ETV Bharat / bharat

କୋଭିଡ୍ ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇର ବେଳ - corona news

ଭାରତକୁ ବିଶ୍ବର ଭ୍ୟାକ୍ସିନ କ୍ୟାପିଟାଲ ବା ଟିକାର ରାଜଧାନୀ ବିବେଚନା କରାଯାଉଛି । ଏଭଳି ଏକ ରାଷ୍ଟ୍ରରେ ଆଜି ଯାଏଁ ମୋଟ ଜନସଂଖ୍ୟାର ମାତ୍ର 0.7 ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ୍ ଟିକା ନେଇଛନ୍ତି । କେବଳ ମାତ୍ର 6 ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦୈନିକ ଅନ୍ୟୁନ 50 ଲକ୍ଷ ଟିକା ଦିଆନଗଲେ କୋଭିଡ ବିରୋଧୀ ସଂଗ୍ରାମ ଆଗକୁ ବଢିପାରିବ ନାହିଁ । ଅଧିକ ପଢନ୍ତୁ...

କୋଭିଡ୍ ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇର ବେଳ
କୋଭିଡ୍ ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇର ବେଳ
author img

By

Published : Apr 16, 2021, 12:54 PM IST

ବିଗତ ସାତ ସପ୍ତାହ ଧରି କୋଭିଡ୍ ଭୟଙ୍କର ଭାବେ ବୃଦ୍ଧି ପାଉଥିବା ଏବଂ ଗତ ଚାରି ସପ୍ତାହ ହେଲା ବଢୁଥିବା ମୃତ୍ୟୁସଂଖ୍ୟାକୁ ଦେଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ ସୂଚନା ଜାରି କରିଛି । ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ କୋରୋନା ମାମଲା ସଂଖ୍ୟାରେ ଅତି ସାଂଘାତିକ ଭାବେ ବଢି ଚାଲିଛି ।

ଠିକ୍ ମାର୍ଚ୍ଚ 1, 2021ରେ ଦେଶରେ 15,500 ମାମଲା ରେକର୍ଡ ହୋଇଥିଲା । ଆଜି ମାମଲା ସଂଖ୍ୟା 12 ଗୁଣା ବୃଦ୍ଧି ପାଇଛି । ମହାରାଷ୍ଟ୍ର ଏବଂ ରାୟପୁରରେ ଗୋଟିଏ ଗୋଟିଏ ଶ୍ମଶାନରେ 8ଟି ଲେଖାଏଁ ଶବ ସଂସ୍କାର କରୁଥିବା ଦେଖିବାକୁ ମିଳିଛି । ଛତିଶଗଡ଼ର ସରକାରୀ ହସ୍ପିଟାଲଗୁଡ଼ିକରେ ମୃତଦେହ ଗଦା ଗଦା ହୋଇ ପଡ଼ିରହୁଛି । ଏହି ସ୍ଥିତି ବୟାନ କରୁଛି କୋଭିଡକୁ ଅବହେଳା କରିବାରୁ ଆମକୁ ଏଥିପାଇଁ କେତେ ମୂଲ୍ୟ ଦେବାକୁ ପଡୁଛି । କେନ୍ଦ୍ର ସରକାର କହୁଛନ୍ତି ଯେ, ଗତବର୍ଷରୁ ଦେଖା ଦେଇଥିବା କୋଭିଡ ମହାମାରୀ ଏ ବର୍ଷ ସର୍ବୋଚ୍ଚ ସ୍ତର ଟପିଯିବ । କୋରୋନା ନିର୍ଦ୍ଦେଶାବଳୀକୁ ଅବଜ୍ଞା, ସ୍ଥାନୀୟ ନିର୍ବାଚନ, ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ଅଧିକ ସଂଖ୍ୟାରେ ଜନସମାଗମ ଆଦି କାରଣ ଏବେ କୋରୋନା ମାମଲା ସଂଖ୍ୟାରେ ଏପରି ବୃଦ୍ଧି ପାଇଁ ଦାୟୀ ବୋଲି ମତ ପ୍ରକାଶ ପାଉଛି ।

ଅବଶ୍ୟ ଏଠାରେ ପ୍ରଶ୍ନ ଉଠୁଛି ଗତବର୍ଷ ବିଧାନସଭା ନିର୍ବାଚନ ସମୟରେ ଅନୁସରଣ କରାଯାଇଥିବା କୋଭିଡ୍ ପ୍ରୋଟୋକଲ କୁଆଡେ ଗଲା ? ଭଗବାନଙ୍କ ପ୍ରତି ଭକ୍ତି ରହିଲେ କୋରୋନା ପଳାଇଯିବ କହି କୁମ୍ଭ ମେଳା ଆରମ୍ଭ କରାଗଲା । କୁମ୍ଭ ମେଳାରେ ହୋଇଥିବା ବିଶାଳ ସମାବେଶ କୋଭିଡକୁ ଅଧିକ ସଂକ୍ରମିତ କରିବାରେ ସହାୟକ ହେଲା। ଏପରିକି ଦେଶରେ ପ୍ରତ୍ୟେକଙ୍କ ପାଖରେ ଟିକା ପହଞ୍ଚିବା ପୂର୍ବରୁ ଟିକା ଆସିଗଲା ବୋଲି ଆତ୍ମସନ୍ତୋଷ ହାସଲ କରିଥିବା ସରକାରୀ କଳରେ ମଧ୍ୟ କୋଡିଡ ପ୍ରତିଷେଧକ ନେଇ ଅବହେଳା ପ୍ରଦର୍ଶନ କରାଗଲା । ଏପରି ଅବହେଳା ମନୋଭାବ କାରଣରୁ ଭିତରେ ଭିତରେ କୋଭିଡ ସଂକ୍ରମଣ କ୍ରମଶଃ ବଢିବାକୁ ଲାଗିଲା । ବିଶେଷଜ୍ଞଙ୍କ ମତରେ ଏଥିସହିତ ଲୋକଙ୍କର ଅବହେଳା, ଭାଇରାଲ ମ୍ୟୁଟେସନ କାରଣରୁ ମଧ୍ୟ ସ୍ଥିତି ଅତି ଖରାପ ହେବାରେ ଲାଗିଲା । ଗତବର୍ଷ ଏହି ସମୟରେ ଯାହାସବୁ ଘଟିଥିଲା ତାହା ଏବେ ପୁଣି ଥରେ ଘଟିଲା । ହସ୍ପିଟାଲରେ ବେଡ୍, ମେଡିସିନ୍ ଏବଂ ଅକ୍ସିଜେନର ଅଭାବ ଏବେ ସାରା ଦେଶରେ ଆରମ୍ଭ ହୋଇଗଲାଣି ।

ସ୍ଥିତିକୁ ଦେଖି କେନ୍ଦ୍ର ସରକାର ସ୍ପୁଟନିକ୍ ଭି ଏବଂ ଅନ୍ୟ ବିଦେଶୀ ଟିକାର ଜରୁରୀ ବ୍ୟବହାରକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଯେପରି ସ୍ଥିତିର ମୁକାବିଲା କରିବାରେ ବିଫଳ ନହୁଏ ସେଥିପାଇଁ ଫାର୍ମା ଇଣ୍ଡଷ୍ଟ୍ରି ସହିତ ସମନ୍ବୟ ରକ୍ଷା କରି ସରକାର ବହୁ-ପାକ୍ଷିକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ।

ଭାରତକୁ ବିଶ୍ବର ଭ୍ୟାକ୍ସିନ କ୍ୟାପିଟାଲ ବା ଟିକାର ରାଜଧାନୀ ବିବେଚନା କରାଯାଉଛି । ଏଭଳି ଏକ ରାଷ୍ଟ୍ରରେ ଆଜି ଯାଏଁ ମୋଟ ଜନସଂଖ୍ୟାର ମାତ୍ର 0.7 ପ୍ରତିଶତ ଲୋକ ଦୁଇଟି ଯାକ ଡୋଜ୍ ଟିକା ନେଇଛନ୍ତି । କେବଳ ମାତ୍ର 6 ପ୍ରତିଶତ ଲୋକ ଟିକାର ଗୋଟିଏ ଡୋଜ୍ ନେଇଛନ୍ତି । ବିଶେଷଜ୍ଞଙ୍କ ମତରେ ଦୈନିକ ଅନ୍ୟୁନ 50 ଲକ୍ଷ ଟିକା ଦିଆନଗଲେ କୋଭିଡ ବିରୋଧୀ ସଂଗ୍ରାମ ଆଗକୁ ବଢିପାରିବ ନାହିଁ । ଏହା ଅତ୍ୟନ୍ତ ସ୍ପଷ୍ଟ ଯେ, ଲୋକଙ୍କ ମନରୁ ଭୟ ଓ ଆଶଙ୍କା ଦୂର କରିବାରେ ବିଫଳତା, ରାଜ୍ୟଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଇ ନପାରିବା କାରଣରୁ ମହାମାରୀ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ମନ୍ଥରତା ଦେଖା ଦେଇଛି ।

ଟିକା ନେବା ଦ୍ବାରା କୋରୋନା ବିରୁଦ୍ଧରେ ଲଢିବାକୁ ମଣିଷ ଶରୀର ସକ୍ଷମ ହେବ ଏବଂ ଏହାଦ୍ବାରା ଜୀବନ ପ୍ରତି ବିପଦ କମିବ, ଏହା ସରକାରଙ୍କୁ ପ୍ରଚାର କରିବାକୁ ପଡ଼ିବ । ବହୁଳ ପରିମାଣରେ ଟିକା ଉତ୍ପାଦନ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘରୋଇ ଟିକା ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ କେନ୍ଦ୍ର ସରକାରଙ୍କୁ ନିବେଦନ କରି ସାରିଛନ୍ତି । ମିଶନ କୋଭିଡ ସୁରକ୍ଷା ଯୋଜନା ଅନୁଯାୟୀ ଟିକା ଗବେଷଣା ଓ ପ୍ରସ୍ତୁତ କରିବା ଦିଗରେ କାମ କରୁଥିବା ଘରୋଇ କମ୍ପାନିଗୁଡ଼ିକୁ ଆର୍ଥିକ ସହାୟତା ଦେବା ସକାଶେ କେନ୍ଦ୍ର ସରକାର ତାଙ୍କ ବଜେଟରେ 35 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏବେ ପୂରା ଦେଶବାସୀଙ୍କୁ ଟିକା ଦେବାକୁ ହେଲେ ସରକାରଙ୍କୁ ଅବଶ୍ୟ ଟିକାଦାନ ଅଭିଯାନକୁ ଜୋରଦାର କରିବାକୁ ହେବ ।

ଫାଇଜର ଏବଂ ମୋଡେର୍ଣ୍ଣା ଟିକାର ଦର ଉପରେ ନିୟନ୍ତ୍ରଣ ପାଇଁ ଧ୍ୟାନ ଦେବା ସହ ଜନସନ ଏଣ୍ଡ ଜନସନ ପ୍ରସ୍ତୁତ ଟିକାକୁ ନେଇ ଆମେରିକାର ସ୍ବାସ୍ଥ୍ୟସେବା ନେଇ ସୃଷ୍ଟି ବିବାଦ ପ୍ରତି ମଧ୍ୟ ଧ୍ୟାନ ରଖିବା ଉଚିତ୍ ।

କୋଭିଡର ମୁକାବିଲା ପାଇଁ ପ୍ରଚୁର ପରିମାଣର ଅକ୍ସିଜେନ ମହଜୁଦ ରଖିବା ସକାଶେ କେନ୍ଦ୍ର ସରକାର ଇସ୍ପାତ କାରଖାନା ଏବଂ ତୈଳ ବିଶୋଧନାଗାରଗୁଡ଼ିକ ସହ ଯୋଗାଯୋଗରେ ଅଛନ୍ତି । ଏଥିସହିତ ରିମେଡିସର ପରି କୋରୋନା ଔଷଧର ବେଆଇନ ମହଜୁଦକୁ ରୋକି ଏହା ଯେପରି ପର୍ଯ୍ୟପ୍ତ ଭାବେ ମିଳିପାରିବ ସେ ଦିଗରେ ମଧ୍ୟ ସରକାର ପଦକ୍ଷେପ ନେବା ଉଚିତ୍ ।

ଏହି ଅଦୃଶ୍ୟ ଜୀବାଣୁ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ଯେତେଦୂର ସମ୍ଭବ କମ୍ ଜୀବନ ହରାଇ ଆମକୁ ବିଜୟୀ ହେବାକୁ ହେଲେ ପ୍ରତ୍ୟେକ ନାଗରିକ, ରାଜ୍ୟ ଓ କେନ୍ଦ୍ର ସରକାର ସମସ୍ତେ ମିଳିତ ଭାବେ ପୂର୍ଣ୍ଣ ସଚେତନ ଓ ଦାୟିତ୍ବବାନ ହୋଇ କଠିନ ପରିଶ୍ରମ କରିବାକୁ ପଡ଼ିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.