ETV Bharat / bharat

ଜେଜେଙ୍କ ମୃତଦେହ ଖୋଜୁ ଖୋଜୁ ଆଖି ବୁଜିଲେ 2 ନାତି

author img

By

Published : Oct 8, 2021, 12:40 PM IST

ନଦୀରେ ବୁଡି ଯାଇଥିବା ଜେଜେଙ୍କୁ ଖୋଜୁ ଖୋଜୁ ପ୍ରାଣ ହରାଇଲେ ୨ ନାତିଙ୍କ ସହ ଜଣେ ଡଙ୍ଗା ଚାଳକ । ଏଭଳି ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଧାନୁର ଗ୍ରାମରେ । ଅଧିକ ପଢନ୍ତୁ...

ଜେଜେଙ୍କ ମୃତଦେହ ଖୋଜୁ ଖୋଜୁ ୨ନାତି ଓ  ବୋର୍ଟ ଚାଳକ ମୃତ

ବେଙ୍ଗାଲୁର: ଏମିତି ବି ଆସେ ମୃତ୍ୟୁ ... ନଦୀରେ ବୁଡି ଯାଇଥିବା ଜେଜେଙ୍କୁ ଖୋଜୁ ଖୋଜୁ ପ୍ରାଣ ହରାଇଲେ ୨ ନାତିଙ୍କ ସହ ଜଣେ ଡଙ୍ଗା ଚାଳକ । ଏଭଳି ଦୁଃଖଦନୀୟ ଘଟଣା ଘଟିଛି କର୍ଣ୍ଣାଟକର ଧାନୁର ଗ୍ରାମରେ । ମୃତ ଜେଜେ ହେଉଛନ୍ତି ହରନାଲା ଗ୍ରାମର ୭୦ ବର୍ଷିୟ ଶିବପ୍ପା । ଗତ ୨ଦିନ ପୂର୍ବରୁ ସେ କ୍ରିଷ୍ଣା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡିଯାଇଥିଲେ । ଏହି ଘଟଣା ସମ୍ପର୍କରେ ବୃଦ୍ଧଙ୍କ ପରିବାର ଲୋକେ ଜାଣିବା ପରେ ଜେଜେଙ୍କୁ ଖୋଜିବା ପାଇଁ ବାହାରି ପଡିଥିଲେ ଦୁଇ ନାତି । ୨ ନାତି ଯଥା ଶାରାନାପ୍ପା ଓ ୟାନାମାପ୍ପା ଡଙ୍ଗା ଚାଳକ ପାରାସାପ୍ପା ଶିବପ୍ପାଙ୍କୁ ଖୋଜିବା ପାଇଁ ନାରାୟଣ ଜଳଭଣ୍ଡାରର ମଝିରେ ଥିବା ପାଓ୍ବାର ପୋଲ ନିକଟକୁ ଯାଇଥିଲେ ।

ଏହି ସମୟରେ ପାଓ୍ବାର ପୋଲ କରେଣ୍ଟ ଲାଗିବାରୁ ଘଟଣା ସ୍ଥଳରେ ୩ଜଣ ପ୍ରାଣ ହରାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଜଳ ଭଣ୍ଡାରରେ ସର୍ଚ୍ଚ ଅପରେସନ ଜାରି ରଖିଛି । ୨ଦିନ ପୂର୍ବରୁ ମୃତ୍ୟୁ ବରଣ କରିଥିବା ଜେଜେଙ୍କ ମୃତ ମିଳିଥିବା ବେଳେ ୨ ନାତି ଓ ଡଙ୍ଗା ଚାଳକ ନିଖୋଜ ଅଛନ୍ତି । ଏନେଇ ମୁଦ୍ଦେବିହାଲା ବିଧାୟକ ଏସ୍ ପାଟିଲ ସୂଚନା ପାଇ ଦୁଃଖ ପ୍ରକାଶ କରିବା ସହ ୩ଜଣଙ୍କୁ ଖୋଜିବାକୁ ବାଗାଲାକୋଟରୁ ଏକ ସ୍ୱତନ୍ତ୍ର ଦଳ ଆସିବେ ବୋଲି ସେ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.