ETV Bharat / bharat

ବିବାହ ଜିଦରେ 27 ବର୍ଷୀୟ ରିଙ୍କୁ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ବିବାହ ପାଇଁ ଜିଦ କରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କୁ ଚିଠି ଲେଖିଛନ୍ତି 27 ବର୍ଷୀୟ ରିଙ୍କୁ । ଆଉ ସିଏମଙ୍କ ଉତ୍ତର ଅପେକ୍ଷାରେ ଅଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 21, 2022, 12:09 PM IST

ବିବାହ ଜିଦରେ 27 ବର୍ଷୀୟ ରିଙ୍କୁ
ବିବାହ ଜିଦରେ 27 ବର୍ଷୀୟ ରିଙ୍କୁ

ଚଣ୍ଡିଗଡ: ନାମ ରିଙ୍କୁ । ବୟସ 27 ବର୍ଷ । ବୟସ ଅନୁସାରେ ଉଚ୍ଚତା ବହୁତ କମ । ମାତ୍ର 3 ଫୁଟ ଉଚ୍ଚତା ଅଛି ରିଙ୍କୁଙ୍କର । ଏବେ ବିବାହ ପାଇଁ ମନବଳାଇଛନ୍ତି ରିଙ୍କୁ । ବୟସ ବଢି ଚାଲିଛି ହେଲେ ତାଙ୍କ ପାଇଁ ଏଯାଏଁ ବିବାହ ପ୍ରସ୍ତାବ ଆସିନାହିଁ । ଏ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟରଙ୍କୁ ଚିଠି ଲେଖିଛନ୍ତି ରିଙ୍କୁ । ଚିଠିରେ ତାଙ୍କୁ ବିବାହ କରାଇବାକୁ ଗୁହାରୀ କରିଛନ୍ତି ରିଙ୍କୁ ।

ସିିଏମ ମନୋହର ଲାଲ ଖଟରଙ୍କୁ ଲେଖିଲେ ଚିଠି
ସିିଏମ ମନୋହର ଲାଲ ଖଟରଙ୍କୁ ଲେଖିଲେ ଚିଠି

ରିଙ୍କୁଙ୍କ ମୁଣ୍ଡରେ ବିବାହ କରିବାର ନିଶା ଏପରି ଛଢିଛି ଯେ, ସେ ଘରେ ଭଙ୍ଗାରୁଜା କରୁଛନ୍ତି । ବାହା ହେବା ପାଇଁ ଜିଦ ଧରି ବସିଛନ୍ତି । ରିଙ୍କୁଙ୍କ ମାଆ ସୁନୀତା କହିଛନ୍ତି ରିଙ୍କୁ ଯେତେବେଳେ ଦେଢ ମାସର ଥିଲେ ତାଙ୍କ ଦେହ ଖରାପ ହୋଇଥିଲା । ଏହାପରଠୁ ତାଙ୍କ ଉଚ୍ଚତା ଆଉ ବଢିଲା ନାହିଁ । 27 ବର୍ଷ ହେବାପରେ ବି ରିଙ୍କୁଙ୍କ ଉଚ୍ଚତା ମାତ୍ର 3 ଫୁଟ ଅଛି । ସେ ଛୋଟ ପିଲା ପରି ଦେଖିବାକୁ । କମ ଉଚ୍ଚତା ପାଇଁ ବିବାହ ନେଇ ପ୍ରସ୍ତାବ ଆସୁନାହିଁ । ହେଲେ ରିଙ୍କୁ ବର୍ତ୍ତମାନ ବିବାହ କରିବାକୁ ଚାହୁଁଛନ୍ତି । ରିଙ୍କୁଙ୍କ ବାପାଙ୍କ 2 ବର୍ଷ ତଳେ ମୃତ୍ୟୁ ହୋଇଯାଇଛି । ମଜୁରୀ ଲାଗି ମାଆ ଘର ଚଳାଉଛନ୍ତି । ଦୁଇ ପୁଅ ଗୋଟିଏ ଝିଅକୁ ନେଇ ତାଙ୍କ ପରିବାର । ଝିଅର ବିବାହ ସରିଛି ରିଙ୍କୁଙ୍କର ଜଣେ ସାନ ଭାଇ ଅଛନ୍ତି ।

ବାହାଘର ପାଇଁ ରିଙ୍କୁ ତାଙ୍କ ଘରକୁ ଆସୁଥିବା ସମସ୍ତଙ୍କୁ ହଇରାଣ କରୁଛନ୍ତି । ଏପରିକି ତାଙ୍କ ପଡୋଶୀଙ୍କୁ କହିଛନ୍ତି ମୋତେ ବିବାହ କରାଅ ନଚେତ ମୁଁ କେଉଁ ଆଡେ ପଳାଇବି । ସବୁଦିନ ସୁଟ ବୁଟ ପିନ୍ଦି ବିବାହ ପାଇଁ ରେଡି ଥାଆନ୍ତି ରିଙ୍କୁ । ଅଚାନକ ରିଙ୍କୁଙ୍କର ବିବାହ ପାଇଁ ଏପରି ଜିଦ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହରିୟାଣା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ବି ସେପଟୁ ଉତ୍ତର ଆସିନାହିଁ । ସିଏମଙ୍କ ଉତ୍ତର ଅପେକ୍ଷାରେ ରିଙ୍କୁଙ୍କ ପରିବାର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.