ETV Bharat / bharat

World Toilet Day: ଆଜିବି ଶୌଚାଳୟ ସୁବିଧାରୁ ବଞ୍ଚିତ ଅନେକ ଲୋକ

author img

By

Published : Nov 19, 2021, 10:21 AM IST

ଆଜି ବିଶ୍ବ ଶୌଚାଳୟ ଦିବସ । ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ବ ଶୌଚାଳୟ ଦିବସ ଭାବେ ପାଳନ କରାଯାଇ ପରିମଳକୁ ନେଇ ଲୋକଙ୍କୁ ସଚେତନ ତଥା ଶୌଚାଳୟ ବ୍ୟବହାର କରିବାକୁ ଉତ୍ସାହିତ କରାଯାଏ । ଅଧିକ ପଢନ୍ତୁ

World Toilet Day : ଆଜିବି ଶୌଚାଳୟ ସୁବିଧାରୁ ଅନେକ ଲୋକ ବଞ୍ଚିତ
World Toilet Day : ଆଜିବି ଶୌଚାଳୟ ସୁବିଧାରୁ ଅନେକ ଲୋକ ବଞ୍ଚିତWorld Toilet Day : ଆଜିବି ଶୌଚାଳୟ ସୁବିଧାରୁ ଅନେକ ଲୋକ ବଞ୍ଚିତ

ନୂଆଦିଲ୍ଲୀ: ଆଜି ବିଶ୍ବ ଶୌଚାଳୟ ଦିବସ । ପ୍ରତିବର୍ଷ ନଭେମ୍ବର ୧୯ ତାରିଖକୁ ବିଶ୍ବ ଶୌଚାଳୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ପରିମଳକୁ ନେଇ ଲୋକଙ୍କୁ ସଚେତନ ତଥା ଶୌଚାଳୟ ବ୍ୟବହାର କରିବାକୁ ଉତ୍ସାହିତ କରାଯାଏ । ସ୍ବଚ୍ଛତା ସ୍ବାସ୍ଥ୍ୟ ଓ ସୁରକ୍ଷା ଭିତି ଭୂମିକୁ ସୁଦୃଢ କରେ । ଖାଦ୍ୟ ବସ୍ତ୍ର ବାସଗୃହ ପରି ଘରେ ଘରେ ଶୌଚାଳୟଟିଏ ରହିବା ପ୍ରତ୍ୟେକ ମଣିଷର ମୌଳିକ ଆବଶ୍ୟକତା ହୋଇପଡିଛି । ଖୋଲାରେ ଶୌଚ କରିବା ଦ୍ବାରା ପରିବେଶ ପ୍ରଦୂଷିତ ହେବା ସହ ମହିଳାଙ୍କ ପ୍ରତି ବିପଦ ରହିଛି । ଏହାକୁ ଦେଖି ୨୦୦୧ମସିହାରେ ବିଶ୍ବ ଶୌଚାଳୟ ସଙ୍ଗଠନ ନଭେମ୍ବର ୧୯କୁ ବିଶ୍ବ ଶୌଚାଳୟ ଦିବସ ପାଳିବାକୁ ନିଷ୍ପତ୍ତି ନେଇଥିଲେ ।

ପରେ ୨୦୧୨ ରେ ମିଳିତ ଜାତିସଂଘ ଔପଚାରିକ ଭାବେ ଏହିଦିନକୁ ବିଶ୍ବ ଶୌଚାଳୟ ଦିବସ ପାଳିବାକୁ ଘୋଷଣା କରାଯାଇଥିଲା । ଏହା ପରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ସରକାରୀ ସ୍ତରରେ ଏହି ଦିବସକୁ ପାଳନ କରି ଆସୁଛନ୍ତି । ବିଶ୍ବର ଅନେକ ସ୍ଥାନରେ ଆଜିବି ପରିମଳ ବ୍ୟବସ୍ଥା ଅବହେଳିତ । ଫଳରେ ଆଜିବି ବିଶ୍ବର ୩୬୦ କୋଟି ଲୋକ ଉପଯୁକ୍ତ ଶୌଚାଳୟ ସୁବିଧାରୁ ବଞ୍ଚିତ । ଶୌଚାଳୟ ବିନା ଜୀବନ କେବଳ ଅପରିଚ୍ଛନ୍ନ ନୁହେଁ ବରଂ ବିପଦ ମଧ୍ୟ । ତେବେ ସ୍ଥାୟୀ ବିକାଶ ଲକ୍ଷ୍ୟ ୬ ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ବ ସ୍ବଚ୍ଛତା ସଙ୍କଟକୁ ଦୂର କରିବାର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏଥି ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଜନସାଧାରଣ ମଧ୍ୟ ଉଦ୍ୟମ କରିବା ଆବଶ୍ୟକତା ରହିଛି । ୨୦୨୧ ବିଶ୍ବ ଶୈଚାଳୟ ଦିବସର ପ୍ରସଙ୍ଗ ରହିଛି 'ଶୌଚାଳୟକୁ ମହତ୍ତ୍ବ' ।

ତେବେ ଖୋଲାରେ ଶୌଚରେ ନ କରିବା ପାଇଁ ସଚେତନ କରିବା ଉଦ୍ଦେଶ୍ୟ ନେଇ କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ମିଶନ ଅଧିନରେ ପ୍ରତି ଗାଁ ଘରେ ଘରେ ଶୌଚାଳୟ ନିର୍ମାଣ କରୁଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । ହେଲେ ଏଠି ପ୍ରଶ୍ନ ଉଠେ କଣ ସତରେ ଫଳପ୍ରଦ ହେଉଛି ସରକାରଙ୍କ ଏହି ସ୍ବଚ୍ଛ ଭାରତ ମିଶନ ? କାହିଁକି ନା ଅନେକ ଥର ଏହି ଯୋଜନାରେ ହରିଲୁଟ ହୋଇଥିବା ଘଟଣା ମଧ୍ୟ ସାମ୍ମାକୁ ଆସିଛି । ତେବେ ଯେଉଁ ମାନେ ଏହି ଯୋଜନାର ସୁବିଧା ମଧ୍ୟ ପାଇଛନ୍ତି ସେମାନେ ମଧ୍ୟ ଏହାକୁ ବ୍ୟବହାର କରୁନଥିବା ମଧ୍ୟନଜିର ରହିଛି । ମୁଖ୍ୟତଃ ଗାଁ ଗହଳି ଗୁଡିକରେ ଲୋକେ ଶୌଚ ପାଇଁ ଘରେ ପାଇଖାନା ଥିଲେ ବି ବାହାରକୁ ଯାଉଛନ୍ତି । ଯାହା ବେଶ ଚିନ୍ତାର ବିଷୟ । ସରକାର ଏଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଗାଁ ଗାଁରେ ଲୋକଙ୍କୁ ସଚେତନ କରିବା ଆବଶ୍ୟକ ରହିଛି । ଏପରିକି ଅନେକ ସ୍ଥାନରେ ଖୋଲାରେ ଶୌଚ କରୁଥିବା ଲୋକଙ୍କ ପ୍ରତି ଦଣ୍ଡ ବିଧାନ ରହିଛି । ସେହି ନିୟମକୁ କଡାକଡି ଭାବେ ପାଳନ କରିବା ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.