ETV Bharat / bharat

ITBP ସୀମାରୁ ୩ ନିଖୋଜ ପୋର୍ଟରଙ୍କ ମୃତଦେହ ଉଦ୍ଧାର

author img

By

Published : Oct 21, 2021, 10:52 AM IST

ଭାରତ-ଚୀନ ଅନ୍ତରାଷ୍ଟ୍ରୀୟ ସୀମାରୁ ନିଖୋଜ ଥିଲେ ତିନିଜଣ ପୋର୍ଟର। ନିଖୋଜ ତିନିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଇଟିବିପିର ନୀଳ ପାଣ ଚୌକିରୁ ପାଖାପାଖି ଦେଢ କିଲୋମିଟର ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ITBP ସୀମାରୁ ନିଖୋଜ ୩ ପୋର୍ଟରଙ୍କୁ ମୃତଦେହ ଉଦ୍ଧାର

ଡେରାଡୁନ: କିଛି ଦିନ ତଳେ ଭାରତ-ଚୀନ ଅନ୍ତରାଷ୍ଟ୍ରୀୟ ସୀମାରୁ ନିଖୋଜ ଥିଲେ ତିନିଜଣ ପୋର୍ଟର। ନିଖୋଜ ତିନିଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଇଟିବିପିର ନୀଳ ପାଣ ଚୌକିରୁ ପାଖାପାଖି ଦେଢ କିଲୋମିଟର ଦୂରରୁ ମୃତଦେହ ଉଦ୍ଧାର ହୋଇଛି । ଇଣ୍ଡୋ-ତିବ୍ବତିଆନ ସୀମା ପୋଲିସ ସହିତ ସେମାନେ ଯାଇଥିଲେ ।

ମୃତ ତିନି ପୋର୍ଟର ହେଲେ ସଞ୍ଜୟ ସିଂ(୨୪), ରାଜେନ୍ଦ୍ର ସିଂ ଓ ଦିନେଶ ଚୌହାନ । ସମସ୍ତ ଉତ୍ତରକାଶୀ ନିବାସୀ ଅଟନ୍ତି । ଅକ୍ଟୋବର ୧୫ରେ ଆଇଟିବିପି ପାଟ୍ରୋଲିଂ କରୁଥିବା ଏଲଆରପି ଟିମ ସହିତ ଏହି ତିନି ପୋର୍ଟର ଭାରତ-ଚୀନ୍ ନିଲାପାନି ଅନ୍ତର୍ଜାତୀୟ ସୀମା ଅଭିମୁଖେ ଯାତ୍ରା କରିଥିଲେ। ପାଟ୍ରୋଲିଂ ପରେ ଟିମ ଫେରିଥିଲେ । ଟିମ ସହିତ ପୋର୍ଟରମାନେ ବି ଫେରିଥିଲେ । ୧୭ ଅକ୍ଟୋବରରେ ତୁଷାରପାତ ହେବା କାରଣରୁ ପୋର୍ଟର ପୋଲିସଙ୍କଠୁ ଅଲଗା ହୋଇଯାଇଥିଲା । ୧୮ ଅକ୍ଟୋବର ସୁଦ୍ଧା ସେମାନଙ୍କୁ ଇଣ୍ଡୋ ତିବ୍ବତିଆନ ପୋଲିସ ସୀମାରେ ପହଞ୍ଚିବାର ଥିଲା । ହେଲେ ସେମାନେ ଫେରିନଥିଲେ ।

ଏନେଇ ଆଇଟିବିପି ଦଳ 18 ଏବଂ 19 ଅକ୍ଟୋବରରେ ପୋର୍ଟରଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କୁ ଖୋଜିବା ପାଇଁ ଅନ୍ୟ ପାଞ୍ଚ ଜଣ ପୋର୍ଟରଙ୍କୁ ମଧ୍ୟ ପଠାଯାଇଥିଲା, କିନ୍ତୁ କାହାର ସନ୍ଧାନ ମିଳି ପାରିଲା ନାହିଁ । ଏହା ପରେ ITBP ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ହେଲିକପ୍ଟରରେ ଉଦ୍ଧାର ପାଇଁ ସାହାଯ୍ୟ ମାଗିଥିଲା । ମାତ୍ର ଏପରି କୌଣସି ହେଲିକପ୍ଟର ନାହିଁ ଯାହା ୪ହଜାର ଉଚ୍ଚରୁ ଉଦ୍ଧାର କରିପାରିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.