ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ TOP NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 3, 2021, 11:07 AM IST

1. ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ଆଜି ବସିବ ଦଳୀୟ ବୈଠକ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଇସ୍ତଫା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ । ବିଧାୟକ ସହ ଲୋକସଭା ସାଂସଦ ଥିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଛି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଆଜି ବସିବ ଦଳୀୟ ବୈଠକ ।

2. 'ତୀରଥଙ୍କ ଇସ୍ତଫା ବାଧ୍ୟତାମୂଳକ, ଉପନିର୍ବାଚନ ହୋଇପାରିବନି ଆଉ ଏକ ବଡ ମିଛ'

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ତୀରଥ ସିଂହ ରାୱତଙ୍କ ଇସ୍ତଫାକୁ ନେଇ କଡା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ହରିଷ ରାୱତ । ଏହା ସମ୍ବିଧାନର ବାଧ୍ୟତାମୂଳକ ଇସ୍ତଫା, ତୀରଥଙ୍କୁ ଆଇନର ସଠିକ୍ ଜ୍ଞାନ ଜଣାନାହିଁ ।

3. ନିର୍ବାଚନ ଆୟୋଗଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଚିଠି: ଉପନିର୍ବାଚନ ପାଇଁ ଅନୁରୋଧ

ପଶ୍ଚିମବଙ୍ଗରେ ବାକିଥିବା 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲେ ରାଜ୍ୟ ସରକାର ।

4. INDIA CORONA: ଦିନକରେ 44,111 ସଂକ୍ରମିତ ଚିହ୍ନଟ

ଦେଶରେ କମୁଛି ସଂକ୍ରମଣ ସାଙ୍ଗକୁ କୋରୋନା ଜନିତ ମୃତ୍ୟୁସଂଖ୍ୟା । ଗତ 24 ଘଣ୍ଟାରେ 44 ହଜାର 111 ଜଣ ସଂକ୍ରମିତ ଚିହ୍ନଟ ।

5. STATE CORONA DEATH: ପୁଣି 45 ଜୀବନ ନେଲା କୋରୋନା

ମୃତ୍ୟୁରେ ଲାଗୁନି ବ୍ରେକ୍ । ଗତ 24 ଘଣ୍ଟା ମଧ୍ୟରେ 2917 କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 4154କୁ ବୃଦ୍ଧି ।

6. STATE CORONA: ଦିନକରେ 2917 ପଜିଟିଭ ଚିହ୍ନଟ

24 ଘଣ୍ଟା ମଧ୍ୟରେ ରାଜ୍ୟରେ 2917 କୋରୋନା ପଜିଟିଭ ଚିହ୍ନଟ ।

7. ପାନୀୟ ଜଳ ଏବଂ ସଡକ ପ୍ରକଳ୍ପ ପାଇଁ NABARD ର 388 କୋଟି ମଞ୍ଜୁର

ରାଜ୍ୟରେ 4ଟି ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ରାସ୍ତା ନିର୍ମାଣ ପାଇଁ ଅର୍ଥ ଯୋଗାଇବ ନାବାର୍ଡ । 388 କୋଟି ଟଙ୍କା ସହାଯ୍ୟ କରିବ ।

8. MSMEରେ ଅନ୍ତର୍ଭୁକ୍ତ ହେଲେ ଖୁଚୁରା ଓ ହୋଲସେଲ୍‌ ବ୍ୟବସାୟୀ

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ମନ୍ତ୍ରୀ ନୀତିନ ଗଡକରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଘୋଷଣା କରିଛନ୍ତି । ଏହି ସଂଶୋଧିତ ବ୍ୟବସ୍ଥାରେ ପାଇକାରୀ (ହୋଲସେଲ୍‌) ଓ ଖୁଚୁରା(ରିଟେଲ) ବ୍ୟବସାୟୀଙ୍କୁ ଏମ୍‌ଏସ୍‌ଏମଇ ଉଦ୍ୟୋଗର ଅନ୍ତର୍ଭୁକ୍ତ କରାଯାଇଛି ।

9. ରୋଗୀ ମୃତ୍ୟୁକୁ ନେଇ ବିବେକାନନ୍ଦ ହସ୍ପିଟାଲରେ ଚାପା ଉତ୍ତେଜନା

ରୋଗୀ ମୃତ୍ୟୁକୁ ନେଇ ଭୁବନେଶ୍ୱର ବିବେକାନନ୍ଦ ହସ୍ପିଟାଲରେ ଉତ୍ତେଜନା । ଏପଟେ ଭୁଲ ଚିକିତ୍ସା ପାଇଁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

10. ଜମ୍ମୁରୁ IED ଉଦ୍ଧାର ମାମଲାରେ ଆଉ 2 ଗିରଫ

ଜମ୍ମୁରୁ IED ଉଦ୍ଧାର ମାମଲା । ଏହି ଘଟଣାରେ 2 ଜଣ ସନ୍ଦିଗ୍ଧ ଆତଙ୍କୀଙ୍କୁ ଗିରଫ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.