ETV Bharat / bharat

ହଠାତ୍ କର୍ମୀଙ୍କୁ ଉପରକୁ ପଥର ଫିଙ୍ଗିଲେ ତାମିଲନାଡୁ ମନ୍ତ୍ରୀ

କର୍ମୀଙ୍କୁ ତାମିଲନାଡୁ ମନ୍ତ୍ରୀଙ୍କ ପଥର ଫିଙ୍ଗା ଭିଡିଓ ଭାଇରାଲ । ଏକ କାର୍ଯ୍ୟକ୍ରମ ଆୟୋଜନ ପ୍ରସ୍ତୁତି ସମୀକ୍ଷା ବେଳେ ରାଗିଗଲେ ମନ୍ତ୍ରୀ ଏସ.ଏମ ନାସର । ଅଧିକ ପଢନ୍ତୁ

author img

By

Published : Jan 24, 2023, 8:22 PM IST

ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଉପରକୁ ପଥର ଫିଙ୍ଗିଲେ ତାମଲନାଡୁ ମନ୍ତ୍ରୀ

କର୍ମୀଙ୍କୁ ଉପରକୁ ପଥର ଫିଙ୍ଗିଲେ ତାମଲନାଡୁ ମନ୍ତ୍ରୀ

ହାଇଦ୍ରାବାଦ: କାର୍ଯ୍ୟକ୍ରମ ପ୍ରସ୍ତୁତି କାର୍ଯ୍ୟ ସମୀକ୍ଷା କରିବା ବେଳେ ରାଗିଗଲେ ମନ୍ତ୍ରୀ । ଆୟୋଜନ ଦାୟିତ୍ବରେ ଥିବା କର୍ମୀଙ୍କୁ ଫିଙ୍ଗିଲେ ପଥର । ତାମିଲନାଡୁ ମନ୍ତ୍ରୀ ଏସ.ଏମ ନାସରଙ୍କ ଏପରି ପଥର ଫିଙ୍ଗିବା ବେଳର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଥିରୁଭୁଲାର ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି ଘଟଣା ଦେଖିବାକୁ ମିଳିଛି । ମନ୍ତ୍ରୀ ନାସର ରାଗି ଯାଇ ନିଜ ଦଳୀୟ କାର୍ଯ୍ଯକର୍ତ୍ତାଙ୍କୁ ପଥର ଫିଙ୍ଗିବା ସମୟ ଭିଡିଓ କ୍ୟାମେରାରେ କଏଦ ହୋଇଛି ।

ଶହୀଦ ଦିବସ ନେଇ ଏକ ବୈଠକ ହେବାର ଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟ କ୍ୟାବିନେଟର ପ୍ରାୟ ସମସ୍ତ ମନ୍ତ୍ରୀ ଓ ଅନ୍ୟ କିଛି ବରିଷ୍ଠ ନେତା ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମସ୍ଥଳରେ ନିଜର କିଛି ସହଯୋଗୀ ସହ ପହଞ୍ଚିଥିଲେ ରାଜ୍ୟ ଡାଏରୀ ମନ୍ତ୍ରୀ ଏସ.ଏମ ନାସର । ତେବେ ସେ କାର୍ଯ୍ୟକ୍ରମ ପ୍ରସ୍ତତି, ମଞ୍ଚ ଓ ଅତିଥିଙ୍କ ବସିବା ବ୍ୟବସ୍ଥା ସମ୍ପର୍କିତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ । କୌଣସି କାର୍ଯ୍ୟରେ ତ୍ରୁଟି ଦେଖି ସେ କର୍ମୀଙ୍କ ଉପରେ ବିରକ୍ତ ହୋଇଉଠିଥିଲେ । ଏତେ ମାତ୍ରାରେ ଉତ୍ତେଜିତ ହୋଇଉଠିଥିଲେ ଯେ, ହାତରେ ଏକ ପଥର ଧରି କର୍ମୀଙ୍କୁ ଫିଙ୍ଗିଥିଲେ । ମନ୍ତ୍ରୀଙ୍କ ଏହି କ୍ରୋଧିତ ସମୟର ଏ ଭିଡିଓ କ୍ୟାମେରାରେ ରେକର୍ଡ ହୋଇଛି । ଯାହା ବେଶ ଭାଇରାଲ ହେବାରେ ଲାଗିଛି । ଏନେଇ ଦଳର କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ନିକଟରେ ତାମିଲନାଡୁ କ୍ୟାବିନେଟର ଆଉ ଜଣେ ମନ୍ତ୍ରୀ ମଧ୍ୟ ଏକ କାର୍ଯ୍ୟକ୍ରମରେ ନିଜ ଦଳର ଜଣେ ନିର୍ବାଚିତ ପୌରପାଳିକା ପ୍ରତିନିଧିଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଥିଲେ । ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମରେ ମନ୍ତ୍ରୀ କୌଣସି କାରଣବଶତଃ ବିରକ୍ତ ହୋଇ ଏପରି କରିଥିଲେ । ମହିଳାଙ୍କୁ ପାତ୍ରରେ ପାଣି ବଣ୍ଟାଯାଉଥିବା ବେଳେ ସେ ଉତ୍ତେଜିତ ହୋଇ ପୌରପାଳିକା ପ୍ରତିନିଧିଙ୍କ ଚାପୁଡା ମାରିଥିଲେ । ଯାହାରା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଅନ୍ୟ କିଛି ସ୍ଥାନରେ ମଧ୍ୟ କାର୍ଯ୍ୟକ୍ରମ ବେଳେ ମନ୍ତ୍ରୀ, ବିଧାୟକମାନେ ଉତ୍ତେଜିତ ହୋଇ ଦୁର୍ବ୍ୟବହାର କରିବାର ଅନେକ ନଜିର ରହିଛି । କେତେବେଳେ ନିଜ ଦଳୀୟକର୍ମୀ କିମ୍ବା ଉପସ୍ଥିତ ଅନ୍ୟ କେହି ଏପରି ଆକ୍ରୋଶର ଶିକାର ହୋଇଥାନ୍ତି । ବେଳେ ବେଳେ ବିଧାନସଭା କିମ୍ବା ସଂସଦରେ ମଧ୍ୟ ନିର୍ବାଚିତ ଜନ ପ୍ରତିନିଧିମାନଙ୍କର ଏପରି ବଶୃଙ୍ଖଳିତ ଆଚରଣ ସାମ୍ନାକୁ ଆସେ । ଯାହାକୁ ନେଇ ସେମାନଙ୍କୁ ସମାଲୋଚିତ ମଧ୍ୟ ହେବାକୁ ପଡିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.