ETV Bharat / bharat

World Suicide Prevention Day 2021, ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ - ଆତ୍ମହତ୍ୟା ନିରୋଧ ଦିବସ

ଜୀବନର ମୂଲ୍ୟବୋଧକୁ ବୁଝିବା ପୂର୍ବରୁ ଆତ୍ମହତ୍ୟା ଭଳି ଭୁଲ ନିଷ୍ପତ୍ତି ନିଏ । କଥାରେ ଅଛି ଆତ୍ମହତ୍ୟା ମହାପାପ । ଯେତେବେଳେ ମଣିଷ ଦୁନିଆ ସହିତ ଲଢିପାରେ ନାହିଁ ମାନସିକ ଭାବେ ହାରିଯାଏ ସେତେବେଳେ ଆତ୍ମହତ୍ୟା ହିଁ ଏକମାତ୍ର ବାଟ ବୋଲି ଭାବିନିଏ । ଅଧିକ ପଢନ୍ତୁ...

World Suicide Prevention Day 2021, ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ

author img

By

Published : Sep 10, 2021, 9:50 AM IST

ହାଇଦ୍ରାବାଦ: ମଣିଷ ହେଉଛି ଏକାମାତ୍ର ପ୍ରାଣୀ ଯାହାକୁ ଭଗବାନ ବୁଦ୍ଧି ବିବେକ ଦେଇଛନ୍ତି । କିନ୍ତୁ କେବେ କେବେ ମଣିଷର ବୁଦ୍ଧି ବାଟବଣା ହୁଏ । ଜୀବନର ମୂଲ୍ୟବୋଧକୁ ବୁଝିବା ପୂର୍ବରୁ ଆତ୍ମହତ୍ୟା ଭଳି ଭୁଲ ନିଷ୍ପତ୍ତି ନିଏ । କଥାରେ ଅଛି ଆତ୍ମହତ୍ୟା ମହାପାପ । ଯେତେବେଳେ ମଣିଷ ଦୁନିଆ ସହିତ ଲଢିପାରେ ନାହିଁ ମାନସିକ ଭାବେ ହାରିଯାଏ ସେତେବେଳେ ଆତ୍ମହତ୍ୟା ହିଁ ଏକମାତ୍ର ବାଟ ବୋଲି ଭାବିନିଏ ।

ଆତ୍ମହତ୍ୟା ଭଳି ଦୁର୍ବଳ ମାନସିକତା ପ୍ରତି ସମଗ୍ର ବିଶ୍ବରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ବ ଆତ୍ମହତ୍ୟା ନିରୋଧ ଦିବସ ଭାବରେ ପାଳନ କରାଯାଏ । ୨୦୦୩ ମସିହାରୁ ସମଗ୍ର ବିଶ୍ବରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଦିବସ ପାଳନ ହୋଇଆସୁଛି ।

ଆତ୍ମହତ୍ୟା କଣ?

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ମଣିଷ ଯେତେବେଳେ ମାନସିକ ସ୍ତରରେ ହାରିଯାଏ ସେତେବେଳେ ଆତ୍ମହତ୍ୟା କରିଥାଏ । WHO ଅନୁସାରେ ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ଆତ୍ମହତ୍ୟା କରିଥାନ୍ତି । ଏହାର ଅର୍ଥ ୪୦ ସେକେଣ୍ଡରେ ପୃଥିବୀରେ ଜଣେ ଆତ୍ମହତ୍ୟା କରିଥାନ୍ତି । ବିଶେଷ ଭାବରେ କୋରୋନା ମହାମାରୀ ସମୟରୁ ଆତ୍ମହତ୍ୟା ବହୁତ ବଢିଛି । କାରଣ ଅନେକ ବ୍ୟବସାୟରେ କ୍ଷତି ସହିବ, ରୋଜଗାର ହରାଇବା ଯୋଗୁଁ ଅତ୍ୟଧିକ ମାନସିକ ଚାପରେ ରହୁଥିବାରୁ ଆତ୍ମହତ୍ୟା କରିବାକୁ ବାଛି ନେଉଛନ୍ତି ।

କୁହାଯାଏ ଯେ ଯଦି ପୂର୍ବରୁ ବଂଶରେ କେହି ଅତ୍ମହତ୍ୟା କରିଥାନ୍ତି ତାକୁ ନେଇ ମଧ୍ୟ ଜଣେ ଆତ୍ମହତ୍ୟା କରିଥାଏ । ମୋଟାମୋଟି ଭାବରେ କହିବାକୁ ଗଲେ ପାରିବାରିକ କଳହ, ପ୍ରେମ ବିଫଳ, ବିବାହ ବିଚ୍ଛେଦ ପାଇଁ ମାନସିକ ଚାପ ଗ୍ରସ୍ତ ହୋଇ ଜଣେ ଆତ୍ମହତ୍ୟା କରିଥାଏ । ଆତ୍ମହତ୍ୟା କରିବାରୁ ଚାହୁଁଥିବା ବ୍ୟକ୍ତିଙ୍କ ଠାରେ କିଛି ସଙ୍କେତ ମିଳିଥାଏ । ସେମାନେ ନିଜରୁ ଏକୁଟିଆ ରଖନ୍ତି । ଚୁପଚାପ ରୁହନ୍ତି । ନିଜକୁ ମାରିବା ପାଇଁ ସୁଯୋଗ ଖୋଜୁଥାନ୍ତି । ସେ ମରିବାଟାକୁ ହିଁ ସମସ୍ୟାର ସମାଧାନ ଭାବୁଥାଏ ।

ଆତ୍ମହତ୍ୟା କରିବାରୁ ଭାବୁଥିବା ବ୍ୟକ୍ତିଙ୍କ ବ୍ୟବହାର ଏବଂ ମାନସିକ ସ୍ଥିତିକୁ ପର୍ଯ୍ୟାଲୋଚନା କରିବା ସେମାନଙ୍କ ସହିତ କଥା ହେବା ଓ ଆଲୋଚନା କରିବା ସେମାନଙ୍କୁ ଏକା ନ କିରବା ହିଁ ଅତ୍ମହତ୍ୟା ନିଷ୍ପତ୍ତିରୁ ସେମାନଙ୍କୁ ଦୂରରେ ରଖିପାରିବ । ଆତ୍ମହତ୍ୟା ରୋକିବାକୁ ସମସ୍ତଙ୍କୁ ରୋକିବାକୁ ଏକାଠି ଲଢିବାକୁ ପଡିବ । ଯେତେ ସମ୍ଭବ ଲୋକଙ୍କ ମଧ୍ୟରେ ସଚେତନତା ବଢାଇବାକୁ ପଡିବ ।

ଇଣ୍ଟରନ୍ୟାସନାଲ ଆସୋସିଏସନ ଫର ସୁଇସାଇଡ ପ୍ରିଭେନସନ ନାମକ ସଂଗଠନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ୱାର୍ଲଡ ଫେଡେରେସନ ଫର ମେଣ୍ଟାଲ ହେଲଥର ମିଳିତରେ ପ୍ରତିବର୍ଷ ଆଜିର ଦିନକୁ ଆତ୍ମହତ୍ୟା ନିରୋଧ ଦିବସ ଭାବରେ ପାଳନ କରାଯାଏ । ଚଳିତ ବର୍ଷରେ ଥିମ ରହିଛି କାର୍ଯ୍ୟାନୁଷ୍ଠାନ ଜରିଆରେ ଆଶା ସଞ୍ଚାର କରିବା । ଆତ୍ମହତ୍ୟା ଭଳି ଜଟିଳ ସମସ୍ୟାଠୁ ଦୂରରେ ରଖିବା । ଲୋକଙ୍କୁ ମାନସିକ ସ୍ତରରେ ସଶକ୍ତ କରିବା ଏହି ଦିନର ଲକ୍ଷ୍ୟ । ଆତ୍ମହତ୍ୟା ବିଚାରକୁ ଲୋକଙ୍କ ମନରୁ କାଢିବା ଏହି ଦିବସର ପ୍ରୟାସ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.