ETV Bharat / bharat

'ମୁସଲିମଙ୍କୁ ଜାତୀୟ ସଙ୍ଗୀତ ଗାଇବା ଉଚିତ ନୁହେଁ', ମୌଲବୀଙ୍କ ବୟାନ ବିରୋଧ କରୁଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ - ମୌଲବୀ

ମୁସଲିମଙ୍କୁ ଜାତୀୟ ସଙ୍ଗୀତ ଗାଇବା ଉଚିତ ନୁହେଁ କହୁଥିବା ମୌଲବୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁଜୁରାଟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Aug 12, 2023, 10:54 PM IST

ଗାନ୍ଧୀନଗର: 'ମୁସଲିମମାନଙ୍କୁ ଜାତୀୟ ସଙ୍ଗୀତ ଗାଇବା ଉଚିତ ନୁହେଁ, ତ୍ରିରଙ୍ଗାକୁ ସମ୍ମାନ ଜଣାଇବା ମଧ୍ୟ ଉଚିତ ନୁହେଁ ।' ଜଣେ ମୌଲବୀଙ୍କ ଏହି ବୟାନକୁ ବିରୋଧ କରୁଥିବା ୩ ଜଣ ମୁସଲିମ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଇନଷ୍ଟାଗ୍ରାମରେ ଲାଇଭ ଆସିବା ପରେ ଏହି ୩ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁଜୁରାଟ ପୋରବନ୍ଦର ଅଞ୍ଚଳରେ ଦେଖିବାକୁ ମିଳିଛି ଏପରି ଘଟଣା ।

ମିଳିଥିବା ସୂଚନା ଅନୁସାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ୩ ମୁସଲିମ ଯୁବକ ଗତ ୧୦ ତାରିଖରେ ଇନଷ୍ଟାଗ୍ରାମ ଲାଇଭରେ ଆସିଥିଲେ । ସେମାନଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ହୋଇଛି ବୋଲି ଅଭିଯୋଗ କରିଥିଲେ । ଯୁବକଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ପୂର୍ବରୁ ନାଗିନା ମସଜିଦର ଜମେ ମୌଲବୀ ତାଙ୍କୁ ଜାତୀୟ ସଙ୍ଗୀତ ନ ଗାଇବା ସହିତ ତ୍ରିରଙ୍ଗା ପତାକାକୁ ସମ୍ମାନ ନ ଜଣାଇବା ଲାଗି ତାଗିଦ କରିଥିଲେ । ମାତ୍ର ଏହାକୁ ତୀବ୍ର ବିରୋଧ କରିଥିଲେ ଏହି ୩ ଯୁବକ । ଧର୍ମ ଯାହା ହେଇଥାଉ ନା କାହିଁକି ସେମାନେ ପ୍ରଥମେ ଭାରତୀୟ ଏବଂ ଜଣେ ଭାରତୀୟ ଭାବେ ଜାତୀୟ ସଙ୍ଗୀତ ଗାନ କରିବା ଓ ତ୍ରିରଙ୍ଗାକୁ ସମ୍ମାନ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି କହିଥିଲେ । ଏହା ସହିତ ମୌଲବୀଙ୍କ ବିବାଦୀୟ ମନ୍ତବ୍ୟ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ- ଏପରି ପାକିସ୍ତାନ ମୌଲବୀ: ଅଣମୁସଲିମ ବିରୋଧୀ, ବାଲ୍ୟ ବିବାହକୁ ସମର୍ଥନ

ଏହାପରେ ମୌଲବୀଙ୍କ କିଛି ଅନୁଗାମୀ ତାଙ୍କୁ ହତ୍ୟା କରିବା ଲାଗି ଧମକ ଚମକ ଦେଇଥିଲେ । ଏହାସହିତ ସେମାନଙ୍କୁ ମୁସଲିମ ଧର୍ମରୁ ବିଦା କରିବା ଲାଗି ମଧ୍ୟ ଧମକ ଦେଇଥିଲେ । ଇନଷ୍ଟାଗ୍ରାମ ଲାଇଭ ସମୟରେ ଆତ୍ମହତ୍ୟା ଉଦ୍ୟମ କରିଥିବା ୩ ଜଣ ମୁସଲିମ ଯୁବକ ଏହି ଅଭିଯୋଗ କରିଥିଲେ । ତେବେ ଏମାନଙ୍କ ନାମ ହେଉଛି ସକିଲ ୟୁନୁସ କାଦ୍ରି (୨୫), ହରୁନ ସିପାହୀ (୩୧) ଏବଂ ସୋହିଲ ପରମର (୨୬) । ଏମାନେ ପୋରବନ୍ଦର ନିକଟ ଲକଡି ପୋର୍ଟର ଅଧିବାସୀ । ଏଠାରେ ସେମାନେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ଏହି ଅଭିଯୋଗ ଆଣିବା ପରେ ସେମାନେ ବିଷାକ୍ତ ପଦାର୍ଥ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ପରିବାର ବର୍ଗ ଇନଷ୍ଟାଗ୍ରାମରେ ଏହି ଭିଡିଓ ଦେଖିବା ମାତ୍ରେ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚିଥିଲେ । ଏହାପରେ ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପୋରବନ୍ଦର ସ୍ଥିତ ହସ୍ପିଟାଲକୁ ନିଆଯାଇଥିଲା । ଏ ନେଇ ପୋରବନ୍ଦର ଥାନା ଅଧିକାରୀ କହିଛନ୍ତି ଯେ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଏଯାବତ କାହାକୁ ଗିରଫ କରାଯାଇନାହିଁ । ତୁରନ୍ତ ଦୋଷୀଙ୍କୁ ଗିରଫ କରାଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.