ETV Bharat / bharat

ପାଠ୍ୟକ୍ରମ ସଂଶୋଧନକୁ ନେଇ ବିବାଦ, ନୂଆ ସିଲାବସକୁ ଡଷ୍ଟବିନରେ ଫିଙ୍ଗି ଦେବା ଉଚିତ କହିଲେ ସିଦ୍ଧରମୈୟା

author img

By

Published : Jun 5, 2022, 10:22 PM IST

କର୍ଣ୍ଣାଟକରେ ପାଠ୍ୟକ୍ରମ ସଂଶୋଧନକୁ ନେଇ ବିବାଦ ଦେଖିବାକୁ ମିଳିଛି । ସୁପାରିଶ କମିଟିର ପରାମର୍ଶ ନନେଇ ସରକାର ପୁସ୍ତକ ସଂଶୋଧନ କରିଥିବା ଅଭିଯୋଗ କଲା କଂଗ୍ରେସ । ନୂଆ ସିଲାବସ ଡଷ୍ଟବିନରେ ଫିଙ୍ଗି ଦେବା ଉଚିତ କହିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ଅଧିକ ପଢନ୍ତୁ

କର୍ଣ୍ଣାଟକ
କର୍ଣ୍ଣାଟକ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସ୍କୁଲ ପାଠ୍ଯକ୍ରମର ସଂଶୋଧନ ନିଷ୍ପତ୍ତି ନେଇ ବିବାଦ ଦେଖିବାକୁ ମିଳିଛି । ରିଭିଜନ କମିଟିର ସୁପାରିଶକୁ ଅଣଦେଖା କରି ସରକାର ଟେକ୍ସଟ ବୁକ ସଂଶୋଧନ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଖୋଦ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଓ କର୍ଣ୍ଣାଟକ ସରକାରଙ୍କୁ ଦାୟୀ କରିବା ସହ ସଂଶୋଧିତ ପାଠ୍ଯକ୍ରମକୁ ଡଷ୍ଟବିନରେ ଫିଙ୍ଗିଦେବା ଉଚିତ ବୋଲି ଟ୍ବିଟ କରିଛନ୍ତି ।

ସିଦ୍ଧରମୈୟା କହିଛନ୍ତି, "ଶିକ୍ଷା ମନ୍ତ୍ରୀ ବି.ସି ନାଗେଶ ଏନେଇ ବିଭ୍ରାନ୍ତିକାର ମନ୍ତବ୍ୟ ପ୍ରକାଶ କରିଛନ୍ତି । ହିନ୍ଦୁମାନଙ୍କ ଭାବନାକୁ ଆଘାତ ପହଞ୍ଚିଥିବାରୁ ପାଠ୍ଯକ୍ରମରେ ସରକାର ସଂଶୋଧିନ କରିଛନ୍ତି ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି । ତେବେ ହିନ୍ଦୁ କିଏ ଏବଂ ସେମାନଙ୍କ ଭାବନାକୁ କିଏ ଆଘାତ ଦେଇଛି ତାହା ମନ୍ତ୍ରୀ ସ୍ପଷ୍ଟ କରିବା ଉଚିତ୍।" ସେହିପରି ଏହି ସଂଶୋଧନ ପ୍ରକ୍ରିୟା ବିରୋଧରେ ଯେଉଁ ଗଣ ବିରୋଧ ଓ ପ୍ରତିବାଦ ଦେଖିବାକୁ ମିଳିଛି ସେମାନେ କ’ଣ ହିନ୍ଦୁ ନୁହନ୍ତି ବୋଲି ସିଦ୍ଧରମୈୟା ଶିକ୍ଷାମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ସଂଶୋଧିତ ପାଠ୍ୟକ୍ରମରେ, ଡ.ବି.ଆର୍ ଆମ୍ବେଦକର, ସାବିତ୍ରୀ ବାଇ ଫୁଲେ, ନାରାୟଣ ଗୁରୁ, କୁଭେମ୍ପୁଙ୍କ ପରି ମହାନ ବ୍ୟକ୍ତିତ୍ୱଙ୍କ ଉପରେ ଥିବା ବିଷୟକୁ ପୃଥକ କରାଯାଇଛି । ଯାହାକୁ ନେଇ ହିନ୍ଦୁମାନେ ପ୍ରଶ୍ନ କରୁଛନ୍ତି ବୋଲି ସିଦ୍ଧରମୈୟା କହିଛନ୍ତି । ସେହିପରି ରାଜ୍ୟ ପାଠ୍ୟକ୍ରମ ସଂଶୋଧନ କମିଟିରେ କାହିଁକି ରାଜ୍ୟ ସରକାର ଦଳିତ ଓ ପଛୁଆ ବର୍ଗର ବୁଦ୍ଧିଜୀବୀଙ୍କୁ ସ୍ଥାନ ମିଳୁନାହିଁ ତାକୁ ନେଇ ମଧ୍ୟ ସିଦ୍ଧରମୈୟା ପ୍ରଶ୍ନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.