କୋଲକାତା: ପଶ୍ଚିମବଙ୍ଗର ହାଓ୍ବଡାରେ ଜଣେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ୍ତ । ହତ୍ୟାର ଶିକାର ହୋଇବା ବ୍ୟକ୍ତି ଜଣଙ୍କ ହେଲେ ଧର୍ମେନ୍ଦ୍ର ସିଂ ଓ ସେ ହାଓ୍ବଡା ଜିଲ୍ଲାର 39 ନମ୍ବର ଓ୍ବାର୍ଡର ଟିଏମସି ଦଳୀୟ ସଭାପତି ବୋଲି ଜଣା ପଡିଛି । ଏହି ଗୁଳିକାଣ୍ଡ ସାଲିମାରର 3 ନମ୍ବର ଗେଟ ସମ୍ମୁଖରେ ଘଟିଥିବା ଜଣାପଡିଛି । କିଛି ଦୁବୃର୍ତ୍ତ ଏକ ବାଇକରେ ଆସି ଧର୍ମେନ୍ଦ୍ରଙ୍କ ଉପରେ ଗୁ୍ଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲର ଭର୍ତ୍ତି କରାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ହତ୍ୟାକାରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବାବେଳେ ଏହା ରାଜନୈତିକ ହତ୍ୟାକାଣ୍ଡ ନୁହେଁ ବୋଲି ପୋଲିସ ସ୍ପଷ୍ଟ କରିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ବ୍ୟବସାୟୀକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ