ETV Bharat / bharat

୧୨ ଭାରତୀୟ ମତ୍ସ୍ଯଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା

ପୁଣି ଶ୍ରୀଲଙ୍କାର ଦାଦାଗିରି । ରାମେଶ୍ବରମ ଉପକୂଳରୁ ୨ ବୋଟ ସହ ୧୨ ଭାରତୀୟ ମତ୍ସ୍ଯଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ସେନା । ଅଧିକ ପଢନ୍ତୁ

୧୨ ଭାରତୀୟ ମତ୍ସ୍ଯଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା
୧୨ ଭାରତୀୟ ମତ୍ସ୍ଯଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା୧୨ ଭାରତୀୟ ମତ୍ସ୍ଯଜୀବୀଙ୍କୁ ଉଠାଇ ନେଲା ଶ୍ରୀଲଙ୍କା ନୌସେନା
author img

By

Published : Feb 13, 2022, 7:37 PM IST

ଚେନ୍ନାଇ: ପୁଣି ଦେଖିବାକୁ ମିଳିଛି ଶ୍ରୀଲଙ୍କା ନୌସେନାର ଦାଦାଗିରି । କିଛି ଦିନର ବ୍ୟବଧାନ ପରେ ପୁଣି ରାମେଶ୍ବରମ ଉପକୂଳରେ ମାଛ ଧରୁଥିବା ବେଳେ ୨ ବୋଟ ଜବତ କରିବା ସହ ୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଉଠାଇ ନେଇଛି ଶ୍ରୀଲଙ୍କା ନୌସେନା । ସେମାନଙ୍କୁ ବର୍ତ୍ତମାନ ଗିରଫ କରାଯାଇ ଶ୍ରୀଲଙ୍କା ଜେଲରେ ରଖାଯାଇଥିବା ସୂଚନା ମିଳିଛି । ଘଟଣା ଗତକାଲି (ଶନିବାର) ଏହି ଘଟଣା ଘଟିଥିବା ତାମିଲନାଡୁ ସରକାର ସ୍ପଷ୍ଟ କରିଛନ୍ତି ।

ରାମେଶ୍ବରମ ଏକ ମତ୍ସ୍ୟଜୀବୀ ବହୁଳ ଅଞ୍ଚଳ ହୋଇଥିବାବେଳେ ପ୍ରତିଦିନ ଶହଶହ ମୋଟର ବୋଟରେ ସ୍ଥାନୀୟ ଲୋକେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥାନ୍ତି । ଗତକାଲି ମଧ୍ୟ ପ୍ରାୟ ୧୨ଶହ ସ୍ଥାନୀୟ ମତ୍ସ୍ୟଜୀବୀ ୪ଶହ ମୋଟର ବୋଟ ଦ୍ବାରା ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯାଇଥିଲେ । ତେବେ ସେହି ସମୟରେ ପାଟ୍ରୋଲିଂ କରୁଥିବା ଶ୍ରୀଲଙ୍କା ନୌସେନା ଜାହାଜ ସେମାନଙ୍କୁ ବାଧା ଦେବା ସହ ସେମାନେ ଅନ୍ତର୍ଜାତୀୟ ଜଳସୀମା ଉଲଙ୍ଘନ କରିଥିବା ଅଭିଯୋଗରେ ୧୨ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୨ ବୋଟ ଜବତ କରିଥିଲା । ପରେ ଗିରଫ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନେଇଯାଇଛି ନୌସେନା ।

ଘଟଣା ସମ୍ପର୍କରେ ଜଣାପଡିବା ପରେ ତାମିଲନାଡୁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପୂର୍ବରୁ ମଧ୍ୟ ତାମିଲ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିବାର ଏକାଧିକ ଉଦାହରଣ ରହିଛି । ଗତକାଲିର ଘଟଣା ପରେ ରାମନାଥପୁରମ ଜିଲ୍ଲା ମତ୍ସ୍ୟଜୀବୀ ସଂଘ ପକ୍ଷରୁ ଦୃଢ ବିରୋଧ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ଗିରଫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଓ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ହସ୍ତକ୍ଷେପ କରିବା ପାଇଁ ଦାବି କରିଛନ୍ତି ମତ୍ସ୍ୟଜୀବୀ ସଂଘର କାର୍ଯ୍ୟକର୍ତ୍ତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.