ETV Bharat / bharat

ଝିଅ ବାହାଘର ଠିକ କରିବାକୁ ଯାଇ ଆଖିବୁଜିଲେ ଗୋଟିଏ ପରିବାରର 3 - ସଡକ ଦୁର୍ଘଟଣା ଆମେରିକା

ଆମେରିକା ସଡକ ଦୁର୍ଘଟଣାରେ ହାଇଦ୍ରାବାଦର ଗୋଟିଏ ପରିବାରର 3 ମୃତ । ଏଥିସହ ଜଣେ ଗୁରୁତର । ଅଧିକ ପଢନ୍ତୁ...

ଆମେରିକା ସଡକ ଦୁର୍ଘଟଣାରେ ହାଇଦ୍ରାବାଦର 3 ମୃତ

author img

By

Published : Nov 29, 2020, 6:32 PM IST

ହାଇଦ୍ରାବାଦ: ଆମେରିକାର ଏକ ସଡକ ଦୁର୍ଘଟଣାରେ ହାଇଦ୍ରାବାଦର 3 ଜଣ ପ୍ରବାସୀଙ୍କ ମୃତ୍ୟୁ । ଏଥିରେ ଅନ୍ୟଜଣେ ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ବିବାହ ପ୍ରସ୍ତାବ ବାବଦରେ କଥା ହେବାକୁ ଯାଇ ଥିବାବେଳେ ଏପରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି ।

ହାଇଦ୍ରାବାଦ ନାରାୟଣପେଟା ଜିଲ୍ଲା ପେଦ୍ଦାକୁଣ୍ଟା ଗ୍ରାମର ଗୋଟିଏ ପରିବାରର 4 ଜଣ ଆମେରିକା ଟେକ୍ସାସ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତକମାନେ ପେଦ୍ଦାକୁଣ୍ଟାର ନରସିହ୍ମା ରେଡ୍ଡୀ ତାଙ୍କ ପତ୍ନୀ ଲକ୍ଷ୍ମୀ ରେଡ୍ଡୀ ଏବଂ ପୁଅ ଭାରତ ରେଡ୍ଡୀ । ଏଥିସହ ଝିଅ ମୋନିକା ରେଡ୍ଡୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତେବେ ନରସିହ୍ମା ହାଇଦ୍ରାବାଦ ଡିପୋ-1 ରେ ଆରଟିସି କଣ୍ଡକ୍ଟର ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ପୁଅ ଏବଂ ଝିଅ ଆମେରିକାର ଟେକ୍ସାସରେ ସଫ୍ଟଓ୍ବେୟାର ଇଞ୍ଜିନିୟର ଥିଲେ । ତେବେ ରେଡ୍ଡୀ ଦମ୍ପତି, ଝିଅ ମୋନିକାଙ୍କ ବିବାହ ପ୍ରସ୍ତାବ ବାବଦରେ କଥାବାର୍ତ୍ତା ହେବାକୁ ଆମେରିକା ଯାଇଥିଲେ । ସୂଚନା ଅନୁଯାୟୀ, ଏହି ଦମ୍ପତି ଛଅ ମାସ ପୂର୍ବରୁ ଟେକ୍ସାସ ଯାଇଥିଲେ । ସେଠାରେ ଜଣେ ସମ୍ପର୍କୀୟଙ୍କ ସହ ସାକ୍ଷାତ କରି ଫେରୁ ଥିବାବେଳେ ଏହି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି |

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.