ETV Bharat / bharat

ବିଚ ବଜାରରେ ଝାମ୍ପିନେଲେ 3 କେଜି ସୁନାଗହଣା

author img

By ETV Bharat Odisha Team

Published : Sep 9, 2023, 10:10 PM IST

କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ । ଶୁକ୍ରବାର ବିଳମ୍ୱିତ ରାତିରେ କେରଳର ଥ୍ରିଶୁର ରେଳ ଷ୍ଟେସନରୁ ଏହି ଚୋରୀ ହୋଇଛି ।ଚୋରୀ ପଛରେ ଚିହ୍ନା ବ୍ୟକ୍ତିଙ୍କ ହାତ ଥିବା ନେଇ ଅନୁମାନ

କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ
କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ

ଥିରୁବନନ୍ତପୁରମ: କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଲୁଟ । ଶୁକ୍ରବାର ବିଳମ୍ୱିତ ରାତିରେ କେରଳର ଥ୍ରିଶୁର ରେଳ ଷ୍ଟେସନରୁ ଏହି ଚୋରୀ ହୋଇଛି । ଚୋରୀ ପଛରେ ଚିହ୍ନା ବ୍ୟକ୍ତିଙ୍କ ହାତ ଥିବା ନେଇ ଅନୁମାନ କରୁଛି ପୋଲିସ । ସୂଚନା ଅନୁୟାୟୀ, ଗତକାଲି(ଶୁକ୍ରବାର) ବିଳମ୍ୱିତ ରାତିରେ କେରଳର ଥ୍ରିଶୁର ରେଳ ଷ୍ଟେସନରେ ଏକ ବଡ ଧରଣର ଚୋରୀ ହୋଇଛି । ଥ୍ରିଶୁର ସହରର ଜଣାଶୁଣା ସୁନା ଅଳଙ୍କାର କମ୍ପାନୀ ଡିପି ଚେନ ଥ୍ରିଶୁର ରେଳ ଷ୍ଟେସନର କେରଳରୁ ତାମିଲନାଡୁ କନ୍ୟାକୁମାରୀକୁ ଗହଣା ପଠାଉଥିବା ବେଳେ ଏହି ଚୋରୀ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ.. ବାଟରୁ ଝାମ୍ପୁଥିଲେ ବ୍ୟାଙ୍କରେ ସଞ୍ଚୁଥିଲେ, ବ୍ଲାକ ଟେପ୍ ବାଇକ ଗ୍ୟାଙ୍ଗକୁ ବାନ୍ଧିଲା ପୋଲିସ

ତେବେ ଡିପି ଚେନ କମ୍ପାନୀର ଅଳଙ୍କାର ଗୁଡିକ ପ୍ରତ୍ୟେକ ସପ୍ତାହରେ ଚେନ୍ନାଇ ଏଗମୋର ଟ୍ରେନରେ ତାମିଲନାଡୁର କନ୍ୟାକୁମାରୀକୁ ପଠାଯାଇଥାଏ । ଗତକାଲି ମଧ୍ୟ କମ୍ପାନୀର ୨ ଜଣ କର୍ମଚାରୀ ସୁନା ଅଳଙ୍କାର ଥିବା ବ୍ୟାଗ ନେଇ ଯାଉଥିବା ବେଳେ ୪ ଜଣ ଦୁର୍ବୃତ୍ତ ବ୍ୟାଗ ଝାମ୍ପି ନେଇ ଯାଇଥିଲେ । ସେହି ବ୍ୟାଗରେ ୩ କିଲୋରୁ ଉର୍ଦ୍ଧ୍ୱ ସୁନା ଗହଣା ଥିଲା । ଯାହାର ମୂଲ୍ୟ ଏକ କୋଟିର ଅଧିକ ହେବ ।

ଏହାମଧ୍ୟ ପଢନ୍ତୁ.. ନାଗ ଓ ଅହିରାଜ ଚୋରାଚାଲାଣ, ବିମାନବନ୍ଦରରୁ ଧରିଲା ପୋଲିସ

ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ଏକ ଧଳା ରଙ୍ଗର ଏକ ମାରୁତି ସୁଜୁକି ଡିଜେୟାର କାରରେ ଆସି ଡକାୟତି କରି ଚାଲିଯାଇଥିଲେ । ତେବେ ପ୍ରତି ସପ୍ତାହରେ ଏହି ସୁନା କେରଳରୁ ତାମିଲନାଡୁ ଯାଇଥିବା ବେଳେ ଏହି ଡକାୟତି ପଛରେ ଜଣାଶୁଣା ଲୋକଙ୍କ ହାତ ଥିବା ଅନୁମାନ କରିଛି ପୋଲିସ । ପୋଲିସ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଚୋରୀ ସୁନାଗହଣାର ମୂଲ୍ୟ ଏକ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. Gold Seized: ଅଢେଇ କେଜି ସୁନା ବିସ୍କୁଟ ଜବତ, ସ୍ମଗଲର ଗିରଫ

ସେହିପରି ଭୁବନେଶ୍ବରରୁ ବେଆଇନ ସୁନା ଚାଲାଣ କାରବାରରେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟକୁ ବଡ ସଫଳତା ମିଳିଛି । ରାଜଧାନୀ ଭୁବନେଶ୍ବରକୁ ଅବାଧରେ ଆସୁଥିବା ଚୋରା ସୁନା କାରବାରକୁ ପଣ୍ଡ କରିଛି ଡିଆରଆଇ । ଭୁବନେଶ୍ବରରୁ ଜଣେ ସ୍ମଗଲରଙ୍କୁ ଗିରଫ କରିବା ସହ ତାଠାରୁ 2 କିଲୋ 465 ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି । ମୋଟ 19ଟି ସୁନା ବିସ୍କୁଟ ଜବତ ହୋଇଛି । ପ୍ରତି ବିସ୍କୁଟର ଓଜନ 116 ଗ୍ରାମ ରହିଛି । ଗିରଫ ସ୍ମଗଲରକୁ ରିମାଣ୍ଡରେ ନେବ ଡିଆରଆଇ । ଜବତ ସୁନାରର ମୂଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.