ETV Bharat / bharat

ନିଶାସକ୍ତ ଅବସ୍ଥାରେ ରେଳ ଧାରଣାରେ ପାର ହେଉଥିଲା ବେଳେ ଧକ୍କା ଦେଲା ଟ୍ରେନ ! 3 ମୃତ

ନିଶାସକ୍ତ ଅବସ୍ଥାରେ ରେଳ ଧାରଣା ପାର ହେବା ବେଳେ ଅଘଟଣ । ଟ୍ରେନ ଧକ୍କାରେ 3 ମୃତ । ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

author img

By

Published : Jan 12, 2023, 10:58 PM IST

ନିଶାରେ ରେଳ ଧାରଣାରେ ପାର ହେଉଥିଲା ବେଳେ ଧକ୍କା ଦେଲା ଟ୍ରେନ

ଜୟପୁର: ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ 3ଜଣଙ୍କ ମୃୃତ୍ୟୁ ହୋଇଛି । ରାଜସ୍ଥାନ କୋଟା ସହର ଉପକଣ୍ଠ ନୟାପୁରା ପୋଲିସ ଷ୍ଟେସନ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ତେବେ ମୃତକମାନେ ନିଶାସକ୍ତ ଅବସ୍ଥାରେ ରେଳ ଧାରଣା ପାର ହେଉଥିବା ବେଳେ ଅସାବଧାନତା ଯୋଗୁ ଏପରି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ସ୍ଥାନୀୟ ପୋଲିସ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଦୁଇ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଥିବା ବେଳେ ଅନ୍ୟଜଣଙ୍କ ସମ୍ପର୍କରେ ପୋଲିସ ସୂଚନା ସଂଗ୍ରହ ଜାରି ରଖିଛି । ଏହି ଦୁଇ ମୃତକଙ୍କ ମଧ୍ୟରେ ସୁଲତାନପୁରର ବାସିନ୍ଦା 40 ବର୍ଷୀୟ ଜଗଦୀଶ ମୀନା ଏବଂ ରତନ ରାମଚନ୍ଦ୍ର ବୋଲି ଜଣାପଡିଛି । ତୃତୀୟ ମୃତକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ ।

ସ୍ଥାନୀୟ ନୟାପୁରା ପୋଲିସ ଷ୍ଟେସନ ଅଧିକାରୀ ରାଜେନ୍ଦ୍ର କମାଣ୍ଡୋ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଏହା ଏପରି ଲାଗୁଛି, ଏହି ତିନିଜଣ ନିଶା ସେବନ କରି ନିଶାସକ୍ତ ଅବସ୍ଥାରେ ରେଳ ଧାରଣା ପାର ହେଉଥିଲେ । ଟ୍ରେନ ଧକ୍କା ଦେବା ଫଳରେ ସମସ୍ତ 3 ଜଣ ପ୍ରାଣ ହରାଇଛନ୍ତି । ସମସ୍ତ ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଧିକ ତଦନ୍ତ ଜାରି ରହିଛି ।

ଅଧିକାରୀ ରାଜେନ୍ଦ୍ର କମାଣ୍ଡୋ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ଦିଲ୍ଲୀ-ମୁମ୍ବାଇ ରେଳ ଲାଇନର ବୋରଖଡା ଫ୍ଲାଏଓଭରରୁ ଜଙ୍କସନକୁ ସଂଯୋଗ କରୁଥିବା ରେଳ ଧାରଣାରେ ଭୋର ପ୍ରାୟ 4.30 ସମୟରେ ଏହି ଅଘଟଣ ଘଟିଛି । ଦୁର୍ଘଟଣା ସମ୍ପର୍କରେ ରେଳବାଇ କର୍ତ୍ତୃପକ୍ଷ ପୋଲିସ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ସ୍ଥାନୀୟ ବୋରଖଡା ପୋଲିସ ଷ୍ଟେସନରୁ ପୋଲିସ ଟିମ ପ୍ରଥମେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ନୟାପୁରା ଥାନାରୁ ଟିମ୍ ମଧ୍ୟ ଘଟଣାସ୍ଥଳରେ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । 3 ମୃତକଙ୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି । ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.