ETV Bharat / bharat

ମହାବଳକୁ ପସନ୍ଦ ମହିନ୍ଦ୍ରା କାରର ପାର୍ଟସ, ଦେଖନ୍ତୁ ଭିଡ଼ିଓ

ମହିନ୍ଦ୍ରା କମ୍ପାନୀର କାରର ପାର୍ଟକୁ ଦାନ୍ତରେ ଛିଣ୍ଡାଇ ଖାଇବା ସହ ଭିଡି ନେଉଛି ମହାବଳ । ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ । ଅଧିକ ପଢନ୍ତୁ

author img

By

Published : Jan 1, 2022, 9:30 AM IST

କାରର ପାର୍ଟକୁ ଛିଣ୍ଡାଇ ଖାଉଛି ମହାବଳ, ଭିଡ଼ିଓ ଭାଇରାଲ

ବେଙ୍ଗାଲୁରୁ: କର୍ଣ୍ଣାଟକ ଥେପ୍ପାକାଡୁ ନିକଟ ଉଟି ଓ ମହୀଶୂର ରୋଡ଼ରେ ଉତ୍ତୋଳନ ହୋଇଥିବା ଏକ ବାଘର ଭିଡ଼ିଓ ଭାଇରାଲ ହେଉଛି । ଯେଉଁଠି ବାଘଟି କାରର ଏକ ପାର୍ଟକୁ ଚୋବାଉ ଥିବା ନଜର ଆସିଛି । ଏହି ଭିଡ଼ିଓକୁ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଟ୍ବିଟରରେ ସେୟାର କରିଛନ୍ତି । ଏହି କାରଟି ମହିନ୍ଦ୍ରା କମ୍ପାନୀର ହୋଇଥିବାରୁ ଏହି କାରଟି ବାଘକୁ ପସନ୍ଦ ଆସିଥିବାରୁ ସେ ଏହାକୁ ଚୋବାଉଥିବା କହିଛନ୍ତି ମହିନ୍ଦ୍ରା ।

ଏହି କାରଟି ମହିନ୍ଦ୍ରା(MAHINDRA)ର Xylo କାର । ଏଥିଲାଗି ସେ ଆଚମ୍ବିତ ନଥିବା କହିଛନ୍ତି । କାରଣ ତାଙ୍କ ପରି ବାଘକୁ ମଧ୍ୟ ମହିନ୍ଦ୍ରା କାର ପସନ୍ଦ ଆସିଛି ବୋଲି ସେ କହିଛନ୍ତି । ଘଟଣାସ୍ଥଳରେ ୨ଟି ବାଘ ରହିଛନ୍ତି । ତେବେ ସେଥିମଧ୍ୟରୁ ଗୋଟିଏ ବାଘ କାରର ପଛ ଡିକିର ପାର୍ଟକୁ ଦାନ୍ତରେ ଛିଣ୍ଡାଉଛି ଏବଂ ଏହାକୁ ଚୋବାଉଥିବା ନଜରରେ ଆସିଛି ।

ସେପଟେ ଏହି କାରରେ ୪ରପ ୫ ଜଣ ବସିଥିବା ମଧ୍ୟ ନଜର ଆସିଛନ୍ତି । ନିଜ ଶକ୍ତ ଦାନ୍ତରେ ବାଘ କାରକୁ ପଛକୁ ଟାଣୁଥିବା ଦେଖିବାକୁ ମିଳିଛି । ବାଘଟି କାରର ପାର୍ଟକୁ କାହିଁକି ଚୋବାଉଛି ବୋଲି ସୋସିଆଲ ମିଡ଼ିଆରେ ୟୁଜର୍ସମାନ ପ୍ରଶ୍ନ କରିଛନ୍ତି । ଏହା କ'ଣ ବାଘକୁ ସ୍ବାଦଯୁକ୍ତ ଲାଗୁଛି ବୋଲି ସେମାନେ ପ୍ରଶ୍ନ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.