ETV Bharat / bharat

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଆ ହାତୀ ମୃତ, ପାଖ ଛାଡ଼ିଲେନି ଛୁଆ ହାତୀ - ତାମିଲନାଡୁରେ ହାତୀ ମୃତ

ଫସଲକୁ ସୁରକ୍ଷା ଦେବାକୁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ତିନୋଟି ହାତୀ ମୃତ । ମୃତ ଦେହ ପାଖ ଛାଡ଼ିଲେନି ଛୁଆ ହାତୀ । ଅଧିକ ପଢ଼ନ୍ତୁ

Three elephants dead in tamilnadu
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ
author img

By

Published : Mar 8, 2023, 7:19 AM IST

Updated : Mar 8, 2023, 12:37 PM IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ

ଚେନ୍ନାଇ: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି ହାତୀ ମୃତ୍ୟୁସଂଖ୍ୟା । ତାମିଲନାଡୁରେ ତିନୋଟି ହାତୀଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁର ଧର୍ମପୁରୀ ଜିଲ୍ଲା କାଳିକୁନ୍ଦନ କୋଟାଇ ଗ୍ରାମରେ ବିଦ୍ୟୁତ ତାର ଲାଗି ତିନୋଟି ହାତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତିନି ମୃତ ହାତୀଙ୍କ ମଧ୍ୟରେ ଜଣେ ଅଣ୍ଡିରା ହାତୀ ଥିବାବେଳେ ଦୁଇ ଜଣ ମାଈ ହାତୀ ଅଛନ୍ତି । ତେବେ ଏମାନଙ୍କ ସହ ଥିବା ଦୁଇ ଛୁଆ ହାତୀ ମୃତଦେହ ପାଖରେ ଜଗି ରହିଥିବା ଦେଖିବାକୁ ମିଳିଥିଲା । ହାତୀଙ୍କ ମୃତଦେହକୁ ପୋତିବାକୁ ଦେଇନଥିଲେ ଏହ ଦୁଇ ଛୁଆ ହାତୀ ।

ସୂଚନା ଅନୁଯାୟୀ, ଧର୍ମପୁରୀ ଜିଲ୍ଲା କାଳିକୁନ୍ଦନ କୋଟାଇ ଗ୍ରାମର ୫୦ ବର୍ଷୀୟ ବ୍ୟକ୍ତି ମୁରୁଗେସନ ୨ ଏକର ଜମିରେ ଚାଷ କରୁଛନ୍ତି । ସେଥିରେ ମକା, ରାଗି, ନଡ଼ିଆ ସମେତ ଅନେକ ପନିପରିବା ଚାଷ କରୁଛନ୍ତି । ସାଧାରଣତଃ ଜଙ୍ଗଲରୁ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଆସି ଫସଲ ନଷ୍ଟ କରି ଦିଅନ୍ତି । ତେଣୁ ବନ୍ୟପ୍ରାଣୀଙ୍କଠାରୁ ଫସଲକୁ ସୁରକ୍ଷା ଦେବାକୁ ଯାଇ ମୁରୁଗେସନ ବାଡ଼ି ଚାରିପଟେ ବିଦ୍ୟୁତ ତାର ସଂଯୋଗ କରିଥିଲେ । କୁହାଯାଉଛି ଚାଷ ଜମି ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରୁ ବେଆଇନ ଭାବେ ବିଦ୍ୟୁତ ସଂଯୋଗ କରି ଫସଲ ଚାରିପଟେ ତାର ଯୋଡ଼ିଥିଲେ । ମଙ୍ଗଳବାର ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ୫ଟି ବଣୁଆ ହାତୀ ଗାଁ ମୁହାଁ ହୋଇ ମୁରୁଗେସଙ୍କ ବଗିଚାରେ ପଶିଥିଲେ । ଏହି ସମୟରେ ହାତୀ ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତିନୋଟି ହାତୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ଦୁଇଟି ମାଈ ହାତୀ, ଗୋଟିଏ ଅଣ୍ଡିରା ହାତୀ ଏବଂ ଦୁଇଟି ଛୁଆ ହାତୀ ଥିଲେ । ତେବେ ସୌଭାଗ୍ୟବଶତଃ ଦୁଇଟି ଛୁଆ ହାତୀ ବଞ୍ଚି ଯାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Holi Celebration in Mumbai: ଗୋଟିଏ ସ୍ଥାନରେ ଏକାଠି ହେଲେ ୧୦ ହଜାର ଲୋକ, ବଲିଉଡ ଗୀତରେ କମ୍ପିଲା ପରିବେଶ

ଖବର ପାଇ ପାଲାକୋଡ ବନ ବିଭାଗ ପହଞ୍ଚି ତଦନ୍ତ କରିବା ପରେ ହାତୀଙ୍କ ମୃତଦେହ ପୋତିବା ପାଇଁ ଉଦ୍ୟମ କରିଥିଲା । ମାତ୍ର ଦୁଇ ଛୁଆ ହାତୀ ଏପରି କରିବାକୁ ଦେଇନଥିଲେ । ତିନି ମୃତ ହାତୀଙ୍କ ପାଖରେ ସେପରି ଠିଆ ହୋଇରହିଲେ ଏବଂ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଉଠିନଥିଲେ । ଏହି ଦୃଶ୍ୟକୁ ଯିଏ ଦେଖୁଥିଲା, ତା ଆଖିରେ ଲୁହ ଆସି ଯାଉଥିଲା । ଅନ୍ୟପଟେ ଏହି ଘଟଣାରେ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ବାଡ଼ ଦେବା ବିରୋଧରେ ଏକ ମାମଲା ରୁଜୁ କରି କୃଷକ ମୁରୁଗେସନଙ୍କୁ ଗିରଫ କରିଛି ବନ ବିଭାଗ । ଏଥିସହ ଏହି ଘଟଣାର ତଦନ୍ତ କରୁଛି ।

Last Updated : Mar 8, 2023, 12:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.