ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 31, 2021, 12:29 PM IST

1.ଶପଥ ନେଲେ ସୁପ୍ରିମକୋର୍ଟର ୯ ନବନିଯୁକ୍ତ ବିଚାରପତି

ତିନି ଜଣ ମହିଳାଙ୍କ ସମେତ ମୋଟ ୯ ଜଣ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଲେ । ଆଜି(ମଙ୍ଗଳବାର) ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମଣା ।

2. ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଗୁଳି ଫୁଟାଇ ଖୁସି ମନାଇଲେ ତାଲିବାନୀ

ଦୀର୍ଘ ୨୦ ବର୍ଷ ପରେ ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଆକାଶ ମାର୍ଗକୁ ଗୁଳି ଚଳାଇ ଖୁସି ମନାଇଲେ ତାଲିବାନ ଆତଙ୍କବାଦୀ ।

3. ଆଜି ଆଖି ବୁଜିଲେ ଆଉ ୬୮ ଆକ୍ରାନ୍ତ, କଟକରୁ ସର୍ବାଧିକ

ଆଜି(ମଙ୍ଗଳବାର) ରାଜ୍ୟରେ ଆଉ ୬୮ କୋଭିଡ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା 7969କୁ ବୃଦ୍ଧି ହୋଇଛି ।

4. STATE CORONA: ଦିନକରେ 638 ପଜିଟିଭ, ଅଛନ୍ତି ୧୧୦ ଶିଶୁ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୩୮ କୋରୋନା ପଜିଟିଭ ଚିହ୍ନଟ ।

5. ଆଜି ଶ୍ରୀମନ୍ଦିର ନନ୍ଦୋତ୍ସବ ନୀତି

ପୃଥିବୀ ପୃଷ୍ଠରେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିବା ପରେ ଆଜି ଶ୍ରୀମନ୍ଦିରରେ ନନ୍ଦ ମହୋତ୍ସବ ନୀତି ।

6. INDIA CORONA: ଦିନକରେ 30,941 ପଜିଟିଭ ଚିହ୍ନଟ, 350 ମୃତ

ଦେଶରେ କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟାରେ 30 ହଜାର 941 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ଗତକାଲି ତୁଳନାରେ ଯଥେଷ୍ଟ କମ । ଏହାସହ ୩୫୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

7. କେନ୍ଦ୍ରମନ୍ତ୍ରୀ ପାରସଙ୍କୁ ଏସିଡ ମାଡ, ମାଗିଲେ Z+ସୁରକ୍ଷା

ନିଜ ନିର୍ବାଚନୀ ମଣ୍ଡଳୀ ଗସ୍ତ ସମୟରେ ବିହାର LJP ନେତା ପଶୁପତି ପାରସଙ୍କ ଉପରକୁ ଏସିଡ ମାଡ । 'ଇଟିଭି ଭାରତ'କୁ ସାକ୍ଷାତ ସମୟରେ ବଖାଣିଲେ କ୍ଷୋଭ ।

8. ଚୀନ ନାଁ ନେବାକୁ ଡରୁଛନ୍ତି ପିଏମ: ଓୱେସୀ

ଚୀନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛନ୍ତି ଆଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ସେ କହିଛନ୍ତି ଚୀନ ଭାରତୀୟ ଅଞ୍ଚଳ ଦଖଲ କରିଥିବା ନେଇ ତା ନାଁ ନେବାକୁ ଡରୁଛନ୍ତି ପ୍ରଧାନମନ୍ତ୍ରୀ ।

9. Tokyo Paralympics: ଏୟାର ପିସ୍ତଲ ଏସଏଚ୧ ଫାଇନାଲରେ ରୁବିନା

ଆଜି(ମଙ୍ଗଳବାର) ମହିଳା ୧୦ମିଟର ଏୟାର ପିସ୍ତଲ ଏସଏଚ୧ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ରୁବିନା ଫ୍ରାନ୍ସିସ ।

10. ଅଳିଆ ଗଦାରେ ‘ନିରାମୟ ଯୋଜନା’

ରାଜରାସ୍ତାରେ ପଡ଼ିଛି ସରକାରୀ ଔଷଧ । କଳାହାଣ୍ଡି ଲାଞ୍ଜିଗଡ଼ ବ୍ଳକ ଭଟାଙ୍ଗପଦର ରାସ୍ତା, ଖକ୍ସି ଗାଁ ରାସ୍ତା ଏବଂ ଜଙ୍ଗଲରେ ପଡ଼ିଛି ଲକ୍ଷାଧିକ ଟଙ୍କାର ସରକାରୀ ଔଷଧ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.