ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ ନ୍ୟୁଜ

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 18, 2021, 11:07 AM IST

1. ଆଇନ ମନ୍ତ୍ରଣାଳୟକୁ ୯ ବିଚାରପତିଙ୍କ ନା ସୁପାରିଶ କଲା ସୁପ୍ରିମକୋର୍ଟ କଲେଜିୟମ

ସୁପ୍ରିମକୋର୍ଟରେ ୯ ଜଣ ବିଚାରପତିଙ୍କୁ ନିଯୁକ୍ତି ପାଇଁ କଲେଜିୟମର ପଦକ୍ଷେପ । ୩ ଜଣ ମହିଳା ବିଚାରପତିଙ୍କ ସମେତ ମୋଟ ୯ ଜଣଙ୍କ ନା କେନ୍ଦ୍ର ସରକାରଙ୍କୁ ସୁପାରିଶ କଲେ କଲେଜିୟମ। ପ୍ରଥମଥର କଲେଜିୟମ ଏକାଥରକେ ୩ ଜଣ ମହିଳା ବିଚାରପତିଙ୍କ ନାଁ ସୁପାରିଶ କରିଛନ୍ତି ।

2. ଜାତିସଂଘ ସେକ୍ରେଟେରୀ ଜେନେରାଲଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି (ମଙ୍ଗଳବାର) ସଂଯୁକ୍ତ ରାଷ୍ଟ୍ର(UN) ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଅ ଗୁଟାରେସଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ଅବସରରେ ଆଫଗାନ ସ୍ଥିତି ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି ।

3. କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ: ଆଜି ଆଉ ୬୫ ମୃତ

ଆଜି(ବୁଧବାର) ରାଜ୍ୟରେ ଆଉ ୬୫ ଜଣଙ୍କ ଜୀବନ ନେଇଛି ମହାମାରୀ । ଆଜିର ମୃତକଙ୍କୁ ମିଶାଇ ସଂଖ୍ୟା ୭୦୮୬କୁ ବୃଦ୍ଧି ହୋଇଛି ।

4. ହ୍ରାସ ପରେ ପୁଣି ବଢିଲା, ଦିନକରେ 35,178 ପଜିଟିଭ ଚିହ୍ନଟ

ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 35 ହଜାର 178 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତକାଲିର ଆକ୍ରାନ୍ତଙ୍କ ତୁଳନାରେ ପ୍ରାୟ 40% ଅଧିକ। ଏହା ସହ ଗତ 24 ଘଣ୍ଟାରେ 440 ଜଣଙ୍କ ମୃତ୍ୟୁ ହୋଇଛି ।

5. ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କରାଗଲା ପ୍ରାଥମିକ ଚିକିତ୍ସା ।

6.କଳାହାଣ୍ଡି ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ, ଗସ୍ତକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର

ଓଡିଶା ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ । କରିବେ କଳାହାଣ୍ତି ଗସ୍ତ । ଏନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ଦିବ୍ୟଶଙ୍କର ।

7. 20ରୁ ବିଏଡ ଓ ବିଏଚଇଡି ନାମଲେଖା ଆବେଦନ

ଆସନ୍ତା ୨୦ ତାରିଖରୁ ବିଏଡ ଓ ବିଏଚଇଡି ନାମଲେଖା ଆବେଦନ ଆରମ୍ଭ ହେବ । ରାଜ୍ୟର ବିଭିନ୍ନ ସରକାରୀ କଲେଜରେ ବିଏଡ ଓ ବିଏଚଏଡ ପାଠ୍ୟକ୍ରମ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।

8. ଆନ୍ଧ୍ର ପାଇଁ ଏକାଠି ହେଲେ କୋରାପୁଟର 5 ବିଧାୟକ, ନିର୍ମାଣ କଲେ ରାସ୍ତା

ଓଡିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଆନ୍ଧ୍ର ପ୍ରଦେଶର କୋଡମା ପଞ୍ଚାୟତକୁ ରାସ୍ତା ନିର୍ମାଣ କରିବା ପାଇଁ କୋରାପୁଟ ଜିଲ୍ଲାର ସମସ୍ତ ପାଞ୍ଚଜଣ ବିଧାୟକ ସହଯୋଗ ହାତ ବଢାଇଛନ୍ତି ।

9. ଆସନ୍ତା 3ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଘନୀଭୂତ ହେଲା ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଆଜି ସେହି ଅଞ୍ଚଳରେ ଏକ ଲଘୁଚାପରେ ପରିଣତ ହୋଇଛି । ଏହାସହ ଆଉ ଏକ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୭ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ।

10. TIARA MISS INDIA TEEN: ମିସ ଇଣ୍ଡିଆ ଟିନ୍ ମୁକୁଟ ପିନ୍ଧିଲେ ଓଡିଆ ଝିଅ

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା TIARA MISS INDIA TEEN 2021 ପ୍ରତିଯୋଗିତାରେ ଟାଇଟଲ୍ ହାତେଇଲେ ଓଡିଆ ଝିଅ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.