଆଇଏସ ବନ୍ଧୁକଧାରୀଙ୍କ ଆକ୍ରମଣ । ୧୧ ଜଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଆହତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.