ETV Bharat / bharat

ଗଛରେ ପିଟି ହୋଇ ଜଳିଗଲା କାର, 3 ଜୀବନ୍ତ ଦଗ୍ଧ - ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର

ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ କାରରେ ଲାଗିଲା ନିଆଁ । ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

burnt alive after car hitting tree in Bilaspur

author img

By

Published : Jan 22, 2023, 1:26 PM IST

ରାୟପୁର: ଛତିଗଡରେ ଦୁଃଖଦ ଘଟଣା । ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । କାରରେ ନିଆଁ ଲାଗିବାରୁ ତିନି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ବିଳାସପୁର ଜିଲ୍ଲାର ରତନପୁର ପୋଲିସ ଷ୍ଟେସନରେ ଏପରି ଘଟଣା ଘଟିଥିବା ଜଣାପଡିଛି । ତେବେ କାରରେ କେତେ ଜଣ ଯାତ୍ରୀ ଥିଲେ ସେନେଇ କିଛି ସୂଚନା ହସ୍ତଗତ ହୋଇ ନାହିଁ ଓ ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ''କାରଟି ଦ୍ରୁତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା । ଏହାପରେ ହୁତୁହୁତୁ ଜଳିଯାଇଥିଲା । ଡୋର ଲକ ଥିବାରୁ କାହାରିକୁ ବି କାର ମଧ୍ୟରୁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା । ଏନେଇ ପୋଲିସକୁ ଆମେ ସୂଚନା ଦେଇଥିଲୁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । କେତେ ଜଣ କାରରେ ଯାତ୍ରା କରୁଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ୪ଜଣ କାରରେ ଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି । ''

ଏହା ମଧ୍ୟ ପଢନ୍ତୁ-ଅବୈଧ ସମ୍ପର୍କରୁ ଜନ୍ମିତ ଶିଶୁକୁ ବିକିଦେଲା ମାଆ, ୭ ଗିରଫ

ରତନପୁର ପେଣ୍ଡ୍ରାକୁ ଯିବା ବେଳେ ଗଛରେ ପିଟି ହେଲା କାର: ଏନେଇ ପୋଲିସ ସୂଚନା ଦେଇ କହିଛି ଯେ, ''କାରଟି ଶାହନାୱାଜ ନାମକ ଜଣେ ବ୍ୟକ୍ତିଙ୍କର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ତେବେ ମୃତକଙ୍କ ମଧ୍ୟରେ ସେହି ବ୍ୟକ୍ତି ଜଣଙ୍କ କିଏ ତାହା ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇ ନାହିଁ । ସାଇଣ୍ଟିଫିକ ଟିମ ଆସିବା ପରେ ମୃତଦେହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ । ନମୁନା ସଂଗ୍ରହ କରାଯାଇ ଅନୁସନ୍ଧାନ ପାଇଁ ପଠାଯିବ । ଘଟଣାସ୍ଥଳରେ ରତନପୁର ପୋଲିସ ତଦନ୍ତ ଜାରି ରଖିଛି । ତେବେ ଅନୁମାନ କରାଯାଉଛି ଯେ ମୃତକ ମାନେ ବିଲାଲିସପୁରର ବାସିନ୍ଦା । ''

କାରଟି ଗଛକୁ ଦେବା ପରେ ହୁତୁହୁତୁ ହୋଇ ଜଳିଯାଇଥିଲା । କିନ୍ତୁ କାର ଲକକୁ ଖୋଲିବାରେ ଅସମର୍ଥ ହୋଇଥିଲେ ଭିତରେ ଥିବା ବ୍ୟକ୍ତି । ଫଳରେ ନିଆଁର ଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ତିନି ମୃତକଙ୍କ ମଧ୍ୟରେ ମହିଳା ଓ ପୁରୁଷ କିଏ ତାହା ଚିହ୍ନଟ କରାଯାଇ ନାହିଁ । ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.